ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଅନ୍ତର୍ଗତ ମହାନଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘର ବାହାରେ ଖେଳୁଥିବା ବେଳେ ଏକ ୯ ବର୍ଷର ଶିଶୁପୁତ୍ର କୁ ବୁଲା କୁକୁରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି, ଯାହା ଫଳରେ ଶିଶୁଟି ଗୁରୁତର ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛି। ନାବାଳକକୁ ଝୁଣି ମୁଣ୍ଡର ଖପୁରୀ ବାହାର କରିଦେଇଛନ୍ତି ବୁଲା କୁକୁର ପଲ । ନାବାଳକର ଖପୁରୀର ଗୋଟିଏ ସ୍ଥାନ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ସୂଚନା ଅନୁଯାୟୀ, ଶିଶୁଟି ନିଜ ଘର ନିକଟରେ ଖେଳୁଥିବା ସମୟରେ ହଠାତ୍ ୫ଟି ବୁଲା କୁକୁର ତାଙ୍କୁ ଚାରିପଟୁ ଘେରିଯାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, କୁକୁରମାନେ ଶିଶୁଟିର ମୁଣ୍ଡକୁ ଝୁଣି ପକାଇଥିଲେ ଏବଂ ଖପୁରୀର କିଛି ଅଂଶ ଚିରି ଦେଇଥିଲେ। ଶିଶୁଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁକୁରଗୁଡ଼ିକୁ ଘଉଡ଼ାଇବା ସହ ଶିଶୁଟିକୁ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

ଆକ୍ରମଣରେ ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା। ତେବେ ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ, ବିଶେଷକରି ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ଆତଙ୍କକୁ ନେଇ ଗ୍ରାମବାସୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍, ୬ ମୃତ

23 May 2026 By Madhusudan Das

ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଅନ୍ତର୍ଗତ ମହାନଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘର ବାହାରେ ଖେଳୁଥିବା ବେଳେ ଏକ ୯ ବର୍ଷର ଶିଶୁପୁତ୍ର କୁ ବୁଲା କୁକୁରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି, ଯାହା ଫଳରେ ଶିଶୁଟି ଗୁରୁତର ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛି। ନାବାଳକକୁ ଝୁଣି ମୁଣ୍ଡର ଖପୁରୀ ବାହାର କରିଦେଇଛନ୍ତି ବୁଲା କୁକୁର ପଲ । ନାବାଳକର ଖପୁରୀର ଗୋଟିଏ ସ୍ଥାନ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଶିଶୁଟି ନିଜ ଘର ନିକଟରେ ଖେଳୁଥିବା ସମୟରେ ହଠାତ୍ ୫ଟି ବୁଲା କୁକୁର ତାଙ୍କୁ ଚାରିପଟୁ ଘେରିଯାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, କୁକୁରମାନେ ଶିଶୁଟିର ମୁଣ୍ଡକୁ ଝୁଣି ପକାଇଥିଲେ ଏବଂ ଖପୁରୀର କିଛି ଅଂଶ ଚିରି ଦେଇଥିଲେ। ଶିଶୁଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁକୁରଗୁଡ଼ିକୁ ଘଉଡ଼ାଇବା ସହ ଶିଶୁଟିକୁ ଉଦ୍ଧାର କରିଥିଲେ।

ଆକ୍ରମଣରେ ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା। ତେବେ ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ, ବିଶେଷକରି ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ଆତଙ୍କକୁ ନେଇ ଗ୍ରାମବାସୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର