ରାଉରକେଲାରେ ଚାର୍ଟର ବିମାନ କ୍ରାସ, ପାଇଲଟଙ୍କ ସମେତ ୬ଜଣ ଆହତ

Madhusudan Das Picture
Published On

ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣା । ଭୁବନେଶ୍ବରରୁ ରାଉରକେଲା ଯାଉଥିବା ବେଳେ ରଘୁନାଥପାଲିର ଜଲଦା ଏ ବ୍ଳକ ନିକଟରେ ଏକ ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହେଲା ଇଣ୍ଡିଆ ଓ୍ବାନର ଛୋଟ ଚାର୍ଟର ବିମାନ । ଉଡ଼ାଣ ଭରିବାର ଅଳ୍ପ ସମୟରେ ଘରୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ୍‌ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ୯ ସିଟ ବିଶିଷ୍ଟ ବିମାନରେ ପାଇଲଟ ଏବଂ ୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଦୁଇ କ୍ରୁ ମେମ୍ବର ଏବଂ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଉଡାଣ ଭରିବାର ଅଳ୍ପ ସମୟର ଭିତରେ ଇଞ୍ଜିନରେ ସମସ୍ୟା ଯୋଗୁ ଏକ ଜମିରେ ଜରୁରୀ ଅବତରଣ ପାଇଁ ଚେଷ୍ଟା କରିଥିଲେ ପାଇଲଟ୍‌ । ଆଉ ସେହି ଜରୁରୀ ଅବତରଣ ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ଦୁର୍ଘଟଣା ଘଟିଗଲା ତା'ର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଉରକେଲା ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

10 Jan 2026 By Madhusudan Das

ରାଉରକେଲାରେ ଚାର୍ଟର ବିମାନ କ୍ରାସ, ପାଇଲଟଙ୍କ ସମେତ ୬ଜଣ ଆହତ

ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣା । ଭୁବନେଶ୍ବରରୁ ରାଉରକେଲା ଯାଉଥିବା ବେଳେ ରଘୁନାଥପାଲିର ଜଲଦା ଏ ବ୍ଳକ ନିକଟରେ ଏକ ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହେଲା ଇଣ୍ଡିଆ ଓ୍ବାନର ଛୋଟ ଚାର୍ଟର ବିମାନ । ଉଡ଼ାଣ ଭରିବାର ଅଳ୍ପ ସମୟରେ ଘରୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ୍‌ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ୯ ସିଟ ବିଶିଷ୍ଟ ବିମାନରେ ପାଇଲଟ ଏବଂ ୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଦୁଇ କ୍ରୁ ମେମ୍ବର ଏବଂ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଉଡାଣ ଭରିବାର ଅଳ୍ପ ସମୟର ଭିତରେ ଇଞ୍ଜିନରେ ସମସ୍ୟା ଯୋଗୁ ଏକ ଜମିରେ ଜରୁରୀ ଅବତରଣ ପାଇଁ ଚେଷ୍ଟା କରିଥିଲେ ପାଇଲଟ୍‌ । ଆଉ ସେହି ଜରୁରୀ ଅବତରଣ ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । 

ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ଦୁର୍ଘଟଣା ଘଟିଗଲା ତା'ର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଉରକେଲା ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି ।

https://www.thesakala.in/latest-odisha-news/charter-plane-crashes-in-rourkela-6-injured/article-44023
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର