ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି …

The Sakala Picture
Published On

ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଲାଗି ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି। ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ। ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ। ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା […]

ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଲାଗି ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି। ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ। ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ। ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆହୁରି ପଢ଼ନ୍ତୁ: ସନ୍ତାନର ମଙ୍ଗଳ କାମନା କରି ଶ୍ରଦ୍ଧା ଓ ଭକ୍ତିର ସହ ରାଜ୍ୟରେ ପାଳିତ ହେଉଛି ପାରମ୍ପରିକ ‘ଷଠି ଓଷା’

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର। ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ। ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ।

ଆହୁରି ପଢ଼ନ୍ତୁ: ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର