ହଷ୍ଟେଲରେ ଝାଡାବାନ୍ତି ଆତଙ୍କ; ଜଣେ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

Madhusudan Das Picture
Published On

ରାୟଗଡା: ବିଷମକଟକ ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତି ଓ ଜ୍ୱରରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ଅଧିନରେ ଥିବା ବାରୀଗୁଡା ନଳିନୀ ବିଦ୍ୟା ମନ୍ଦିର ହଷ୍ଟେଲର ୩୦ରୁ ଉର୍ଦ୍ଧ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକଲରେ ସମସ୍ତ ଛାତ୍ରୀଙ୍କ ଚିକିତ୍ସା କରାଯାଉଥିବା ବେଳେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ଲଗ୍ନା ଊର୍ଲାକାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରିବାର ଘରକୁ ନେଇଥିବା ବେଳେ ନିଜ ଘରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ଜଣାଇଛନ୍ତି। ମୃତ ଛାତ୍ରୀଙ୍କ ଘର ଭାତପୂର୍ ପଞ୍ଚାୟତ କନଡି ଗ୍ରାମର ରାଜେନ୍ଦ୍ର ଉର୍କାକାଙ୍କ ଝିଅ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ବର୍ତମାନ ଏହି ବିଦ୍ୟାଳୟରେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ଅଣାୟତ ହେବାର ଲାଗିଥିବା ବେଳେ ଦୁଇଜଣ ଛାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଷମକଟକ ତହସିଲଦାର ମେଡିକାଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଡିକାଲ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ତହସିଲଦାର । ଅନ୍ୟପଟେ  ଜିଲ୍ଲାର ମେଡିକାଲ ଟିମ ବିଦ୍ୟାଳୟରେ ପହଁଚି ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

31 Jan 2026 By Madhusudan Das

ହଷ୍ଟେଲରେ ଝାଡାବାନ୍ତି ଆତଙ୍କ; ଜଣେ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡା: ବିଷମକଟକ ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତି ଓ ଜ୍ୱରରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ଅଧିନରେ ଥିବା ବାରୀଗୁଡା ନଳିନୀ ବିଦ୍ୟା ମନ୍ଦିର ହଷ୍ଟେଲର ୩୦ରୁ ଉର୍ଦ୍ଧ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକଲରେ ସମସ୍ତ ଛାତ୍ରୀଙ୍କ ଚିକିତ୍ସା କରାଯାଉଥିବା ବେଳେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ଲଗ୍ନା ଊର୍ଲାକାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରିବାର ଘରକୁ ନେଇଥିବା ବେଳେ ନିଜ ଘରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ଜଣାଇଛନ୍ତି। ମୃତ ଛାତ୍ରୀଙ୍କ ଘର ଭାତପୂର୍ ପଞ୍ଚାୟତ କନଡି ଗ୍ରାମର ରାଜେନ୍ଦ୍ର ଉର୍କାକାଙ୍କ ଝିଅ ବୋଲି ଜଣାପଡିଛି।

ବର୍ତମାନ ଏହି ବିଦ୍ୟାଳୟରେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ଅଣାୟତ ହେବାର ଲାଗିଥିବା ବେଳେ ଦୁଇଜଣ ଛାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଷମକଟକ ତହସିଲଦାର ମେଡିକାଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଡିକାଲ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ତହସିଲଦାର । ଅନ୍ୟପଟେ  ଜିଲ୍ଲାର ମେଡିକାଲ ଟିମ ବିଦ୍ୟାଳୟରେ ପହଁଚି ଥିବା ଜଣାପଡିଛି ।

https://www.thesakala.in/latest-odisha-news/diarrhea-panic-in-hostel-one-died-above-30-infected/article-44330
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର