ଅତିରିକ୍ତ ବଜେଟକୁ ନେଇ ବର୍ଷିଲେ ନବୀନ, କହିଲେ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି...

Deviprasad Mohanty Picture
Published On

ଭୁବନେଶ୍ବର: ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି ବୋଲି କହିଛନ୍ତି ନବୀନ। ବିଜେପି ସରକାରର ପ୍ରଥମ ପୂର୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖୁବାକୁ ମିଳିନାହିଁ। ଏହା ରାଜକୋଷୀୟ ନିଅଣ୍ଟକୁ ବଢ଼ାଇବା ସହ ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ସେହିପରି ଓଡ଼ିଶାର ସୁଧ ବୋଝ ବଢ଼ୁଛି। ବଜେଟରେ ପୂର୍ତ୍ତ ବିଭାଗ ଓ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡ଼ିଦେଲେ ଆଉ କିଛି ନାହିଁ ବୋଲି ଟ୍ବିଟ୍ କରି କହିଛନ୍ତି ନବୀନ। ସେହିପରି ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ଓ ନିଜସ୍ବ ଅପାରଗତା ଲୁଚାଇବା ପାଇଁ ଏହି ଅତିରିକ୍ତ ବଜେଟ୍ ହୋଇଛି। ଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

29 Nov 2025 By Deviprasad Mohanty

ଅତିରିକ୍ତ ବଜେଟକୁ ନେଇ ବର୍ଷିଲେ ନବୀନ, କହିଲେ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି...

ଭୁବନେଶ୍ବର: ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି ବୋଲି କହିଛନ୍ତି ନବୀନ। ବିଜେପି ସରକାରର ପ୍ରଥମ ପୂର୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖୁବାକୁ ମିଳିନାହିଁ। ଏହା ରାଜକୋଷୀୟ ନିଅଣ୍ଟକୁ ବଢ଼ାଇବା ସହ ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ସେହିପରି ଓଡ଼ିଶାର ସୁଧ ବୋଝ ବଢ଼ୁଛି। ବଜେଟରେ ପୂର୍ତ୍ତ ବିଭାଗ ଓ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡ଼ିଦେଲେ ଆଉ କିଛି ନାହିଁ ବୋଲି ଟ୍ବିଟ୍ କରି କହିଛନ୍ତି ନବୀନ। ସେହିପରି ହ୍ରାସ ପାଉଥିବା କେନ୍ଦ୍ରୀୟ ଅନୁଦାନ ଓ ନିଜସ୍ବ ଅପାରଗତା ଲୁଚାଇବା ପାଇଁ ଏହି ଅତିରିକ୍ତ ବଜେଟ୍ ହୋଇଛି। ଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରାଯାଇଛି ବୋଲି କହିଛନ୍ତି ନବୀନ।

https://www.thesakala.in/latest-odisha-news/naveen-lashed-out-over-the-supplementary-budget-saying-it-is-dashing-many-hopes-of-the-people-of-odisha/article-43329
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର