ଦୂତିଙ୍କ ବିରୋଧରେ ଏତଲା ରୁଜୁ ନ ହେବା ପ୍ରସଙ୍ଗ

The Sakala Picture
Published On

କଟକ,୧୩ା୮(ସମିସ): ଅନ୍ତର୍ଜାତୀୟ ଆଥଲେଟ ତଥା ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ ନ କରିବା ନେଇ ଦାୟର ମାମଲାରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସୁଧାଂଶୁ ଶେଖର ରାଉତଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି ଆସନ୍ତା ୪ସପ୍ତାହ ମଧ୍ୟରେ ଆବେଦନକାରୀ ଦେଇଥିବା ପିଟିସନ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। […]

କଟକ,୧୩ା୮(ସମିସ): ଅନ୍ତର୍ଜାତୀୟ ଆଥଲେଟ ତଥା ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ ନ କରିବା ନେଇ ଦାୟର ମାମଲାରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସୁଧାଂଶୁ ଶେଖର ରାଉତଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି ଆସନ୍ତା ୪ସପ୍ତାହ ମଧ୍ୟରେ ଆବେଦନକାରୀ ଦେଇଥିବା ପିଟିସନ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ଟୋକିଓ ଅଲିମ୍ପିକରେ ଦୂତିଙ୍କ ବିଫଳତା ପରେ ଏକ ୱେବ ପୋର୍ଟାଲ ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ନିଆଯାଇଥ଄ଲା। ଯେଉଁଥିରେ ତାଙ୍କ ଭଉଣୀ ଓ ଅନ୍ୟମାନେ ଦୂତିଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଥିଲେ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ଦୂତି ନିଜ ପରିବାରକୁ ନିର୍ଯାତନା ଦେଉଥିବା କଥା ସଂପୃକ୍ତ ୱେବ ପୋର୍ଟାଲରେ ଅଭିଯୋଗ କରିଥିଲେ ପରିବାର ସଦସ୍ୟ। ଏସମ୍ପର୍କରେ ସଂପୃକ୍ତ ୱେବପୋର୍ଟାଲର ପ୍ରତିନିଧି ଦୂତିଙ୍କ ମଧ୍ୟ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ଦୂତି ତାଙ୍କୁ ଗାଳିଗୁଲଜ କରିବା ସହ ନାନା ଧମକଚମକ ପ୍ରଦାନ କରିଥିଲେ। ଏହାର ଏକ ଅଡିଓ ସୋସିଆଲ ମିଡିଆରେ ବି ଭାଇରାଲ ହୋଇଥିଲା। ଦୂତିଙ୍କ ବିରୋଧରେ ଆବେଦନକାରୀ ଗତ ୪ ତାରିଖରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ ହେଁ ଏହାକୁ ଥାନା କର୍ତ୍ତୃପକ୍ଷ ଗ୍ରହଣ କରି ନଥିଲେ। ପରେ ଡିସିପିଙ୍କୁ ଅବଗତ କରିଥ଄ଲେ। ଏନେଇ କିଛି ପଦକ୍ଷେପ ନନେବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଭୁବନେଶ୍ୱର ଡିସିପି, ଲକ୍ଷ୍ମୀସାଗର ଆଇଆଇସି ଓ ଦୂତି ଚାନ୍ଦଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

14 Aug 2021 By The Sakala

ଦୂତିଙ୍କ ବିରୋଧରେ ଏତଲା ରୁଜୁ ନ ହେବା ପ୍ରସଙ୍ଗ

କଟକ,୧୩ା୮(ସମିସ): ଅନ୍ତର୍ଜାତୀୟ ଆଥଲେଟ ତଥା ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ ନ କରିବା ନେଇ ଦାୟର ମାମଲାରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସୁଧାଂଶୁ ଶେଖର ରାଉତଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି ଆସନ୍ତା ୪ସପ୍ତାହ ମଧ୍ୟରେ ଆବେଦନକାରୀ ଦେଇଥିବା ପିଟିସନ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ଟୋକିଓ ଅଲିମ୍ପିକରେ ଦୂତିଙ୍କ ବିଫଳତା ପରେ ଏକ ୱେବ ପୋର୍ଟାଲ ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତିକ୍ରିୟା ନିଆଯାଇଥ଄ଲା। ଯେଉଁଥିରେ ତାଙ୍କ ଭଉଣୀ ଓ ଅନ୍ୟମାନେ ଦୂତିଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଥିଲେ।

ଦୂତି ନିଜ ପରିବାରକୁ ନିର୍ଯାତନା ଦେଉଥିବା କଥା ସଂପୃକ୍ତ ୱେବ ପୋର୍ଟାଲରେ ଅଭିଯୋଗ କରିଥିଲେ ପରିବାର ସଦସ୍ୟ। ଏସମ୍ପର୍କରେ ସଂପୃକ୍ତ ୱେବପୋର୍ଟାଲର ପ୍ରତିନିଧି ଦୂତିଙ୍କ ମଧ୍ୟ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ଦୂତି ତାଙ୍କୁ ଗାଳିଗୁଲଜ କରିବା ସହ ନାନା ଧମକଚମକ ପ୍ରଦାନ କରିଥିଲେ। ଏହାର ଏକ ଅଡିଓ ସୋସିଆଲ ମିଡିଆରେ ବି ଭାଇରାଲ ହୋଇଥିଲା। ଦୂତିଙ୍କ ବିରୋଧରେ ଆବେଦନକାରୀ ଗତ ୪ ତାରିଖରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ ହେଁ ଏହାକୁ ଥାନା କର୍ତ୍ତୃପକ୍ଷ ଗ୍ରହଣ କରି ନଥିଲେ। ପରେ ଡିସିପିଙ୍କୁ ଅବଗତ କରିଥ଄ଲେ। ଏନେଇ କିଛି ପଦକ୍ଷେପ ନନେବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଭୁବନେଶ୍ୱର ଡିସିପି, ଲକ୍ଷ୍ମୀସାଗର ଆଇଆଇସି ଓ ଦୂତି ଚାନ୍ଦଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର