ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି

The Sakala Picture
Published On

ଭୁବନେଶ୍ୱର: ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁପାର ପଳିତା । ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସର ଭାବରେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତି ଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ଅନୁମତି ଦିଆଯାଇଛି । ପ୍ରଫେସର ପଳିତା […]

ଭୁବନେଶ୍ୱର: ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁପାର ପଳିତା । ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସର ଭାବରେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତି ଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ଅନୁମତି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ

ପ୍ରଫେସର ପଳିତା ମଧ୍ୟ ଜଣେ ବୈଜ୍ଞାନିକ ଅଟନ୍ତି । ସେ ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସରଂକ୍ଷଣର ବରିଷ୍ଠ ପ୍ରଫେସର ଅର୍ଥାତ ଡିନ ଭାବରେ ନିଯୁକ୍ତ ରହିଥିଲେ । ସେହିପରି ପୂର୍ବରୁ ବିଶ୍ୱବିଦ୍ୟାଳରେ ଇନଚାର୍ଜ ଭାବେ ମଧ୍ୟ ନିଜର ଦକ୍ଷତା ପ୍ରକାଶ କରିଛନ୍ତି । ପୂର୍ବରୁ ବିଶ୍ୱ ବିଦ୍ୟାଳୟ ଦାୟିତ୍ୱରେ ଥିବା ବେଳେ ପ୍ରଫେସର ପଳିତା ଅନେକ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ । କିପରି କଲେଜରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବ ଏବଂ ଏଥିପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ତାହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ପ୍ରଫେସର ପଳିତା ଦୀର୍ଘ ୩୮ ବର୍ଷ ଧରି ଶିକ୍ଷାଦାନ ଜାରି ରଖିଥିବାବେଳେ ୨୯ ବର୍ଷ ବୟସରୁ ଅଧ୍ୟାପନା ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ସ୍ୱୟଂ ଶାସିତ କଲେଜରୁ ଜୁଲୋଜି ଅଦ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ଭିତରେ ୮ ବର୍ଷ ହେବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଜୈବ ବିବିଧତା ଉପରେ ଶିକ୍ଷାଦାନ ଜାରି ରଖିଥିଲେ । ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

26 Jul 2021 By The Sakala

ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି

ଭୁବନେଶ୍ୱର: ପ୍ରଫେସର ତଥା ବରିଷ୍ଠ ବୈଜ୍ଞାନିକ ଶରତ କୁପାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁପାର ପଳିତା । ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସର ଭାବରେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତି ଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ଅନୁମତି ଦିଆଯାଇଛି ।

ପ୍ରଫେସର ପଳିତା ମଧ୍ୟ ଜଣେ ବୈଜ୍ଞାନିକ ଅଟନ୍ତି । ସେ ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସରଂକ୍ଷଣର ବରିଷ୍ଠ ପ୍ରଫେସର ଅର୍ଥାତ ଡିନ ଭାବରେ ନିଯୁକ୍ତ ରହିଥିଲେ । ସେହିପରି ପୂର୍ବରୁ ବିଶ୍ୱବିଦ୍ୟାଳରେ ଇନଚାର୍ଜ ଭାବେ ମଧ୍ୟ ନିଜର ଦକ୍ଷତା ପ୍ରକାଶ କରିଛନ୍ତି । ପୂର୍ବରୁ ବିଶ୍ୱ ବିଦ୍ୟାଳୟ ଦାୟିତ୍ୱରେ ଥିବା ବେଳେ ପ୍ରଫେସର ପଳିତା ଅନେକ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ । କିପରି କଲେଜରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବ ଏବଂ ଏଥିପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ତାହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ ।

ପ୍ରଫେସର ପଳିତା ଦୀର୍ଘ ୩୮ ବର୍ଷ ଧରି ଶିକ୍ଷାଦାନ ଜାରି ରଖିଥିବାବେଳେ ୨୯ ବର୍ଷ ବୟସରୁ ଅଧ୍ୟାପନା ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ସ୍ୱୟଂ ଶାସିତ କଲେଜରୁ ଜୁଲୋଜି ଅଦ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ଭିତରେ ୮ ବର୍ଷ ହେବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଜୈବ ବିବିଧତା ଉପରେ ଶିକ୍ଷାଦାନ ଜାରି ରଖିଥିଲେ । ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର