ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେବା ନେଇ ସଙ୍କେତ ଦେଲେ ମହମ୍ମଦ ମୋକିମ୍

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଗଠନ ହୋଇପାରେ ଏକ ନୂଆ ଆଞ୍ଚଳିକ ଦଳ । ଏପରି କିଛି ସଙ୍କେତ ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍। ନୂଆ ଦଳ ଗଢିବା ନେଇ ପରୋକ୍ଷରେ ମୋକିମ କହିଛନ୍ତି କି, ରାଜ୍ୟର ଅନେକ ଉଦୟମାନ ଯୁବ ନେତୃତ୍ୱ ଏବଂ ବୁଦ୍ଧିଜୀବୀ ଏକ ବଡ଼ ପ୍ଲାଟଫର୍ମ ଅପେକ୍ଷାରେ ଅଛନ୍ତି ଓ ସେମାନେ ଲଗାତାର ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀରେ  ଯୋଗଦେଇ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ଯେଉଁମାନେ ନିଜ ପରିଶ୍ରମରେ ନିଜକୁ ଗଢ଼ିଛନ୍ତି, ସେମାନଙ୍କୁ ସାଇଡ୍ କରି ଅନ୍ୟମାନଙ୍କୁ ଦାୟିତ୍ୱ ଦେଲେ ସଂଗଠନ ଦୁର୍ବଳ ହୋଇଯାଏ, ଯାହା ଓଡ଼ିଶା କଂଗ୍ରେସ କ୍ଷେତ୍ରରେ ଘଟିଛି । 

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

03 Jan 2026 By Madhusudan Das

ରାଜ୍ୟରେ ଖୁବଶୀଘ୍ର ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେବା ନେଇ ସଙ୍କେତ ଦେଲେ ମହମ୍ମଦ ମୋକିମ୍

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଗଠନ ହୋଇପାରେ ଏକ ନୂଆ ଆଞ୍ଚଳିକ ଦଳ । ଏପରି କିଛି ସଙ୍କେତ ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍। ନୂଆ ଦଳ ଗଢିବା ନେଇ ପରୋକ୍ଷରେ ମୋକିମ କହିଛନ୍ତି କି, ରାଜ୍ୟର ଅନେକ ଉଦୟମାନ ଯୁବ ନେତୃତ୍ୱ ଏବଂ ବୁଦ୍ଧିଜୀବୀ ଏକ ବଡ଼ ପ୍ଲାଟଫର୍ମ ଅପେକ୍ଷାରେ ଅଛନ୍ତି ଓ ସେମାନେ ଲଗାତାର ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ ସୁଯୋଗର ଆବଶ୍ୟକତା ରହିଛି। ରାଜ୍ୟରେ ଏବେ ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି, ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି।

ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀରେ  ଯୋଗଦେଇ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ଯେଉଁମାନେ ନିଜ ପରିଶ୍ରମରେ ନିଜକୁ ଗଢ଼ିଛନ୍ତି, ସେମାନଙ୍କୁ ସାଇଡ୍ କରି ଅନ୍ୟମାନଙ୍କୁ ଦାୟିତ୍ୱ ଦେଲେ ସଂଗଠନ ଦୁର୍ବଳ ହୋଇଯାଏ, ଯାହା ଓଡ଼ିଶା କଂଗ୍ରେସ କ୍ଷେତ୍ରରେ ଘଟିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର