ଦାଦନ ଖଟାଇବାକୁ ନେଇ ୭ଜଣଙ୍କୁ ବିକିଦେଲେ; ପୀଡ଼ିତାଙ୍କ ମଧ୍ୟରେ ମହିଳା, ଶିଶୁ, ନାବାଳିକା...

Deviprasad Mohanty Picture
Published On

ନୟାଗଡ଼/ଗଣିଆ: ଦାଦନ ଖଟାଇବାକୁ ନେଇ ବିକିଦେଲେ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଜି ଏପରି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଗଣିଆ ବ୍ଲକ୍‌ ଆଡ଼କଟା ପଞ୍ଚାୟତ ଆଡ଼କଟା ଗ୍ରାମରୁ ଦାଦନ ଖଟାଇବାକୁ ନେଇ ୭ ଜଣଙ୍କୁ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ନାବାଳିକା ଓ ଦୁଇଜଣ ମହିଳା ରହିଛନ୍ତି। ଗ୍ରାମର ଚନ୍ଦ୍ରମଣି ପ୍ରଧାନ ଓ ମୀନା ପ୍ରଧାନ ଏ ସଂପର୍କରେ ଅଭିଯୋଗ କରିବା ପରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଗଣିଆ ଥାନା ପୁଲିସକୁ ତ୍ବରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ମାନସିକ ବିକୃତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ; ବାପା-ମା'ଙ୍କୁ ଛୁରୀ ଭୁସିଲା ପୁଅ, ଆକ୍ରମଣରେ ପୋଲିସ ବି ଆହତ

ସୂଚନାନୁସାରେ, ତିନି ମାସ ତଳେ ଆଡ଼କଟା ଗ୍ରାମର ବୁଲୁ ପ୍ରଧାନ, ବୌଦ୍ଧ ଅଞ୍ଚଳର ଚନ୍ଦନ ଗଡ଼ତିଆ ଗ୍ରାମରୁ ଅନେକ ଲୋକଙ୍କୁ ହାଇଦ୍ରାବାଦ ନିକଟସ୍ଥ ପାଇଜାପଲ୍ଲୀ ଅଞ୍ଚଳକୁ ଦାଦନ ଖଟାଇବାକୁ ନେଇଥିଲେ। ଏ ନେଇ ପ୍ରତ୍ୟେକ ବ୍ୟକ୍ତି ପିଛା ମଜୁରି ଆକାରରେ ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇଥିଲେ। ତେବେ ସେଠାରେ ଅକଥନୀୟ ନିର୍ଯାତନା ଦିଆଯିବାରୁ ଅନେକ ଲୋକ ଖସି ଆସିଥିବା ବେଳେ ଦଲାଲମାନେ ଗ୍ରାମର ୭ ଜଣଙ୍କୁ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରମଣି ପ୍ରଧାନଙ୍କ ନାବାଳିକା ଝିଅ, ତାଙ୍କ ସମ୍ପର୍କୀୟ କିରଣ ପ୍ରଧାନ, ବର୍ଷା ପ୍ରଧାନ ଏବଂ ମୀନା ପ୍ରଧାନଙ୍କ ଭାଇ କିଶୋର ପ୍ରଧାନ, ଭାଉଜ ସଞ୍ଜୁ ପ୍ରଧାନ ଏବଂ ଛୋଟ ପୁତୁରା ଶିଶିର ପ୍ରଧାନ ନିଖୋଜ ଥିବା ଅଭିଯୋଗ ହୋଇଛି। ଏହାସହ ଆଡ଼କଟା ଗ୍ରାମର ପପୁନ ଗଡ଼ିତିଆ ମଧ୍ୟ ସେମାନଙ୍କ ସହ ନିଖୋଜ ରହିଛି। ଏ ସଂପର୍କ‌ରେ ଆଜି ଚନ୍ଦ୍ରମଣି ଓ ମୀନା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ଧର୍ମଘଟ: ବିମାନବନ୍ଦର ଯାତ୍ରୀଙ୍କ ସହାୟତା ପାଇଁ ପିସିଆର ଗାଡ଼ି ମୁତୟନ କଲା କମିଶନରେଟ ପୋଲିସ

ନୟାଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଅଭିଯୋଗକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଘଟଣା ଶୁଣାଣି କରିବା ପରେ ଗଣିଆ ଥାନା ଅଧିକାରୀଙ୍କୁ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଚନ୍ଦ୍ରମଣିଙ୍କ କହିବାନୁସାରେ, ୪୦ ହଜାର ଟଙ୍କାରେ ନେଇ ସେମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଦିଆଯାଇଛି। ସେମାନଙ୍କଠାରୁ ମୋବାଇଲ ଫୋନ୍‌ ମଧ୍ୟ ଛଡ଼ାଇ ନିଆଯାଇଛି। ଫଳରେ ସେମାନେ କାହା ସହ ଯୋଗାଯୋଗ କରିପାରୁନାହାନ୍ତି ସେଠାରୁ ଖସି ଆସି ପାରୁନାହାନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଚନ୍ଦ୍ରମଣି କହିଛନ୍ତି।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

18 Nov 2025 By Deviprasad Mohanty

ଦାଦନ ଖଟାଇବାକୁ ନେଇ ୭ଜଣଙ୍କୁ ବିକିଦେଲେ; ପୀଡ଼ିତାଙ୍କ ମଧ୍ୟରେ ମହିଳା, ଶିଶୁ, ନାବାଳିକା...

ନୟାଗଡ଼/ଗଣିଆ: ଦାଦନ ଖଟାଇବାକୁ ନେଇ ବିକିଦେଲେ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଜି ଏପରି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଗଣିଆ ବ୍ଲକ୍‌ ଆଡ଼କଟା ପଞ୍ଚାୟତ ଆଡ଼କଟା ଗ୍ରାମରୁ ଦାଦନ ଖଟାଇବାକୁ ନେଇ ୭ ଜଣଙ୍କୁ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ନାବାଳିକା ଓ ଦୁଇଜଣ ମହିଳା ରହିଛନ୍ତି। ଗ୍ରାମର ଚନ୍ଦ୍ରମଣି ପ୍ରଧାନ ଓ ମୀନା ପ୍ରଧାନ ଏ ସଂପର୍କରେ ଅଭିଯୋଗ କରିବା ପରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଗଣିଆ ଥାନା ପୁଲିସକୁ ତ୍ବରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି।

ସୂଚନାନୁସାରେ, ତିନି ମାସ ତଳେ ଆଡ଼କଟା ଗ୍ରାମର ବୁଲୁ ପ୍ରଧାନ, ବୌଦ୍ଧ ଅଞ୍ଚଳର ଚନ୍ଦନ ଗଡ଼ତିଆ ଗ୍ରାମରୁ ଅନେକ ଲୋକଙ୍କୁ ହାଇଦ୍ରାବାଦ ନିକଟସ୍ଥ ପାଇଜାପଲ୍ଲୀ ଅଞ୍ଚଳକୁ ଦାଦନ ଖଟାଇବାକୁ ନେଇଥିଲେ। ଏ ନେଇ ପ୍ରତ୍ୟେକ ବ୍ୟକ୍ତି ପିଛା ମଜୁରି ଆକାରରେ ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇଥିଲେ। ତେବେ ସେଠାରେ ଅକଥନୀୟ ନିର୍ଯାତନା ଦିଆଯିବାରୁ ଅନେକ ଲୋକ ଖସି ଆସିଥିବା ବେଳେ ଦଲାଲମାନେ ଗ୍ରାମର ୭ ଜଣଙ୍କୁ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରମଣି ପ୍ରଧାନଙ୍କ ନାବାଳିକା ଝିଅ, ତାଙ୍କ ସମ୍ପର୍କୀୟ କିରଣ ପ୍ରଧାନ, ବର୍ଷା ପ୍ରଧାନ ଏବଂ ମୀନା ପ୍ରଧାନଙ୍କ ଭାଇ କିଶୋର ପ୍ରଧାନ, ଭାଉଜ ସଞ୍ଜୁ ପ୍ରଧାନ ଏବଂ ଛୋଟ ପୁତୁରା ଶିଶିର ପ୍ରଧାନ ନିଖୋଜ ଥିବା ଅଭିଯୋଗ ହୋଇଛି। ଏହାସହ ଆଡ଼କଟା ଗ୍ରାମର ପପୁନ ଗଡ଼ିତିଆ ମଧ୍ୟ ସେମାନଙ୍କ ସହ ନିଖୋଜ ରହିଛି। ଏ ସଂପର୍କ‌ରେ ଆଜି ଚନ୍ଦ୍ରମଣି ଓ ମୀନା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଛନ୍ତି।

ନୟାଗଡ଼ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଅଭିଯୋଗକୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଘଟଣା ଶୁଣାଣି କରିବା ପରେ ଗଣିଆ ଥାନା ଅଧିକାରୀଙ୍କୁ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଚନ୍ଦ୍ରମଣିଙ୍କ କହିବାନୁସାରେ, ୪୦ ହଜାର ଟଙ୍କାରେ ନେଇ ସେମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଦିଆଯାଇଛି। ସେମାନଙ୍କଠାରୁ ମୋବାଇଲ ଫୋନ୍‌ ମଧ୍ୟ ଛଡ଼ାଇ ନିଆଯାଇଛି। ଫଳରେ ସେମାନେ କାହା ସହ ଯୋଗାଯୋଗ କରିପାରୁନାହାନ୍ତି ସେଠାରୁ ଖସି ଆସି ପାରୁନାହାନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ଚନ୍ଦ୍ରମଣି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର