ରେଳମନ୍ତ୍ରୀଙ୍କ ନକଲି ପିଏ ଗାଜିଆବାଦରୁ ଗିରଫ

The Sakala Picture
Published On

ନନ୍ଦନକାନନ : ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳି ରୋକିବାକୁ ୱାଟ୍ସଆପରେ ମେସେଜ କରିବା ଜଣେ ବ୍ୟକ୍ତିଙ୍କୁ  ମହଙ୍ଗା ପଡିଛି। ମେସେଜ କରିଥିବା ନକଲି ପିଏ ସମର୍ଥ ବିଶ୍ୱକର୍ମା ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ ହେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନାଦେଇଛି। ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଖବର ନେବାରୁ ଜଣାପଡ଼ିଛିଯେ ସମର୍ଥ ବିଶ୍ୱକର୍ମା ଜଣେ ସେଲ୍‌ସମ୍ୟାନ ଭାବେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଔଷଧୀୟ କମ୍ପାନୀରେ […]

ନନ୍ଦନକାନନ : ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳି ରୋକିବାକୁ ୱାଟ୍ସଆପରେ ମେସେଜ କରିବା ଜଣେ ବ୍ୟକ୍ତିଙ୍କୁ  ମହଙ୍ଗା ପଡିଛି। ମେସେଜ କରିଥିବା ନକଲି ପିଏ ସମର୍ଥ ବିଶ୍ୱକର୍ମା ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ ହେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନାଦେଇଛି। ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଖବର ନେବାରୁ ଜଣାପଡ଼ିଛିଯେ ସମର୍ଥ ବିଶ୍ୱକର୍ମା ଜଣେ ସେଲ୍‌ସମ୍ୟାନ ଭାବେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଔଷଧୀୟ କମ୍ପାନୀରେ କାର୍ଯ୍ୟକରନ୍ତି। ସେ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ଆଗ କଲ କରିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

କଲ୍‌ ନଲାଗିବାରୁ  ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ମିଛ ପରିଚୟ ଦେଇ ବିଦ୍ୟାଭୂଷଣଙ୍କୁ ୱାଟ୍ସଆପରେ ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ମେସଜେ କରିଥିଲା। ଯାହାକୁ ନେଇ ମହାପ୍ରବନ୍ଧକଙ୍କ ସନ୍ଦେହ ହେଇଥିଲା। ଏକ ଅଜଣା ୱାଟ୍ସଆପ ନମ୍ବରରୁ ଏହିଭଳି ମେସେଜ ଆସିଥିବା ନେଇ ସେ ରେଳମନ୍ତ୍ରାଳୟକୁ ଜଣାଇଥିଲେ। ଯାଞ୍ଚ ପରେ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମିତି କିଛି ମେସେଜ ଦିଆଯାଇ ନଥିବା ସେ ସ୍ପଷ୍ଟ ହେଇଥିଲେ। ଏହାପରେ ଆରପିଏଫ ଏସଆଇ କୃଷ୍ଣଚନ୍ଦ୍ର ସାହୁଙ୍କ ଜରିଆରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଉକ୍ତ ଫୋନ ନମ୍ବରକୁ ଯାଞ୍ଚ କରିଥିଲା। ଯାଞ୍ଚରୁ ଏହା ଏକ ବେନାମୀ ନୂଆ ନମ୍ବର ହୋଇଥିବା ଓ ଏଥିରେ ପ୍ରଥମ କରି ୱାଟ୍ସଆପ ଖୋଲାଯାଇ ବିଦ୍ୟାଭୂଷଣଙ୍କୁ ମେସେଜ କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ପୁଲିସ ଉକ୍ତ ନମ୍ବରକୁ ଟ୍ରେସ କରି ଏହା ଉତ୍ତରପ୍ରଦେଶ ଗାଜିଆବାଦ ଥିବା ନେଇ ଲୋକେସସନରୁ ଜାଣିଥିଲା। ତଦନ୍ତ ଆଗକୁ ବଢ଼ାଇ ଶେଷରେ ସମର୍ଥ ବିଶ୍ୱକର୍ମା ଉକ୍ତ ନମ୍ବରରେ ବିଦ୍ୟାଭୂଷଣଙ୍କୁ ମେସେଜ କରିଥିବା ଜାଣିପାରି ତାକୁ ଗତ ୨୩ ତାରିଖରେ ସେଠାରୁ ଗିରଫ କରିଥିଲା। ଗିରଫ ପରେ ସମର୍ଥଙ୍କୁ ଏଭଳି କରିବା ପାଇଁ ଜଣେ ବ୍ୟକ୍ତି କହିଥିବା ନେଇ ସେ ପ୍ରକାଶ କରିଛି। ତେବେ ସମର୍ଥକୁ ଫୋନ କରିବା ପାଇଁ କହିଥିବା ବ୍ୟକ୍ତି ଜଣକ ଫେରାର ଥିବା ନେଇ ଚନ୍ଦ୍ରଶେଖରପୁର ପୁଲିସ କହିଛି। ତେବେ ପ୍ରଦୀପଙ୍କ ପାଇଁ କାହିଁକି ମହାପ୍ରବନ୍ଧକଙ୍କୁ ମେସେଜ କରିଥିଲା ସେନେଇ ଅଧÒକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

26 Jul 2021 By The Sakala

ରେଳମନ୍ତ୍ରୀଙ୍କ ନକଲି ପିଏ ଗାଜିଆବାଦରୁ ଗିରଫ

ନନ୍ଦନକାନନ : ନିଜକୁ ରେଳମନ୍ତ୍ରୀଙ୍କ ପିଏ କହି ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକଙ୍କୁ ଜଣେ ରେଳ କର୍ମଚାରୀଙ୍କ ବଦଳି ରୋକିବାକୁ ୱାଟ୍ସଆପରେ ମେସେଜ କରିବା ଜଣେ ବ୍ୟକ୍ତିଙ୍କୁ  ମହଙ୍ଗା ପଡିଛି। ମେସେଜ କରିଥିବା ନକଲି ପିଏ ସମର୍ଥ ବିଶ୍ୱକର୍ମା ଉତ୍ତରପ୍ରଦେଶର ଗାଜିଆବାଦରୁ ଗିରଫ ହେଇଥିବା ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସୂଚନାଦେଇଛି। ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଖବର ନେବାରୁ ଜଣାପଡ଼ିଛିଯେ ସମର୍ଥ ବିଶ୍ୱକର୍ମା ଜଣେ ସେଲ୍‌ସମ୍ୟାନ ଭାବେ ଉତ୍ତରପ୍ରଦେଶର ଗାଜିଆବାଦର ଏକ ଔଷଧୀୟ କମ୍ପାନୀରେ କାର୍ଯ୍ୟକରନ୍ତି। ସେ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କୁ ଆଗ କଲ କରିଥିଲା।

କଲ୍‌ ନଲାଗିବାରୁ  ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ମିଛ ପରିଚୟ ଦେଇ ବିଦ୍ୟାଭୂଷଣଙ୍କୁ ୱାଟ୍ସଆପରେ ଖୋର୍ଦ୍ଧା ଡିଭିଜନର ସେକ୍ସନ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ରୋକିବା ପାଇଁ ମେସଜେ କରିଥିଲା। ଯାହାକୁ ନେଇ ମହାପ୍ରବନ୍ଧକଙ୍କ ସନ୍ଦେହ ହେଇଥିଲା। ଏକ ଅଜଣା ୱାଟ୍ସଆପ ନମ୍ବରରୁ ଏହିଭଳି ମେସେଜ ଆସିଥିବା ନେଇ ସେ ରେଳମନ୍ତ୍ରାଳୟକୁ ଜଣାଇଥିଲେ। ଯାଞ୍ଚ ପରେ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସେମିତି କିଛି ମେସେଜ ଦିଆଯାଇ ନଥିବା ସେ ସ୍ପଷ୍ଟ ହେଇଥିଲେ। ଏହାପରେ ଆରପିଏଫ ଏସଆଇ କୃଷ୍ଣଚନ୍ଦ୍ର ସାହୁଙ୍କ ଜରିଆରେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଉକ୍ତ ଫୋନ ନମ୍ବରକୁ ଯାଞ୍ଚ କରିଥିଲା। ଯାଞ୍ଚରୁ ଏହା ଏକ ବେନାମୀ ନୂଆ ନମ୍ବର ହୋଇଥିବା ଓ ଏଥିରେ ପ୍ରଥମ କରି ୱାଟ୍ସଆପ ଖୋଲାଯାଇ ବିଦ୍ୟାଭୂଷଣଙ୍କୁ ମେସେଜ କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ପୁଲିସ ଉକ୍ତ ନମ୍ବରକୁ ଟ୍ରେସ କରି ଏହା ଉତ୍ତରପ୍ରଦେଶ ଗାଜିଆବାଦ ଥିବା ନେଇ ଲୋକେସସନରୁ ଜାଣିଥିଲା। ତଦନ୍ତ ଆଗକୁ ବଢ଼ାଇ ଶେଷରେ ସମର୍ଥ ବିଶ୍ୱକର୍ମା ଉକ୍ତ ନମ୍ବରରେ ବିଦ୍ୟାଭୂଷଣଙ୍କୁ ମେସେଜ କରିଥିବା ଜାଣିପାରି ତାକୁ ଗତ ୨୩ ତାରିଖରେ ସେଠାରୁ ଗିରଫ କରିଥିଲା। ଗିରଫ ପରେ ସମର୍ଥଙ୍କୁ ଏଭଳି କରିବା ପାଇଁ ଜଣେ ବ୍ୟକ୍ତି କହିଥିବା ନେଇ ସେ ପ୍ରକାଶ କରିଛି। ତେବେ ସମର୍ଥକୁ ଫୋନ କରିବା ପାଇଁ କହିଥିବା ବ୍ୟକ୍ତି ଜଣକ ଫେରାର ଥିବା ନେଇ ଚନ୍ଦ୍ରଶେଖରପୁର ପୁଲିସ କହିଛି। ତେବେ ପ୍ରଦୀପଙ୍କ ପାଇଁ କାହିଁକି ମହାପ୍ରବନ୍ଧକଙ୍କୁ ମେସେଜ କରିଥିଲା ସେନେଇ ଅଧÒକ ତଦନ୍ତ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର