ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

Madhusudan Das Picture
Published On

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ଶୁକ୍ଳ ତୃତୀୟା ‘ଅକ୍ଷୟ ତୃତୀୟା’ ଭାବେ ପରିଚିତ। କୃଷକ ଏହିଦିନ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହା ଅତ୍ୟନ୍ତ ଶୁଭଦିନ ହୋଇଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଏ। କେବଳ ସେତିକି ନୁହେଁ, ଏହି ତିଥିରେ ଶ୍ରୀଜିଉମାନଙ୍କର ରଥ ନିର୍ମାଣ ଅନୁକୂଳ ହୁଏ। 

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ପୌରାଣିକ ଦୃଷ୍ଟିକୋଣରୁ ଏହି ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ। ଏହି ଦିନକୁ ସତ୍ୟ ଯୁଗର ପ୍ରାରମ୍ଭ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ଏହି ଦିନ ସ୍ବର୍ଣ୍ଣ କ୍ରୟ କଲେ ମା’ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରନ୍ତି ବୋଲି ବିଶ୍ବାସ ଅଛି। ଏହି ଦିନକୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ।  ‘ଗୀତଗୋବିନ୍ଦ’ର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ। ବଦ୍ରି-ନାରାୟଣ କପାଟ ଏହି ଦିନ ଖୋଲିଥାଏ । ମା’ ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ତ୍ୟରେ  ଅବତରଣ କରିଥିଲେ ବୋଲି କିମ୍ବଦନ୍ତୀ କୁହେ।  

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ ପାଇଁ ଅନୁକୂଳ କରାଯାଏ। ବିଧି ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢ଼ି ଲଗାଇ ବନଜାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥାଏ । ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜୀବିତ ରହିଛି। ଏହି ପବିତ୍ର ଦିନରେ ଯେକୌଣସି ଧର୍ମକାର୍ଯ୍ୟ କଲେ କ୍ଷୟ ନ ହୋଇ ଅକ୍ଷୟ ହୋଇ ରହିଥାଏ ବୋଲି ବିଶ୍ବାସ ରହିଛି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

20 Apr 2026 By Madhusudan Das

ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ଶୁକ୍ଳ ତୃତୀୟା ‘ଅକ୍ଷୟ ତୃତୀୟା’ ଭାବେ ପରିଚିତ। କୃଷକ ଏହିଦିନ ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହା ଅତ୍ୟନ୍ତ ଶୁଭଦିନ ହୋଇଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଭଳି ମାଙ୍ଗଳିକ କାର୍ଯ୍ୟ କରାଯାଏ। କେବଳ ସେତିକି ନୁହେଁ, ଏହି ତିଥିରେ ଶ୍ରୀଜିଉମାନଙ୍କର ରଥ ନିର୍ମାଣ ଅନୁକୂଳ ହୁଏ। 

ପୌରାଣିକ ଦୃଷ୍ଟିକୋଣରୁ ଏହି ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ। ଏହି ଦିନକୁ ସତ୍ୟ ଯୁଗର ପ୍ରାରମ୍ଭ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ଏହି ଦିନ ସ୍ବର୍ଣ୍ଣ କ୍ରୟ କଲେ ମା’ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରନ୍ତି ବୋଲି ବିଶ୍ବାସ ଅଛି। ଏହି ଦିନକୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ।  ‘ଗୀତଗୋବିନ୍ଦ’ର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ। ବଦ୍ରି-ନାରାୟଣ କପାଟ ଏହି ଦିନ ଖୋଲିଥାଏ । ମା’ ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ତ୍ୟରେ  ଅବତରଣ କରିଥିଲେ ବୋଲି କିମ୍ବଦନ୍ତୀ କୁହେ।  

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ ପାଇଁ ଅନୁକୂଳ କରାଯାଏ। ବିଧି ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢ଼ି ଲଗାଇ ବନଜାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥାଏ । ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜୀବିତ ରହିଛି। ଏହି ପବିତ୍ର ଦିନରେ ଯେକୌଣସି ଧର୍ମକାର୍ଯ୍ୟ କଲେ କ୍ଷୟ ନ ହୋଇ ଅକ୍ଷୟ ହୋଇ ରହିଥାଏ ବୋଲି ବିଶ୍ବାସ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର