ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦୀଘା ମନ୍ଦିରରୁ ଧାମ ଶବ୍ଦ ହଟୁ: ଗଜପତି ମହାରାଜା

The Sakala Picture
Published On

ପୁରୀ: ଦୀଘା ଜଗନ୍ନାଥ ଧାମ ନାମକରଣ ପରମ୍ପରା ବିରୁଦ୍ଧ। ଏହା ମଧ୍ୟ ଜଗନ୍ନାଥ ସଂସ୍କୃତି ବିରୁଦ୍ଧ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଦୀଘା ଜଗନ୍ନାଥ ଧାମକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ଗଜପତି ମହାରାଜା କହିଥିଲେ, ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ’ ତଥା “ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବରେ ନାମିତ କରାଯାଇଛି, ଯାହା ସମସ୍ତଙ୍କୁ ବ୍ୟଥିତ […]

ପୁରୀ: ଦୀଘା ଜଗନ୍ନାଥ ଧାମ ନାମକରଣ ପରମ୍ପରା ବିରୁଦ୍ଧ। ଏହା ମଧ୍ୟ ଜଗନ୍ନାଥ ସଂସ୍କୃତି ବିରୁଦ୍ଧ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଦୀଘା ଜଗନ୍ନାଥ ଧାମକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ଗଜପତି ମହାରାଜା କହିଥିଲେ, ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ’ ତଥା “ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବରେ ନାମିତ କରାଯାଇଛି, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। କାରଣ ଏହା ପରାମ୍ପରା ବିରୁଦ୍ଧ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ। ନୀଳାଚଳ ଧାମ, ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ ଏହା କେବଳ ଶ୍ରୀଜଗନ୍ନାଥ ପୁରୀକୁ ହିଁ ବୁଝାଇବ। ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ମୁକ୍ତିମଣ୍ଡପର ପରାମର୍ଶ ନେଇଥିଲୁ। ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇସାରିଛନ୍ତି, କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ। ବିଶ୍ୱରେ ଆଉ କେଉଁ ସ୍ଥାନକୁ ଜଗନ୍ନାଥ ଧାମ ଆଖ୍ୟା ଦିଆଯାଇପାରିବ ନାହିଁ। ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ସେଠାକର ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି। ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଇସ୍କନ ସଂସ୍ଥାକୁ ସେବାପୂଜା ଦାୟିତ୍ୱ ଦିଆଯାଇଛି। ସେମାନେ ଜାଣିଛନ୍ତି ଜଗନ୍ନାଥ ଧାମ ପୁରୀ। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ସେମାନେ କିପରି ଏଥିରେ ଆପତ୍ତି କରିନାହାନ୍ତି, ଯାହାକି ଚିନ୍ତାର ବିଷୟ। ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ ଓ ଉଲ୍ଲଂଘନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା।

ଆହୁରି ପଢ଼ନ୍ତୁ: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଜୁନ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

26 May 2025 By The Sakala

ଦୀଘା ମନ୍ଦିରରୁ ଧାମ ଶବ୍ଦ ହଟୁ: ଗଜପତି ମହାରାଜା

ପୁରୀ: ଦୀଘା ଜଗନ୍ନାଥ ଧାମ ନାମକରଣ ପରମ୍ପରା ବିରୁଦ୍ଧ। ଏହା ମଧ୍ୟ ଜଗନ୍ନାଥ ସଂସ୍କୃତି ବିରୁଦ୍ଧ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଦୀଘା ଜଗନ୍ନାଥ ଧାମକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ଗଜପତି ମହାରାଜା କହିଥିଲେ, ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ “ଜଗନ୍ନାଥ ଧାମ’ ତଥା “ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବରେ ନାମିତ କରାଯାଇଛି, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। କାରଣ ଏହା ପରାମ୍ପରା ବିରୁଦ୍ଧ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ। ନୀଳାଚଳ ଧାମ, ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ ଏହା କେବଳ ଶ୍ରୀଜଗନ୍ନାଥ ପୁରୀକୁ ହିଁ ବୁଝାଇବ। ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ମୁକ୍ତିମଣ୍ଡପର ପରାମର୍ଶ ନେଇଥିଲୁ। ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇସାରିଛନ୍ତି, କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ। ବିଶ୍ୱରେ ଆଉ କେଉଁ ସ୍ଥାନକୁ ଜଗନ୍ନାଥ ଧାମ ଆଖ୍ୟା ଦିଆଯାଇପାରିବ ନାହିଁ। ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସେଠାକର ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି। ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଇସ୍କନ ସଂସ୍ଥାକୁ ସେବାପୂଜା ଦାୟିତ୍ୱ ଦିଆଯାଇଛି। ସେମାନେ ଜାଣିଛନ୍ତି ଜଗନ୍ନାଥ ଧାମ ପୁରୀ। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ସେମାନେ କିପରି ଏଥିରେ ଆପତ୍ତି କରିନାହାନ୍ତି, ଯାହାକି ଚିନ୍ତାର ବିଷୟ। ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ ଓ ଉଲ୍ଲଂଘନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର