ଡିସିସନ୍‌ ଅନ ଦି ସ୍ପଟ ନେଉଥିବା ନେତା ବିଜୁ ପଟ୍ଟନାୟକ

The Sakala Picture
Published On

୧୯୭୭ ମସିହା ଏପ୍ରିଲ୍‍ ୮ ତାରିଖରେ ବିଜୁବାବୁଙ୍କର ବାଙ୍କୀରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥାଏ। ସକାଳୁ ବିଜୁବାବୁ ଭୁବନେଶ୍ୱରରୁ ବାହାରି କିଛିବାଟ ଗଲାପରେ ଗାଡ଼ି ରଖିବାକୁ ଡ୍ରାଇଭରକୁ କହିଲେ। ଡ୍ରାଇଭର ଗାଡ଼ି ରଖିଲା, ବିଜୁବାବୁ ଗାଡ଼ିରୁ ଓହ୍ଲାଇଲେ। ସାଥିରେ ଥିବା ଜଣେ ସାମ୍ବାଦିକ (ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ)ଙ୍କୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଡ଼କୁ ହାତ ଠାରି ତାଙ୍କୁ ଡାକିବାକୁ କହିଲେ। ସାମ୍ନାରେ ଆମ୍ବତୋଟା ଥିଲା। ଜଣେ ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି ତଳେ ପଡ଼ିଥିବା ଆମ୍ୱକାଠ ଗୋଟାଉଥିଲା। ବୃଦ୍ଧ ବ୍ୟକ୍ତିଙ୍କୁ […]

୧୯୭୭ ମସିହା ଏପ୍ରିଲ୍‍ ୮ ତାରିଖରେ ବିଜୁବାବୁଙ୍କର ବାଙ୍କୀରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥାଏ। ସକାଳୁ ବିଜୁବାବୁ ଭୁବନେଶ୍ୱରରୁ ବାହାରି କିଛିବାଟ ଗଲାପରେ ଗାଡ଼ି ରଖିବାକୁ ଡ୍ରାଇଭରକୁ କହିଲେ। ଡ୍ରାଇଭର ଗାଡ଼ି ରଖିଲା, ବିଜୁବାବୁ ଗାଡ଼ିରୁ ଓହ୍ଲାଇଲେ। ସାଥିରେ ଥିବା ଜଣେ ସାମ୍ବାଦିକ (ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ)ଙ୍କୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଡ଼କୁ ହାତ ଠାରି ତାଙ୍କୁ ଡାକିବାକୁ କହିଲେ। ସାମ୍ନାରେ ଆମ୍ବତୋଟା ଥିଲା। ଜଣେ ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି ତଳେ ପଡ଼ିଥିବା ଆମ୍ୱକାଠ ଗୋଟାଉଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ବୃଦ୍ଧ ବ୍ୟକ୍ତିଙ୍କୁ ଡାକିବାରୁ ସେ ପାଖକୁ ଆସିଲା। ବିଜୁବାବୁ ପଚାରିଲେ ତୁମର ବୟସ ଏବେ କେତେ ହେଲା? ସେ କହିଲା-କେଜାଣି ଚାରିକୋଡ଼ିରୁ ବେଶୀ ହେବ। ଅର୍ଥାତ ୮୦ ବର୍ଷରୁ ବେଶୀ। ବିଜୁବାବୁ ପଚାରିଲେ ଏ ଖରାବେଳଟାରେ କାଠ କାହିଁକି ଗୋଟାଉଛ। ବୁଢ଼ା କହିଲା କାଠ ନ ନେଲେ ବୋହୂ ଖାଇବାକୁ ଦେବନାହିଁ। ତୋର କେତେ ପୁଅ, ବିଜୁ ବାବୁ ପଚାରିଲେ? ବୁଢ଼ା କହିଲା ଦି’ଟା। ଗୋଟେ କଟକରେ ଅଛି। ସାନ ପୁଅ ବାଙ୍କୀ କଲେକ୍ଟର ଅଫିସରେ ପିଅନ ଅଛି। ବିଜୁବାବୁ କହିଲେ ତୋ ପୁଅ କୋଉଠି ଅଛି? ବୁଢ଼ା କହିଲା ଆଉ କେଉଁଠି ତା ମାଇକିନିଆ ପାଖରେ ଥିବ। ବିଜୁବାବୁ ପାଖରେ ଥିବା ଲୋକଙ୍କୁ କହିଲେ ଆରେ ୟା ପୁଅକୁ ଡାକିଲ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଅଳ୍ପ ସମୟ ପରେ ଜଣେ ମଧ୍ୟ ବୟସ୍କ ଲୋକ ପ୍ୟାଣ୍ଟ ସାର୍ଟ ପିନ୍ଧି ପହଞ୍ଚି ବିଜୁବାବୁଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲା। ବିଜୁବାବୁ ତାକୁ ଚାହିଁ ୟେ ତୋ ବାପାନା ବୋଲି ପଚାରିଲେ। ସେ ହଁ ମାରିଲା। କିଛି ବୁଝିବା ପୂର୍ବରୁ ହଠାତ୍‍ ବିଜୁବାବୁ ତାକୁ ଠୋ କରି ଏକ ଚାପୁଡ଼ା ମାରିଲେ। ବିଜୁବାବୁ ଚଢ଼ା ଗଳାରେ କହିଲେ ବ୍ଲଡି ଇଡିଅଟ୍‍। ୮୨ ବର୍ଷ ବାପକୁ ଆମ୍ୱକାଠ ଗୋଟେଇବାକୁ ପଠାଉଛୁ। ବୁଢ଼ାକୁ ଡାକି ପକେଟରୁ କୋଡିଏ ଟଙ୍କା ନୋଟର ଏକ ବଣ୍ଡଲ୍‍ ଧରାଇଦେଇ କହିଲେ ୟାକୁ ରଖ। ଏ ଟଙ୍କାରୁ ଦଶଖଣ୍ଡ ପୋଷ୍ଟକାର୍ଡ କିଣିବୁ। ଯେଉଁଦିନ ତୋ ପୁଅ-ବୋହୂ ତତେ ଖାଇବାକୁ ନଦେବେ ସେଇ ପୋଷ୍ଟକାର୍ଡରେ ଲେଖି ମୋ ପାଖକୁ ପଠାଇବୁ। ମୁଁ ତୋ ପୁଅର ଚାକିରି ନେଇଯିବି। ବାକି ପଇସାରେ ତୋର ଯାହା ଇଚ୍ଛା ଖାଇବୁ। ବୁଢ଼ାର ପୁଅ ବିଜୁବାବୁଙ୍କ ଗୋଡ଼ ତଳେ ଲମ୍ୱ ହୋଇ ପଡ଼ିଯାଇ କହିଲା-ସାର୍‍ ମୋତେ କ୍ଷମା କରନ୍ତୁ। ବାପା ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ମୁଁ ଭଲରେ ରଖିବି। ବିଜୁବାବୁ କହିଲେ ପୁଅର କର୍ତ୍ତବ୍ୟ କର। ସେ ଜାଗାରେ ରୁଣ୍ଡ ହୋଇଥିବା ଲୋକେ ବିଜୁବାବୁଙ୍କ ଜୟଜୟକାର ଧ୍ୱନି ଦେଲେ। ଏମିତି ଥିଲେ ବିଜୁବାବୁ। ସବୁ ଘଟଣା ସମସ୍ୟାର ସମାଧାନ ତାଙ୍କ ନିକଟରେ ଥିଲା। ଡିସିସନ ଅନ ଦି ସ୍ପଟ’ ତାଙ୍କର ଜନ୍ମଗତ ଗୁଣ ଥିଲା।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର