ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

Madhusudan Das Picture
Published On

କେନ୍ଦ୍ରାପଡ଼ା: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି । ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ନିଲମ୍ୱନ କରାଯାଇଛି। ତାଙ୍କ ବିରୋଧରେ ଗୁରୁତର ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ଆସିଥିବାରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ କରାଯାଇଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ସ୍ୱର୍ଗଦ୍ୱାରରେ ଶୋଷଣ: ଝୁଣା ନାଁରେ ବିକୁଛନ୍ତି କାଠଗୁଣ୍ଡ! ଶୋକାକୁଳ ପରିବାରଙ୍କ ବିଶ୍ୱାସ ସହ ପ୍ରତାରଣା

ଓଡ଼ିଶା ପୁଲିସ ରାଜ୍ୟ ମୁଖ୍ୟାଳୟ, କଟକରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ତାଳଚୁଆ ମେରାଇନ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ଶୃଙ୍ଖଳାଭଙ୍ଗ ଓ କର୍ତ୍ତବ୍ୟରେ ଚରମ ଅବହେଳା ନେଇ ଅଭିଯୋଗ ଆସିଥିଲା। ଏହାକୁ ଗୁରୁତର ସହ ନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ତୁରନ୍ତ  ନିଲମ୍ୱନ କରିଥିବା ଆଦେଶରେ ଉଲ୍ଲେଖ ରହିଛି। ପୁଲିସ ନିୟମାବଳୀ-୧୯୪୦ର ଧାରା ୮୪୦ ଅନୁଯାୟୀ ଏହି ନିଲମ୍ୱନ ଆଦେଶ ଜାରି କରାଯାଇଛି। ନିଲମ୍ୱନ ଅବଧି ମଧ୍ୟରେ ସେ କଟକ ସିଆର୍‌ ରେଞ୍ଜ ଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣ ଅଧୀନରେ ରହିବେ ବୋଲି ଜଣାପଡ଼ିଛି। ସେହିପରି ନିଲମ୍ୱନ ସମୟରେ ନିୟମାନୁସାରେ ସେ ସବସିଷ୍ଟେନ୍ସ ଆଲାଉନ୍ସ ଓ ଅନ୍ୟାନ୍ୟ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଶୃଙ୍ଖଳା ଓ ଦାୟିତ୍ୱ ପ୍ରତି ପୁଲିସ ବିଭାଗର କଡ଼ା ଆଭିମୁଖ୍ୟ ପୁଣିଥରେ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଗାଁ ଦାଣ୍ଡରୁ ଟେକିନେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ; ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଲା ପ୍ରଶ୍ନ

28 May 2026 By Madhusudan Das

ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

କେନ୍ଦ୍ରାପଡ଼ା: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି । ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ନିଲମ୍ୱନ କରାଯାଇଛି। ତାଙ୍କ ବିରୋଧରେ ଗୁରୁତର ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ଆସିଥିବାରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ କରାଯାଇଥିବା ସୂଚନା ମିଳିଛି। 

ଓଡ଼ିଶା ପୁଲିସ ରାଜ୍ୟ ମୁଖ୍ୟାଳୟ, କଟକରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ତାଳଚୁଆ ମେରାଇନ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ଶୃଙ୍ଖଳାଭଙ୍ଗ ଓ କର୍ତ୍ତବ୍ୟରେ ଚରମ ଅବହେଳା ନେଇ ଅଭିଯୋଗ ଆସିଥିଲା। ଏହାକୁ ଗୁରୁତର ସହ ନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ତୁରନ୍ତ  ନିଲମ୍ୱନ କରିଥିବା ଆଦେଶରେ ଉଲ୍ଲେଖ ରହିଛି। ପୁଲିସ ନିୟମାବଳୀ-୧୯୪୦ର ଧାରା ୮୪୦ ଅନୁଯାୟୀ ଏହି ନିଲମ୍ୱନ ଆଦେଶ ଜାରି କରାଯାଇଛି। ନିଲମ୍ୱନ ଅବଧି ମଧ୍ୟରେ ସେ କଟକ ସିଆର୍‌ ରେଞ୍ଜ ଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣ ଅଧୀନରେ ରହିବେ ବୋଲି ଜଣାପଡ଼ିଛି। ସେହିପରି ନିଲମ୍ୱନ ସମୟରେ ନିୟମାନୁସାରେ ସେ ସବସିଷ୍ଟେନ୍ସ ଆଲାଉନ୍ସ ଓ ଅନ୍ୟାନ୍ୟ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଶୃଙ୍ଖଳା ଓ ଦାୟିତ୍ୱ ପ୍ରତି ପୁଲିସ ବିଭାଗର କଡ଼ା ଆଭିମୁଖ୍ୟ ପୁଣିଥରେ ସାମ୍ନାକୁ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର