କାଲିଠୁ ବିଧାନସଭାର ବଜେଟ ଅଧିବେଶନ: ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ

Madhusudan Das Picture
Published On

ଭୁବନେଶ୍ୱର: କାଲିଠୁ ଅର୍ଥାତ ମଙ୍ଗଳବାରଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ଲମ୍ବା ଅବଧିର କାର୍ଯ୍ୟ ଦିବସକୁ ନେଇ ଆରମ୍ଭ ହେବାକୁ ଥିବା ଏଥର ଅଧିବେଶନ ବେଶ୍‌ ରୋଚକ ହୋଇପାରେ। କାରଣ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ସହ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆସିବାର ସମ୍ଭାବନା ରହିଛି। ୧୭ ତାରିଖରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହକୁ ସମ୍ବୋଧନ କରିବେ। ଏହାପରେ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢ଼ ମାସ ଧରି ଚାଲିବ। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ନେଇ ସ୍ଥିର ହୋଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିବେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଅନ୍ୟପଟେ ବିଧାନସଭାରେ ଏଥର ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ମାଳମାଳ ପ୍ରସଙ୍ଗ ସହ ପ୍ରସ୍ତୁତ ହେଉଛନ୍ତି। ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବା ନେଇ ମଧ୍ୟ ସ୍ଥିର ହୋଇଛି। ବୈଠକରେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଦଳ ଘେରିବ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଏଥର ମୁଖ୍ୟତଃ ଧାନ କିଣା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ବିଜେଡି ଅଡ଼ୁଆରେ ପକାଇପାରେ। 

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସମାନ ଭାବେ କଂଗ୍ରେସ ଦଳ ମଧ୍ୟ ସନ୍ଧ୍ୟା ୫ ଟାରେ ବିଧାୟକ ଦଳ ବୈଠକ ଆୟୋଜନ କରିଛି। ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହିବା ସହ ଦଳର ଅନ୍ୟ ସମସ୍ତ ବିଧାୟକମାନେ ଉପସ୍ଥିତ ରହି ନିଜ ଦଳର ରଣନୀତି ପ୍ରସ୍ତୁତ କରିବା ନେଇ ଯୋଜନା ହୋଇଛି। ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ଗୃହରେ ହଲ୍ଲାବୋଲ ହେବା ନେଇ ପୂର୍ବରୁ ଆଭାସ ମିଳି ସାରିଛି। ଏହାସହିତ ଆନ୍ତଃରାଜ୍ୟ ବିବାଦ, ନାରୀ ନିର୍ଯାତନା, ଧାନ କିଣା ଅବ୍ୟବସ୍ଥା, ବେକାରି, ୟୁଜିସି ନୂଆ ନିୟମ, ମିଲର୍ସ-ସରକାର ସଂପର୍କ ଓ ଅଙ୍ଗନବାଡି଼ରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ କଂଗ୍ରେସ ଯୁଦ୍ଧ ଦେହିଂ ଡାକରା ଦେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିରୋଧୀଙ୍କୁ ଠିକଣା ଜବାବ ଦେବାକୁ ସରକାରୀ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। 

16 Feb 2026 By Madhusudan Das

କାଲିଠୁ ବିଧାନସଭାର ବଜେଟ ଅଧିବେଶନ: ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ

ଭୁବନେଶ୍ୱର: କାଲିଠୁ ଅର୍ଥାତ ମଙ୍ଗଳବାରଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ଲମ୍ବା ଅବଧିର କାର୍ଯ୍ୟ ଦିବସକୁ ନେଇ ଆରମ୍ଭ ହେବାକୁ ଥିବା ଏଥର ଅଧିବେଶନ ବେଶ୍‌ ରୋଚକ ହୋଇପାରେ। କାରଣ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ସହ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆସିବାର ସମ୍ଭାବନା ରହିଛି। ୧୭ ତାରିଖରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହକୁ ସମ୍ବୋଧନ କରିବେ। ଏହାପରେ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢ଼ ମାସ ଧରି ଚାଲିବ। 

ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ନେଇ ସ୍ଥିର ହୋଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିବେ।

ଅନ୍ୟପଟେ ବିଧାନସଭାରେ ଏଥର ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ମାଳମାଳ ପ୍ରସଙ୍ଗ ସହ ପ୍ରସ୍ତୁତ ହେଉଛନ୍ତି। ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବା ନେଇ ମଧ୍ୟ ସ୍ଥିର ହୋଇଛି। ବୈଠକରେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଦଳ ଘେରିବ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଏଥର ମୁଖ୍ୟତଃ ଧାନ କିଣା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ବିଜେଡି ଅଡ଼ୁଆରେ ପକାଇପାରେ। 

ସମାନ ଭାବେ କଂଗ୍ରେସ ଦଳ ମଧ୍ୟ ସନ୍ଧ୍ୟା ୫ ଟାରେ ବିଧାୟକ ଦଳ ବୈଠକ ଆୟୋଜନ କରିଛି। ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହିବା ସହ ଦଳର ଅନ୍ୟ ସମସ୍ତ ବିଧାୟକମାନେ ଉପସ୍ଥିତ ରହି ନିଜ ଦଳର ରଣନୀତି ପ୍ରସ୍ତୁତ କରିବା ନେଇ ଯୋଜନା ହୋଇଛି। ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ଗୃହରେ ହଲ୍ଲାବୋଲ ହେବା ନେଇ ପୂର୍ବରୁ ଆଭାସ ମିଳି ସାରିଛି। ଏହାସହିତ ଆନ୍ତଃରାଜ୍ୟ ବିବାଦ, ନାରୀ ନିର୍ଯାତନା, ଧାନ କିଣା ଅବ୍ୟବସ୍ଥା, ବେକାରି, ୟୁଜିସି ନୂଆ ନିୟମ, ମିଲର୍ସ-ସରକାର ସଂପର୍କ ଓ ଅଙ୍ଗନବାଡି଼ରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ କଂଗ୍ରେସ ଯୁଦ୍ଧ ଦେହିଂ ଡାକରା ଦେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିରୋଧୀଙ୍କୁ ଠିକଣା ଜବାବ ଦେବାକୁ ସରକାରୀ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। 

https://www.thesakala.in/latest-odisha-news/budget-session-of-odisha-assembly-from-tomorrow/article-44716
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର