ନନ୍ଦନକାନନକୁ ଆସିବେ ୯ ଅତିଥି

The Sakala Picture
Published On

ନନ୍ଦନକାନନ : ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ଆସିଛି ଖୁସିର ଖବର। ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଖୁବଶୀଘ୍ର ନୂଆ ଜୀବଜନ୍ତୁଙ୍କ ଆସିବାର ସୂଚନା ମିଳିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦେଶ ଭିତରୁ ଓ ବିଦେଶରୁ ଆସିବାକୁଥିବା ଜନ୍ତୁମାନଙ୍କ ମଧ୍ୟରେ କିଛି ବିରଳ ଜନ୍ତୁ ସାମିଲ ଅଛନ୍ତି। ଏଥିରେ ଚିତା, ଚିଙ୍କାରା, ଜେବ୍ରା, ଜିରାଫ, କାପିଚିନୋ ମାଙ୍କଡ଼, ବଡ ମୂଷା ଆଦି ସାମିଲ ଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନ ଦେଇଛନ୍ତି। ନନ୍ଦନକାନନ ଉପ ନିର୍ଦ୍ଦେଶକ […]

ନନ୍ଦନକାନନ : ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ଆସିଛି ଖୁସିର ଖବର। ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଖୁବଶୀଘ୍ର ନୂଆ ଜୀବଜନ୍ତୁଙ୍କ ଆସିବାର ସୂଚନା ମିଳିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦେଶ ଭିତରୁ ଓ ବିଦେଶରୁ ଆସିବାକୁଥିବା ଜନ୍ତୁମାନଙ୍କ ମଧ୍ୟରେ କିଛି ବିରଳ ଜନ୍ତୁ ସାମିଲ ଅଛନ୍ତି। ଏଥିରେ ଚିତା, ଚିଙ୍କାରା, ଜେବ୍ରା, ଜିରାଫ, କାପିଚିନୋ ମାଙ୍କଡ଼, ବଡ ମୂଷା ଆଦି ସାମିଲ ଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନ ଦେଇଛନ୍ତି। ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜୀବ କୁମାରଙ୍କ ସୂଚନା ଅନୁସାରେ ପର୍ଯ୍ୟଟକଙ୍କ ଆକର୍ଷଣ କରିବା ସକାଶେ ଖାଲିଥିବା ଖୁଆଡ଼ଗୁଡିକୁ ଭରାଭରା କରାଯିବ। ଏଥି ପାଇଁ ଦେଶ ବିଦେଶରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ବିଭିନ୍ନ ପ୍ରଜାତିର ବିରଳ ଜନ୍ତୁମାନଙ୍କୁ ଅଣାଯିବ। କେନ୍ଦ୍ରୀୟ ଚିଡ଼ିଆଖାନାର ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ଯୋଜନା ହେଇଛି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଯୋଜନା ଅନୁସାରେ ପ୍ରଥମେ ଜୟପୁର ଓ ଯୋଧପୁରରୁ ତିନି ପ୍ରଜାତିର ୯ଟି ଜନ୍ତୁ ଆସିବା ପାଇଁ ପ୍ରକିୟା ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ସେଠାରୁ ହଳେ କୁମ୍ଭୀର, ୬ଟି ଚିଙ୍କାରା , ଗୋଟିଏ ଗଧିଆ ଆସିବାର ଯୋଜନା କୋଲକାତା ଓ ପାଟନାରୁ ଜିରାଫ ଓ ଗଣ୍ଡା ଅଣାଯିବ। ସେହିପରି ଏହାପରେ ବିଦେଶରୁ ବିରଳ ଜନ୍ତୁମାନଙ୍କୁ ଅଣାଯିବା ପାଇଁ ପ୍ରକ୍ରିୟା ଚାଲୁରହିଛି। ସିଙ୍ଗାପୁର, ଆଫ୍ରିକା ଓ ଥାଇଲାଣ୍ଡରୁ ହଳେ ଚିତା ବାଘ ଓ ଜିରାଫ ଆଣିବାକୁ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହେଇଛି। ତେବେ ଗତ ମାର୍ଚ୍ଚ ୧୭ ତାରିଖରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ୪ ପ୍ରଜାତିର ୪୭ ଜନ୍ତୁଙ୍କୁ ରାଜସ୍ଥାନ ଜୟପୁର ନହରଗଡ଼ ଜୈବ ଉଦ୍ୟାନକୁ ପଠାଯାଇଥÒଲା।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ଅଣ୍ଡିରା ଧଳାବାଘ ଚିନୁ, ମାଈ ବାଘ ରାଣୀ, ଗୋଟିଏ ଅଣ୍ଡିରା ବାରହା, ୧୫ ହଳ ଅଣ୍ଡିରା ମାଈ ଜେବ୍ରା ଫିନ୍‌ଚି ଚଢ଼େଇ, ୭ହଳ ଅଣ୍ଡିରା ମାଈ ଜାଭା ସ୍ପାରୋ ଚଢେଇଙ୍କୁ ପଠାଯାଇଥିଲା। ତେବେ ପ୍ରତିବଦଳରେ ରାଜସ୍ଥାନ ନହରଗଡ଼ରୁ ନନ୍ଦନକାନନକୁ ଆସିବାକୁ ଥିବା ଜନ୍ତୁଗୁଡିକୁ ବର୍ଷାଋତୁରେ ଆଣିବାର ଯୋଜନା କରିଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଥିଲେ । ସେଠାରୁ ଆସିବାକୁ ଥିବା ଜନ୍ତୁ ମାନଙ୍କ ମଧ୍ୟରେ ହଳେ ଅଣ୍ଡିରା ମାଈ କଲରା ପତରିଆ ବାଘ, ହଳେ ଭାରତୀୟ ଧୂସର ଗଧିଆ, ୨ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ଓ ୨ ଅଣ୍ଡିରା ଚିଙ୍କାରା ହରିଣକୁ ମିଶାଇ ୪ ପ୍ରଜାତିର ୮ ଟି ଜନ୍ତୁ ଆସିବାକୁ ଥିବା ନେଇ ସେତେବେଳେ ଶ୍ରୀ ଆଚାର୍ଯ୍ୟ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

27 Jul 2021 By The Sakala

ନନ୍ଦନକାନନକୁ ଆସିବେ ୯ ଅତିଥି

ନନ୍ଦନକାନନ : ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ଆସିଛି ଖୁସିର ଖବର। ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଖୁବଶୀଘ୍ର ନୂଆ ଜୀବଜନ୍ତୁଙ୍କ ଆସିବାର ସୂଚନା ମିଳିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏଥିପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦେଶ ଭିତରୁ ଓ ବିଦେଶରୁ ଆସିବାକୁଥିବା ଜନ୍ତୁମାନଙ୍କ ମଧ୍ୟରେ କିଛି ବିରଳ ଜନ୍ତୁ ସାମିଲ ଅଛନ୍ତି। ଏଥିରେ ଚିତା, ଚିଙ୍କାରା, ଜେବ୍ରା, ଜିରାଫ, କାପିଚିନୋ ମାଙ୍କଡ଼, ବଡ ମୂଷା ଆଦି ସାମିଲ ଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନ ଦେଇଛନ୍ତି। ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜୀବ କୁମାରଙ୍କ ସୂଚନା ଅନୁସାରେ ପର୍ଯ୍ୟଟକଙ୍କ ଆକର୍ଷଣ କରିବା ସକାଶେ ଖାଲିଥିବା ଖୁଆଡ଼ଗୁଡିକୁ ଭରାଭରା କରାଯିବ। ଏଥି ପାଇଁ ଦେଶ ବିଦେଶରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ବିଭିନ୍ନ ପ୍ରଜାତିର ବିରଳ ଜନ୍ତୁମାନଙ୍କୁ ଅଣାଯିବ। କେନ୍ଦ୍ରୀୟ ଚିଡ଼ିଆଖାନାର ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ଯୋଜନା ହେଇଛି।

ଯୋଜନା ଅନୁସାରେ ପ୍ରଥମେ ଜୟପୁର ଓ ଯୋଧପୁରରୁ ତିନି ପ୍ରଜାତିର ୯ଟି ଜନ୍ତୁ ଆସିବା ପାଇଁ ପ୍ରକିୟା ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ସେଠାରୁ ହଳେ କୁମ୍ଭୀର, ୬ଟି ଚିଙ୍କାରା , ଗୋଟିଏ ଗଧିଆ ଆସିବାର ଯୋଜନା କୋଲକାତା ଓ ପାଟନାରୁ ଜିରାଫ ଓ ଗଣ୍ଡା ଅଣାଯିବ। ସେହିପରି ଏହାପରେ ବିଦେଶରୁ ବିରଳ ଜନ୍ତୁମାନଙ୍କୁ ଅଣାଯିବା ପାଇଁ ପ୍ରକ୍ରିୟା ଚାଲୁରହିଛି। ସିଙ୍ଗାପୁର, ଆଫ୍ରିକା ଓ ଥାଇଲାଣ୍ଡରୁ ହଳେ ଚିତା ବାଘ ଓ ଜିରାଫ ଆଣିବାକୁ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହେଇଛି। ତେବେ ଗତ ମାର୍ଚ୍ଚ ୧୭ ତାରିଖରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ୪ ପ୍ରଜାତିର ୪୭ ଜନ୍ତୁଙ୍କୁ ରାଜସ୍ଥାନ ଜୟପୁର ନହରଗଡ଼ ଜୈବ ଉଦ୍ୟାନକୁ ପଠାଯାଇଥÒଲା।

ଅଣ୍ଡିରା ଧଳାବାଘ ଚିନୁ, ମାଈ ବାଘ ରାଣୀ, ଗୋଟିଏ ଅଣ୍ଡିରା ବାରହା, ୧୫ ହଳ ଅଣ୍ଡିରା ମାଈ ଜେବ୍ରା ଫିନ୍‌ଚି ଚଢ଼େଇ, ୭ହଳ ଅଣ୍ଡିରା ମାଈ ଜାଭା ସ୍ପାରୋ ଚଢେଇଙ୍କୁ ପଠାଯାଇଥିଲା। ତେବେ ପ୍ରତିବଦଳରେ ରାଜସ୍ଥାନ ନହରଗଡ଼ରୁ ନନ୍ଦନକାନନକୁ ଆସିବାକୁ ଥିବା ଜନ୍ତୁଗୁଡିକୁ ବର୍ଷାଋତୁରେ ଆଣିବାର ଯୋଜନା କରିଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଆଚାର୍ଯ୍ୟ ସୂଚନା ଦେଇଥିଲେ । ସେଠାରୁ ଆସିବାକୁ ଥିବା ଜନ୍ତୁ ମାନଙ୍କ ମଧ୍ୟରେ ହଳେ ଅଣ୍ଡିରା ମାଈ କଲରା ପତରିଆ ବାଘ, ହଳେ ଭାରତୀୟ ଧୂସର ଗଧିଆ, ୨ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ଓ ୨ ଅଣ୍ଡିରା ଚିଙ୍କାରା ହରିଣକୁ ମିଶାଇ ୪ ପ୍ରଜାତିର ୮ ଟି ଜନ୍ତୁ ଆସିବାକୁ ଥିବା ନେଇ ସେତେବେଳେ ଶ୍ରୀ ଆଚାର୍ଯ୍ୟ ଜଣାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର