ଖାକି ଉପରେ ଆକ୍ରମଣ; ୨ ବର୍ଷରେ ୨୦ ଥର

The Sakala Picture
Published On

ଭୁବନେଶ୍ୱର : ଲୋକଙ୍କୁ ସୁରକ୍ଷା ଦେବାରେ ପୁଲିସ ଏକପ୍ରକାର ବିଫଳ ହେଉଛି। ଅପରପକ୍ଷେ ପୁଲିସର ଗୁଇନ୍ଦା ବ୍ୟବସ୍ଥା ବିଫଳ ହେବାରୁ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟକ୍ରମେ ବୃଦ୍ଧି ପାଉଛି ଓ ସାଧାରଣ ଲୋକେ ପୁଲିସକୁ ଭରସା କରି ପାରୁନାହାନ୍ତି। ଫଳରେ ଥରକୁ ଥର ପୁଲିସ ଉପରକୁ ଆକ୍ରମଣ ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି। ମିଳିଥିବା ତଥ୍ୟ ଅନୁସାରେ ୨ ବର୍ଷରେ ୨୦ ଥର ପୁଲିସ ଉପରକୁ ଆକ୍ରମଣ କଲେଣି ସାଧାରଣ ଜନତା। ଏଥିରେ ବିଭିନ୍ନ ଥାନାରେ ମାମଲା ରୁଜୁ […]

ଭୁବନେଶ୍ୱର : ଲୋକଙ୍କୁ ସୁରକ୍ଷା ଦେବାରେ ପୁଲିସ ଏକପ୍ରକାର ବିଫଳ ହେଉଛି। ଅପରପକ୍ଷେ ପୁଲିସର ଗୁଇନ୍ଦା ବ୍ୟବସ୍ଥା ବିଫଳ ହେବାରୁ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟକ୍ରମେ ବୃଦ୍ଧି ପାଉଛି ଓ ସାଧାରଣ ଲୋକେ ପୁଲିସକୁ ଭରସା କରି ପାରୁନାହାନ୍ତି। ଫଳରେ ଥରକୁ ଥର ପୁଲିସ ଉପରକୁ ଆକ୍ରମଣ ମଧ୍ୟ ବୃଦ୍ଧି ପାଇପାରେ ଲାଗିଛି। ମିଳିଥିବା ତଥ୍ୟ ଅନୁସାରେ ୨ ବର୍ଷରେ ୨୦ ଥର ପୁଲିସ ଉପରକୁ ଆକ୍ରମଣ କଲେଣି ସାଧାରଣ ଜନତା। ଏଥିରେ ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇ ୩୦ ଜଣଙ୍କୁ ଗିରଫ ମଧ୍ୟ କରାଗଲାଣି। ସେଥିମଧ୍ୟରୁ ୨୦୨୦ରେ ୧୪ ଜଣଙ୍କୁ ଆକ୍ରମଣ କରାଯାଇଥିବା ବେଳେ ୨୦୨୧ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଆକ୍ରମଣ କରାଗଲାଣି। ଏସବୁ ପରେ ବି ଥମୁନି ପୁଲିସ ଉପରେ ଆକ୍ରମଣ।

ଆହୁରି ପଢ଼ନ୍ତୁ: ଏସଆଇଆର ଆପତ୍ତି ଅବଧି ବୃଦ୍ଧି ଲାଗି ବିଜେଡିର ଦାବି: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେଡି ପ୍ରତିନିଧି

ମହିଳା ଏସ୍‍ଆଇଙ୍କ ଚୁଟି ଘୋଷାଡ଼ି ପିଟିଲେ:
ଗତ ୩ ତାରିଖରେ ଏକ ମାମଲାର ତଦନ୍ତ ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ଚିନ୍ତାମଣୀଶ୍ୱର ଶବର ସାହିକୁ ଯାଇଥିବା ବେଳେ ଘର ମାଲିକାଣୀ ସୁଶ୍ରୀ ପଣ୍ଡା ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ବେହେରାଙ୍କୁ ଆକ୍ରମଣ କରିଥିଲେ। ମହିଳା ଏସ୍‍ଆଇଙ୍କ ଚୁଟିକୁ ସୁଶ୍ରୀ ଘୋଷାଡ଼ି ଘୋଷାଡ଼ି ଘର ଭିତରକୁ ନେଇ ମାଡ଼ ମାରିଥିଲେ। ଏପରିକି ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ। କେବଳ ମହିଳା ଏସ୍‍ଆଇ ନୁହେଁ ପୁଲିସ ଭ୍ୟାନ୍‍ର ଡ୍ରାଇଭର ଏବଂ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ।

