ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ: ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ପାଇପାରିବେ ରାସନ ସାମଗ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷେ ଧରି ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ଯକାରୀ ହେଉଥିବା ବେଳେ ଆଜିଠୁ ସାରା ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ । ଜାତୀୟ ଖାଦ୍ୟ […]

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷେ ଧରି ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ଯକାରୀ ହେଉଥିବା ବେଳେ ଆଜିଠୁ ସାରା ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମର ମାସିକ କୋଟା ପାଇବାକୁ ଏଣିକି ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି । ଖାଉଟିମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡରେ ରାଜ୍ୟ କିମ୍ବା ଦେଶ ଭିତରେ ଯେ କୌଣସି ଚିହ୍ନିଟ ଡିଲରଙ୍କଠାରୁ ମାସିକ ଖାଦ୍ୟ ସାମଗ୍ରୀ ପାଇପାରିବେ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ରାଜ୍ୟ ଭିତରେ ଯେକୌଣସି ଚିହ୍ନିଟ ଡିଲରଙ୍କଠାରୁ ନିଜ ମାସିକ ଖାଦ୍ୟ ସାମଗ୍ରୀ ପାଇ ପାରିବେ । ଏଥିସହ ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ୍ ଯୁକ୍ତ ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ଏହି ଚାଉଳରେ ଭିଟାମିନ୍ ଡି ଓ ଫୋଲିକ ଏସିଡ୍ ରହିଛି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

29 Jul 2021 By The Sakala

ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ: ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ପାଇପାରିବେ ରାସନ ସାମଗ୍ରୀ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ ବ୍ୟବସ୍ଥା । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷେ ଧରି ଭୁବନେଶ୍ୱରରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ଯକାରୀ ହେଉଥିବା ବେଳେ ଆଜିଠୁ ସାରା ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମର ମାସିକ କୋଟା ପାଇବାକୁ ଏଣିକି ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି । ଖାଉଟିମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡରେ ରାଜ୍ୟ କିମ୍ବା ଦେଶ ଭିତରେ ଯେ କୌଣସି ଚିହ୍ନିଟ ଡିଲରଙ୍କଠାରୁ ମାସିକ ଖାଦ୍ୟ ସାମଗ୍ରୀ ପାଇପାରିବେ ।

ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ରାଜ୍ୟ ଭିତରେ ଯେକୌଣସି ଚିହ୍ନିଟ ଡିଲରଙ୍କଠାରୁ ନିଜ ମାସିକ ଖାଦ୍ୟ ସାମଗ୍ରୀ ପାଇ ପାରିବେ । ଏଥିସହ ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ୍ ଯୁକ୍ତ ଚାଉଳ ବଣ୍ଟନ ଆରମ୍ଭ ହୋଇଛି । ଏହି ଚାଉଳରେ ଭିଟାମିନ୍ ଡି ଓ ଫୋଲିକ ଏସିଡ୍ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର