ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା: କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତଦନ୍ତ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦାର ଆଜାଦନଗର ବିସ୍ଫୋରଣ ଘଟଣା । କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତନାଘନା । ବିସ୍ଫୋରଣ ସମ୍ପର୍କରେ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛି NIA ଟିମ । ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି NIA ଟିମ୍ । କ୍ୟାପିଟାଲ ହସ୍ପିଟାଲରେ ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି: ଆଗାମୀ ୫-୬ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଘଟଣାଦିନ କେମିତି ଅବସ୍ଥାରେ ହସ୍ପିଟାଲ ଆସିଥିଲେ ? କେତେ ପ୍ରତିଶତ ଦେହର ପୋଡିଯାଇଥିଲା ? ସେ ସମ୍ପର୍କରେ ଚାଲିଛି ଖୋଳତାଡ଼। ପୂର୍ବରୁ ସୁନ୍ଦରପଦା ଆଜାଦନଗରରେ ପହଁଚି ସର୍ଜମିନ ଯାଞ୍ଚ କରିଥିଲା NIA ଟିମ । ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ, ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରୁଛି NIA ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କଲା ସ୍ତ୍ରୀ

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟାଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତାଙ୍କ ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । NIA ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDX ର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼। ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ୧୭ ଜଣଙ୍କୁ ମିଳିବ ବିଶିଷ୍ଟ ପୋଲିସ୍‌ ସେବା ପୁରସ୍କାର; ADG ସଂଜୀବ ପଣ୍ଡା ଏବଂ DSP ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

28 Apr 2026 By Madhusudan Das

ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା: କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତଦନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦାର ଆଜାଦନଗର ବିସ୍ଫୋରଣ ଘଟଣା । କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତନାଘନା । ବିସ୍ଫୋରଣ ସମ୍ପର୍କରେ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛି NIA ଟିମ । ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି NIA ଟିମ୍ । କ୍ୟାପିଟାଲ ହସ୍ପିଟାଲରେ ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ହୋଇଥିଲା ।

ଘଟଣାଦିନ କେମିତି ଅବସ୍ଥାରେ ହସ୍ପିଟାଲ ଆସିଥିଲେ ? କେତେ ପ୍ରତିଶତ ଦେହର ପୋଡିଯାଇଥିଲା ? ସେ ସମ୍ପର୍କରେ ଚାଲିଛି ଖୋଳତାଡ଼। ପୂର୍ବରୁ ସୁନ୍ଦରପଦା ଆଜାଦନଗରରେ ପହଁଚି ସର୍ଜମିନ ଯାଞ୍ଚ କରିଥିଲା NIA ଟିମ । ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ, ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରୁଛି NIA ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ହୋଇଥିଲା ଭୟାଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତାଙ୍କ ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । NIA ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDX ର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼। ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର