ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

Madhusudan Das Picture
Published On

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟା ଉନ୍ମୋଚିତ ହେବ ପରୀକ୍ଷା ଫଳ ପୁସ୍ତିକା । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ବୋର୍ଡ ୱେବସାଇଟ www.bseodisha.ac.in ଓ http://bseodisha.nic.inରେ  ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହାସହ SMS ମାଧ୍ୟମରେ ମଧ୍ୟ ନିଜର ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଏଥିପାଇଁ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ SMS ପଠାଇଲେ ପାଇପାରିବେ ରେଜଲ୍ଟ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଏଥର ମାଟ୍ରିକ ପରୀକ୍ଷା ଫେବ୍ରୁୟାରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୩୦୮୨ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରେ ମାର୍ଚ୍ଚ ୧୯ ତାରିଖରୁ ୫୧ ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ ହୋଇଥିଲା। ସବୁ ପ୍ରକ୍ରିୟା ଭଲରେ ଓ ସଠିକ ସମୟରେ ସରିଥିବାରୁ ଠିକ ଦୁଇ ମାସ ମଧ୍ୟରେ ଫଳ ପ୍ରକାଶ ପାଉଛି। ଏଥର ଫଳ ତୃଟିଶୂନ୍ୟ ହେବ ବୋଲି ବୋର୍ଡ ସଭାପତି ଆଶା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଥର ପ୍ରଥମଥର ଲାଗି ଇଂରାଜି ଓ ଓଡିଆ ଭାଷାରେ ଗୋଟିଏ ସିଟରେ ମାଟ୍ରିକ ସାର୍ଟିଫିକେଟ ଦିଆଯିବ । 

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା ଓ ଭୟ

ପରୀକ୍ଷା ଫଳ ପ୍ରକାଶ ପାଇବାକୁ ନେଇ ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ପରୀକ୍ଷା ଫଳ କିପରି ହେବ, ନିଜର ଆଶା ମୁତାବକ ନମ୍ବର ଆସିବ କି ନାହିଁ, ତାହାକୁ ନେଇ ବିଦ୍ୟାର୍ଥୀମାନଙ୍କ ମନରେ ଉଭୟ ଉତ୍ସାହ ଏବଂ ଭୟ ଦେଖିବାକୁ ମିଳିଛି। ବର୍ଷକର କଠିନ ପରିଶ୍ରମର ଫଳ କ'ଣ ହେବ ସେନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର