ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି, ଦୁଇ ଦିନ ମଧ୍ୟରେ ଆହୁରି ୨ରୁ୩ ଡ଼ିଗ୍ରୀ ଖସିବ ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ। ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ୮.୧ ଡିଗ୍ରୀକୁ ହ୍ରାସ ହୋଇଛି। ଗତ ୭୧ ବର୍ଷ ପରେ ନଭେମ୍ବର ମାସରେ ଝାରସୁଗୁଡ଼ାରେ ଶୀତ ରେକର୍ଡ ସ୍ତରକୁ ଖସିଛି। ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୭.୭,  ସେମିଳିଗୁଡ଼ା ୮.୬, କିରେଇ ୯.୩, ଦାରିଙ୍ଗବାଡି ୯.୫, ଅନୁଗୁଳ ୧୦, କେନ୍ଦୁଝର ୧୦.୩, ସୁନ୍ଦରଗଡ ୧୦.୬, ଭୁବନେଶ୍ୱର ୧୩.୫ ଏବଂ କଟକରେ ପାରଦ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି। 

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ତଳକୁ ଖସିବ। ଏଥିପାଇଁ ରାଜ୍ୟରେ ଶୀତର ସ୍ଥିତି ଜାରି ରହିବ। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି। ଏହି ସ୍ଥିତି ଆହୁରି ପ୍ରାୟ ୨-୩ ଦିନ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହି ସମୟରେ କିଛି ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । 

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହୋଇଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଏହି ବାତ୍ୟା ସୃଷ୍ଟି ହୋଇଛି। ବାତ୍ୟାର ନାମ ‘ଡିଟୱା’ ରହିଛି। ଏହି ବାତ୍ୟାଟି ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ୩୦ ତାରିଖ ସୁଦ୍ଧା ତାମିଲନାଡୁ-ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। ବାତ୍ୟାଟି ଆନ୍ଧ୍ର ନିକଟବର୍ତ୍ତୀ ହେବା ପୂର୍ବରୁ ଦୁର୍ବଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ଯଦି ଏହା ଆନ୍ଧ୍ର ନିକଟବର୍ତ୍ତୀ ହୁଏ ତେବେ ୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି କାଁ ଭାଁ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଉଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

28 Nov 2025 By Madhusudan Das

ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି, ଦୁଇ ଦିନ ମଧ୍ୟରେ ଆହୁରି ୨ରୁ୩ ଡ଼ିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ। ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ୮.୧ ଡିଗ୍ରୀକୁ ହ୍ରାସ ହୋଇଛି। ଗତ ୭୧ ବର୍ଷ ପରେ ନଭେମ୍ବର ମାସରେ ଝାରସୁଗୁଡ଼ାରେ ଶୀତ ରେକର୍ଡ ସ୍ତରକୁ ଖସିଛି। ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୭.୭,  ସେମିଳିଗୁଡ଼ା ୮.୬, କିରେଇ ୯.୩, ଦାରିଙ୍ଗବାଡି ୯.୫, ଅନୁଗୁଳ ୧୦, କେନ୍ଦୁଝର ୧୦.୩, ସୁନ୍ଦରଗଡ ୧୦.୬, ଭୁବନେଶ୍ୱର ୧୩.୫ ଏବଂ କଟକରେ ପାରଦ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି। 

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ତଳକୁ ଖସିବ। ଏଥିପାଇଁ ରାଜ୍ୟରେ ଶୀତର ସ୍ଥିତି ଜାରି ରହିବ। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି। ଏହି ସ୍ଥିତି ଆହୁରି ପ୍ରାୟ ୨-୩ ଦିନ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହି ସମୟରେ କିଛି ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । 

ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହୋଇଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଏହି ବାତ୍ୟା ସୃଷ୍ଟି ହୋଇଛି। ବାତ୍ୟାର ନାମ ‘ଡିଟୱା’ ରହିଛି। ଏହି ବାତ୍ୟାଟି ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ୩୦ ତାରିଖ ସୁଦ୍ଧା ତାମିଲନାଡୁ-ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। ବାତ୍ୟାଟି ଆନ୍ଧ୍ର ନିକଟବର୍ତ୍ତୀ ହେବା ପୂର୍ବରୁ ଦୁର୍ବଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ଯଦି ଏହା ଆନ୍ଧ୍ର ନିକଟବର୍ତ୍ତୀ ହୁଏ ତେବେ ୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି କାଁ ଭାଁ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଉଛି। 

https://www.thesakala.in/latest-odisha-news/coldwave-continue-in-all-over-odisha/article-43312
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର