ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ। ବଲିଉଡ ବାଦଶାଙ୍କ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ। ୧୧ ଅକ୍ଟୋବର ୧୯୪୨ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅମିତାଭ। ଭାରତୀୟ ସିନେମା ଇତିହାସରେ ସବୁଠାରୁ ସଫଳ ଅଭିନେତା ଭାବେ ପରିଗଣିତ ଅମିତାଭ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶତାବ୍ଦୀର ସୁପରଷ୍ଟାର ହେଉ ବା ବଲିଉଡର ଶହେନଶାହ, ଷ୍ଟାର ଅଫ ଦି ମିଲେନିୟମ ହେଉ ବା ବିଗ ଗି- ସବୁନାମର ମହତ୍ତ୍ବକୁ ସଫଳ ପ୍ରତିପାଦନ କରିଛନ୍ତି ବଚ୍ଚନ। ଜୀବନ ବ୍ୟାପୀ ସାଧନାରେ ସେ ଲାଭ କରିଛନ୍ତି ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୧୬ଟି ଫିଲ୍ମଫେୟାର ପୁରସ୍କାର। ବଚ୍ଚନଙ୍କ ଜନ୍ମ ଆହ୍ଲାବାଦରେ ହୋଇଇଥିଲା ଏବଂ ସେ ଉତ୍ତରାଖଣ୍ଡର ନୈନିତାଲର ଶେରଉଡ୍ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ତାଙ୍କର ଚଳଚ୍ଚିତ୍ର ଜୀବନ ୧୯୬୯ ମସିହାରେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ଭୁବନ ଶୋମରେ ଏକ କଣ୍ଠସ୍ୱର କାହାଣୀକାର ଭାବରେ ଆରମ୍ଭ ହୋଇଥିଲା । ସେ ପ୍ରଥମେ ୧୯୭୦ ଦଶକର ପ୍ରାରମ୍ଭରେ ଆନନ୍ଦ , ଜଞ୍ଜିର ଏବଂ ରୋଟି କପଡା ଔର ମକାନ ଭଳି ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ। ନମକ ହରାମ , ଅଭିମାନ , ମଜବୁର , ମିଲି , ଚୁପକେ ଚୁପକେ , ଶାନ୍ , ସିଲସିଲା , ୟାରାନା , କାଲିୟା, ଶହେନଶାହା, ବାଗବାନ୍ , ଖାକି ଭଳି ଅନେକ ସଫଳ ତଥା ପ୍ରଶଂସିତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କଳା କ୍ଷେତ୍ରରେ ଅବଦାନ ପାଇଁ ୧୯୮୪ରେ ପଦ୍ମଶ୍ରୀ , ୨୦୦୧ରେ ପଦ୍ମଭୂଷଣ , ୨୦୧୫ରେ ପଦ୍ମ ବିଭୂଷଣ ଏବଂ ୨୦୧୮ରେ  ସିନେମା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଥିଲେ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

11 Oct 2025 By Deviprasad Mohanty

ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ ...

ନୂଆଦିଲ୍ଲୀ: ଆଜି ବିଗ ବି’ଙ୍କ ୮୩ତମ ଜନ୍ମଦିନ। ବଲିଉଡ ବାଦଶାଙ୍କ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ। ୧୧ ଅକ୍ଟୋବର ୧୯୪୨ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅମିତାଭ। ଭାରତୀୟ ସିନେମା ଇତିହାସରେ ସବୁଠାରୁ ସଫଳ ଅଭିନେତା ଭାବେ ପରିଗଣିତ ଅମିତାଭ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶତାବ୍ଦୀର ସୁପରଷ୍ଟାର ହେଉ ବା ବଲିଉଡର ଶହେନଶାହ, ଷ୍ଟାର ଅଫ ଦି ମିଲେନିୟମ ହେଉ ବା ବିଗ ଗି- ସବୁନାମର ମହତ୍ତ୍ବକୁ ସଫଳ ପ୍ରତିପାଦନ କରିଛନ୍ତି ବଚ୍ଚନ। ଜୀବନ ବ୍ୟାପୀ ସାଧନାରେ ସେ ଲାଭ କରିଛନ୍ତି ୬ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୧୬ଟି ଫିଲ୍ମଫେୟାର ପୁରସ୍କାର। ବଚ୍ଚନଙ୍କ ଜନ୍ମ ଆହ୍ଲାବାଦରେ ହୋଇଇଥିଲା ଏବଂ ସେ ଉତ୍ତରାଖଣ୍ଡର ନୈନିତାଲର ଶେରଉଡ୍ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ।

ତାଙ୍କର ଚଳଚ୍ଚିତ୍ର ଜୀବନ ୧୯୬୯ ମସିହାରେ ମୃଣାଳ ସେନଙ୍କ ଚଳଚ୍ଚିତ୍ର ଭୁବନ ଶୋମରେ ଏକ କଣ୍ଠସ୍ୱର କାହାଣୀକାର ଭାବରେ ଆରମ୍ଭ ହୋଇଥିଲା । ସେ ପ୍ରଥମେ ୧୯୭୦ ଦଶକର ପ୍ରାରମ୍ଭରେ ଆନନ୍ଦ , ଜଞ୍ଜିର ଏବଂ ରୋଟି କପଡା ଔର ମକାନ ଭଳି ଚଳଚ୍ଚିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ। ନମକ ହରାମ , ଅଭିମାନ , ମଜବୁର , ମିଲି , ଚୁପକେ ଚୁପକେ , ଶାନ୍ , ସିଲସିଲା , ୟାରାନା , କାଲିୟା, ଶହେନଶାହା, ବାଗବାନ୍ , ଖାକି ଭଳି ଅନେକ ସଫଳ ତଥା ପ୍ରଶଂସିତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କଳା କ୍ଷେତ୍ରରେ ଅବଦାନ ପାଇଁ ୧୯୮୪ରେ ପଦ୍ମଶ୍ରୀ , ୨୦୦୧ରେ ପଦ୍ମଭୂଷଣ , ୨୦୧୫ରେ ପଦ୍ମ ବିଭୂଷଣ ଏବଂ ୨୦୧୮ରେ  ସିନେମା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର