ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

Suryakanta Picture
Published On

ରଙ୍ଗର ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳିସାରି ନଦୀ ଓ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ବୁଧବାର ଦିନ ରାଜ୍ୟର ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଜଗତସିଂହପୁର ଜିଲ୍ଲାରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ବିଭିନ୍ନ ଜିଲ୍ଲାରେ ଶୋକାକୁଳ ପରିବେଶ

ପୁଲିସର ସୂଚନା ଅନୁଯାୟୀ, ଅଧିକାଂଶ ଦୁର୍ଘଟଣା ହୋଲି ଖେଳିବା ପରେ ଗାଧୋଇବା ସମୟରେ ଘଟିଛି। ଯାଜପୁର ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଦିଗମ୍ବରପୁର ଠାରେ ବ୍ରାହ୍ମଣୀ ନଦୀରେ ଜଣେ ନାବାଳକ ବୁଡ଼ି ଯାଇଥିବା ବେଳେ, ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଖରସ୍ରୋତା ନଦୀରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ସେହିପରି କଟକ ଜିଲ୍ଲା ବଡ଼ମ୍ବା ଟି-ବ୍ରିଜ୍ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଜଣେ ନାବାଳକର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲରେ ବୁଡ଼ି ଆଉ ଜଣେ ଯୁବକ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ନିଖୋଜ ଯୁବକଙ୍କ ପାଇଁ ତଲାସୀ ଜାରି

ଏହି ଘଟଣା କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ମଧ୍ୟ ଏକ ଅଘଟଣ ଘଟିଛି। ଖରସ୍ରୋତା ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହା ବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର ଏବଂ ଜଗତସିଂହପୁର ଜିଲ୍ଲାରୁ ମଧ୍ୟ ହୋଲି ପରବର୍ତ୍ତୀ ଗାଧୁଆ ବେଳେ ବୁଡ଼ିଯିବା ଘଟଣା ରିପୋର୍ଟ କରାଯାଇଛି। ପର୍ବ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ ଓ ଜଳାଶୟ ଗୁଡ଼ିକରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏଭଳି ଅଘଟଣ ପର୍ବର ଖୁସିକୁ ମଳିନ କରିଦେଇଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର