ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଜାଣନ୍ତୁ ସମୟ ଓ ନିୟମାବଳୀ

Suryakanta Picture
Published On

ପୁରୀ ଶ୍ରୀମନ୍ଦିରର ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦଶନ୍ଧି ପରେ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପଦର ତାଲିକା ପ୍ରସ୍ତୁତ ହେବାକୁ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଶୁଭ ମୁହୂର୍ତ୍ତ ଓ ସମୟ ନିର୍ଘଣ୍ଟ

ମାର୍ଚ୍ଚ ୨୫ ତାରିଖ, ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଏହି ଗଣତି କାର୍ଯ୍ୟ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୧୨ ମିନିଟରୁ ୧ଟା ୪୫ ମିନିଟ୍ ମଧ୍ୟରେ ଶୁଭ 'ମହେନ୍ଦ୍ର ବେଳା'ରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

କିପରି ହେବ ଗଣତି କାର୍ଯ୍ୟ?

ରତ୍ନଭଣ୍ଡାର ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏଥିରେ ଏକ ୩ ଜଣିଆ 'ତଦାରଖ କମିଟି' ଏବଂ ଅଳଙ୍କାର ଯାଞ୍ଚ ପାଇଁ ଏକ ୧୦ ଜଣିଆ 'ହ୍ୟାଣ୍ଡଲିଂ ଟିମ୍' ରହିବେ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

* ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ଶନିବାର, ରବିବାର ଏବଂ ଅନ୍ୟ ବଡ଼ ପର୍ବପର୍ବାଣି ଦିନମାନଙ୍କରେ ଗଣତି କାର୍ଯ୍ୟ ବନ୍ଦ ରହିବ।

* ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ଅଳଙ୍କାରର ଡିଜିଟାଲ ଡକ୍ୟୁମେଣ୍ଟେସନ୍ ସହ ଭିଡିଓଗ୍ରାଫି କରାଯିବ।

* ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପ୍ରତିନିଧି, ବିଶେଷଜ୍ଞ ଏବଂ ବରିଷ୍ଠ ସେବାୟତମାନେ ସାମିଲ ହେବେ।

ଐତିହାସିକ ପଦକ୍ଷେପ

ଦୀର୍ଘ ୪୮ ବର୍ଷ ପରେ ରତ୍ନଭଣ୍ଡାରର ପୁଙ୍ଖାନୁପୁଙ୍ଖ ଗଣତି କରାଯାଉଛି। ଏହା ପୂର୍ବରୁ ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାରର ଗଣତି ହୋଇଥିଲା, ଯାହାକୁ ସମ୍ପୂର୍ଣ୍ଣ କରିବାକୁ ସେତେବେଳେ ୭୨ ଦିନ ସମୟ ଲାଗିଥିଲା। ଚଳିତ ଥର ପ୍ରଥମେ 'ବାହାର ଭଣ୍ଡାର' ଏବଂ ପରେ 'ଭିତର ଭଣ୍ଡାର'ର ଗଣତି କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର