ନାବାଳିକାକୁ ଅସଦାଚରଣ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ବେଳେ ଉତ୍ତେଜନା, ୩୮ ଜଣ ଅଟକ
ରାଇରଙ୍ଗପୁର: ନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦରେ ବହଳଦା ବାଇପାସରେ ଜାତୀୟ ରାଜପଥ ଅବରୋଧ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଉତ୍ତେଜନା ଘଟଣାରେ ଆକ୍ସନ ମୋଡ଼ରେ ପୋଲିସ । ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ଓ ପୋଲିସ ଉପରେ ଆକ୍ରମଣ ନେଇ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ୩୮ଜଣ ଆକ୍ରମଣକାରୀଙ୍କୁ ପୋଲିସ ଅଟକ ରଖିଥିବାବେଳେ ଆଗକୁ ଗିରଫଦାରୀ ବଢ଼ିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଜଣେ ନାବାଳିକାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅସଦାଚରଣ କରିବା ଅଭିଯୋଗରେ ଶୁକ୍ରବାର ତୁମୁଳକାଣ୍ଡ ଘଟିଥିଲା। ଜାତୀୟ ରାଜପଥ ଦୀର୍ଘ ୬ ଘଣ୍ଟା ଅବରୋଧ କରିଥିଲେ। ବୁଝାସୁଝା ପାଇଁ ଆସିଥିବା ପ୍ରଶାସନିକ ଅଧିକାରୀ ଓ ପୁଲିସକୁ ଗ୍ରାମବାସୀ ଆକ୍ରମଣ କରିଥିଲେ। ପ୍ରଶାସନିକ ଅଧିକାରୀ ଓ ପୁଲିସଙ୍କୁ ଇଟା, ପଥର ଫିଙ୍ଗିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ରାସ୍ତାରେ ଓଲଟାଇ ଦେଇଥିଲେ। ପୁଲିସକୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଉକ୍ତ ଆକ୍ରମଣରେ ୮/୯ ଜଣ ପୁଲିସ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଏହାକୁ ନେଇ ପୁଲିସ ପକ୍ଷରୁ ବହଳଦା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଫଟୋ ଓ ଭିଡିଓ ଆଧାରରେ ଗିରଫଦାରୀ ଜାରି ରହିଛି। ଆଗକୁ ଗିରଫଦାରୀ ବୃଦ୍ଧି ପାଇବ ବୋଲି ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି କହିଛନ୍ତି। ଗିରଫଦାରୀ ଭୟରେ କିଛି ଗ୍ରାମବାସୀ ଫେରାର ହୋଇଥିବା ସୂଚନା ମିଳିଛି।