ଫାଣ୍ଡିରେ ପଶି ପୁଲିସକୁ ପିଟିଲେ କିନ୍ନର
ଗତ ୬ ତାରିଖ ରାତିରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡ୍‍ରେ ଶୁକ୍ରବାର ରାତିରେ କେତେକ କିନ୍ନର ହଙ୍ଗାମା କରିଥିଲେ। ଜଣେ ଯୁବକଙ୍କ ଠାରୁ ଲୁଟ୍‍ପାଟ୍‍ କରିବା ଅଭିଯୋଗରେ ଫାଣ୍ଡି ପୁଲିସ ଜଣେ କିନ୍ନରଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ। ଏହି ସମୟରେ ଦଳବଳ ହୋଇ ଏକାଧିକ କିନ୍ନର ଫାଣ୍ଡି ଭିତରେ ପଶି ଭଙ୍ଗାରୁଜା କରିବା ସହ ପୁଲିସକୁ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ନରଙ୍କ ଏଭଳି ଆକ୍ରମରରେ ଫାଣ୍ଡିର ହାବିଲଦାର ଦିନେଶ ବିଶ୍ୱାଳ ଆହତ ହୋଇଥିଲେ।

ପୁଲିସକୁ ପିଟିଲେ ଗାଈଚୋର
ଗତ ଜାନୁୟାରୀ ମାସରେ ବଡ଼ଗଡ଼଼ ଥାନା କନ୍‍ଷ୍ଟେବଳ ଧୀରେନ୍ଦ୍ର କୁମାର ସାହୁ ଏକ ଗାଈଚୋର ରାକେଟ୍‍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ଲୁହା ରଡ୍‍ରେ କନ୍‍ଷ୍ଟେବଳ ଧୀରେନ୍ଦ୍ରଙ୍କୁ ପିଟିପିଟି ଗୁରୁତର ଅାହତ କରିଥିଲେ।

ମାସ୍କ ନ ପିନ୍ଧି ଓଲଟା ଜୁଲମ୍‍
ଗତ ଦୁଇ ମାସ ତଳେ ବମିଖାଲ ଅଞ୍ଚଳରେ ଜଣେ ଯୁବକ ମାସ୍କ ନ ପିନ୍ଧି ଯାଉଥିଲେ। ଏହି ସମୟରେ ଯାଞ୍ଚ କରୁଥିବା ଲକ୍ଷ୍ମୀସାଗର ଥାନାର ଏଏସ୍‍ଆଇ ଅଭିମନ୍ୟୁ ଚୌଧୁରୀ ଜରିମାନା କାଟିବାରୁ ଏଥିରେ ଉତ୍‍କ୍ଷିପ୍ତ ହୋଇ ଯୁବକଜଣଙ୍କ ପୁଲିସକୁ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିଲେ।

ମାଡ଼ମାରି ଛଡ଼ାଇନେଲେ କ୍ୟାମେରା
ଗତ ଏପ୍ରିଲ ୪ ତାରିଖରେ ସହିଦନଗର ଥାନା ମହର୍ଷି କଲେଜ ନିକଟ ଛକରେ ଟ୍ରାଫିକ୍‍ ପୁଲିସ ଇରମ ପୋଡିୟାମି କାର୍ଯ୍ୟ କରୁଥିଲେ। ଏହି ସମୟରେ ଏକ ଅଟୋରେ ୪ ଜଣ ଯୁବକ ଆସି ହଠାତ୍‍ ଇରମ୍‍ଙ୍କ ସାର୍ଟ କଲର ଧରି ମାଡ଼ ମାରିଥିଲେ। ପରେ ତାଙ୍କୁ ବଡ଼ି କ୍ୟାମେରାକୁ ଛଡ଼ାଇ ନେଇଥିଲେ।

ପୁଲିସକୁ ପନିକୀରେ ହାଣିଲେ
ଗତ ୪ ମାସ ତଳେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଧରିବାକୁ ସାଲିଆସାହି ବସ୍ତିକୁ ଯାଇଥିଲେ। ବସ୍ତିରେ ଉକ୍ତ ଯୁବକକୁ ପୁଲିସ ଧରିବା ସମୟରେ ଅଭିଯୁକ୍ତର ମା’ ଓ ଭଉଣୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏପରିକି ଜଣେ ପୁଲିସ କନ୍‍ଷ୍ଟେବଳ ହାତକୁ ପନିକୀରେ ହାଣି ଦେଇଥିଲେ। ଫଳରେ ପୁଲିସ ଅଭିଯୁକ୍ତ ଗିରଫ କରିବ କ’ଣ ଓଲଟା ଜୀବନ ବଞ୍ଚାଇ ପଳାଇ ଆସିଥିଲା। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଯେଉଁମାନେ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି କରି ଆକ୍ରମଣ କରୁଛନ୍ତି,ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆବଶ୍ୟକ ପଡ଼଼ିଲେ ୧୧୦ରେ ମଧ୍ୟ ବୁକ୍‍ କରାଯାଉଛି।

10 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର