ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ୨୪ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରୁ ନିସ୍ତାର ନାହିଁ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ଆରମ୍ଭ ହୋଇଛି। ୪୦ ଡିଗ୍ରୀର ତାପମାତ୍ରା ସାଙ୍ଗକୁ ୬୦-୮୦ ପ୍ରତିଶତ ଆର୍ଦ୍ରତା ମିଶିଯିବା ଦ୍ୱାରା ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ସ୍ଥିତି ଅସମ୍ଭାଳ ହୋଇଛି। ସୋମବାର ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଲୋକେ ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛନ୍ତି। ଦିନ ତମାମ ଗୁଳୁଗୁଳି ଯୋଗୁଁ ଦେହରୁ ଝାଳ ବାହାରିବା ସହ ଅନେକ ଲୋକ ଜଳୀୟ ଅଂଶ ଅଭାବର ଶିକାର ହୋଇଛନ୍ତି। ପୂର୍ବରୁ ତାତି ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ରବିବାର ତୁଳନାରେ ସୋମବାର ହଠାତ ଗୁଳୁଗୁଳି ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବା ଯୋଗୁଁ ଲୋକଙ୍କ ପାଇଁ ଅସହଯ ସ୍ଥିତି ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ପାଣିପାଗ କେନ୍ଦ୍ରର ସୂଚନା ସୋମବାର ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ଏଥିରେ ୪୩.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ବୌଦ୍ଧରେ ୪୨.୮, ସମ୍ବଲପୁର ୪୨.୩, ହୀରାକୁଦ ୪୨ ଓ ବାକି ସବୁ ସ୍ଥାନରେ ତାମପାତ୍ରା ୪୦-୪୧ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ସାଧାରଣତଃ ତାପମାତ୍ରା ଅଧିକ ରହିଲେ ବାହାରେ ତାତି ଅଧିକ ଅନୁଭୂତ ହୋଇଥାଏ। ହେଲେ ଏବେ ସକାଳ ୮ଟାରୁ ଆର୍ଦ୍ରତା ପ୍ରାୟ ୮୦ ପ୍ରତିଶତ ରହୁଛି। ଦିନ ବଢ଼ିଲେ ଆର୍ଦ୍ରତା କମୁଥିଲେ ମଧ୍ୟ ଏହା ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ରହୁଛି। ତାପମାତ୍ରା ସହ ଏହା ମିଶି ପ୍ରବଳ ଗୁଳୁଗୁଳି କରୁଛି। ଏହି କ୍ରମରେ ଆଜି ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲେ ମଧ୍ୟ ୫୦ ଡିଗ୍ରୀ ଭଳି ଲୋକଙ୍କୁ ଅନୁଭୂତ ହୋଇଛି। ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହିବାକୁ ମଧ୍ୟ କଷ୍ଟ ଅନୁଭବ କରିଛନ୍ତି। 

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଏଭଳି ସ୍ଥିତି ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୨୦-୨୪ ସ୍ଥିତି ସବୁଠୁ ଉଦ୍‌ବେଗ ଜନିକ ରହିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଏହି ସମୟ ମଧ୍ୟରେ ରାଜ୍ୟରେ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ବର୍ତ୍ତମାନ ତୁଳନାରେ ତାତି ଓ ଗୁଳୁଗୁଳିର ପରିମାଣ ଆହୁରି ବୃଦ୍ଧି ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗେ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିବା ସହ ଆଲର୍ଟ ଜାରି କରିଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରିଛି। 

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅନ୍ୟପଟେ ବଙ୍ଗୋପସାଗରେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ ସହ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଥିବାବେଳେ କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ କେବେ ମୌସୁମୀ ବାୟୁ ଛୁଇଁବ ତାହା ଜୁନ୍‌ ୧ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। 

19 May 2026 By Madhusudan Das

ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ, ୨୪ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ଆରମ୍ଭ ହୋଇଛି। ୪୦ ଡିଗ୍ରୀର ତାପମାତ୍ରା ସାଙ୍ଗକୁ ୬୦-୮୦ ପ୍ରତିଶତ ଆର୍ଦ୍ରତା ମିଶିଯିବା ଦ୍ୱାରା ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ସ୍ଥିତି ଅସମ୍ଭାଳ ହୋଇଛି। ସୋମବାର ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଲୋକେ ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛନ୍ତି। ଦିନ ତମାମ ଗୁଳୁଗୁଳି ଯୋଗୁଁ ଦେହରୁ ଝାଳ ବାହାରିବା ସହ ଅନେକ ଲୋକ ଜଳୀୟ ଅଂଶ ଅଭାବର ଶିକାର ହୋଇଛନ୍ତି। ପୂର୍ବରୁ ତାତି ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ରବିବାର ତୁଳନାରେ ସୋମବାର ହଠାତ ଗୁଳୁଗୁଳି ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବା ଯୋଗୁଁ ଲୋକଙ୍କ ପାଇଁ ଅସହଯ ସ୍ଥିତି ସୃଷ୍ଟି କରିଛି। 

ପାଣିପାଗ କେନ୍ଦ୍ରର ସୂଚନା ସୋମବାର ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି। ଏଥିରେ ୪୩.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ବୌଦ୍ଧରେ ୪୨.୮, ସମ୍ବଲପୁର ୪୨.୩, ହୀରାକୁଦ ୪୨ ଓ ବାକି ସବୁ ସ୍ଥାନରେ ତାମପାତ୍ରା ୪୦-୪୧ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ସାଧାରଣତଃ ତାପମାତ୍ରା ଅଧିକ ରହିଲେ ବାହାରେ ତାତି ଅଧିକ ଅନୁଭୂତ ହୋଇଥାଏ। ହେଲେ ଏବେ ସକାଳ ୮ଟାରୁ ଆର୍ଦ୍ରତା ପ୍ରାୟ ୮୦ ପ୍ରତିଶତ ରହୁଛି। ଦିନ ବଢ଼ିଲେ ଆର୍ଦ୍ରତା କମୁଥିଲେ ମଧ୍ୟ ଏହା ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ରହୁଛି। ତାପମାତ୍ରା ସହ ଏହା ମିଶି ପ୍ରବଳ ଗୁଳୁଗୁଳି କରୁଛି। ଏହି କ୍ରମରେ ଆଜି ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲେ ମଧ୍ୟ ୫୦ ଡିଗ୍ରୀ ଭଳି ଲୋକଙ୍କୁ ଅନୁଭୂତ ହୋଇଛି। ଗୁଳୁଗୁଳି ଯୋଗୁଁ ଲୋକେ ଘରେ ରହିବାକୁ ମଧ୍ୟ କଷ୍ଟ ଅନୁଭବ କରିଛନ୍ତି। 

ଏଭଳି ସ୍ଥିତି ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୨୦-୨୪ ସ୍ଥିତି ସବୁଠୁ ଉଦ୍‌ବେଗ ଜନିକ ରହିବ ବୋଲି ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଏହି ସମୟ ମଧ୍ୟରେ ରାଜ୍ୟରେ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ବର୍ତ୍ତମାନ ତୁଳନାରେ ତାତି ଓ ଗୁଳୁଗୁଳିର ପରିମାଣ ଆହୁରି ବୃଦ୍ଧି ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗେ କେନ୍ଦ୍ର ପକ୍ଷରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିବା ସହ ଆଲର୍ଟ ଜାରି କରିଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରିଛି। 

ଅନ୍ୟପଟେ ବଙ୍ଗୋପସାଗରେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ ସହ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଥିବାବେଳେ କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ କେବେ ମୌସୁମୀ ବାୟୁ ଛୁଇଁବ ତାହା ଜୁନ୍‌ ୧ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର