ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

Madhusudan Das Picture
Published On

କେନ୍ଦ୍ରାପଡା: ବଢ଼ିଲା ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ଅଡ଼ୁଆ । ରାଜନଗର ଥାନାରେ SIଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ୩୧ ତାରିଖରେ ବିନୋଦ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିଛି । ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ତାଙ୍କ ବିରୁଦ୍ଧରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସୂଚନାଯୋଗ୍ୟ, ବରାଦିଆ ଗାଁରେ ଅନେକ ଦିନ ଧରି ଚୋରା ମଦ କାରବାର ହୋଇ ଆସୁଥିଲା । ଏହାକୁ ନେଇ ବିନୋଦ ବାରମ୍ବାର ଅବକାରୀ ବିଭାଗକୁ ଜଣାଇଥିଲେ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ ।  ଏଥିରେ ରାଗିଯାଇ ଏସଆଇ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାମାନେ ତାଙ୍କୁ ଗାଡି ଭିତରେ ପୁରାଇ ନିର୍ଧୁମ ମାଡ଼ ମାରିଥିଲେ । ଏପରିକି ରାଜନଗର ଥାନାରେ ତାଙ୍କୁ ୧୧ ଘଣ୍ଟା ଅଟକ ରଖିଥିଲେ ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର