ଆମେରିକାର ଦୋମୁହାଁ ନୀତି: ଏପଟେ ଭାରତକୁ ସମର୍ଥନ; ସେପଟେ ପାକିସ୍ତାନକୁ ଅସ୍ତ୍ର ଯୋଗାଣ

The Sakala Picture
Published On

ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଲେ। ଧର୍ମ ନାମରେ ଆତଙ୍କବାଦୀମାନେ ପହଲଗାମରେ ଯେଉଁ ତାଣ୍ଡବ ରଚାଇଲେ, ତାହା ମାନବିକତାର ଆତ୍ମାକୁ ଦୋହଲାଇ ଦେଇଛି। ପାକିସ୍ତାନର ସେନା ଅଧ୍ୟକ୍ଷ ଜେନେରାଲ ଅସୀମ ମୁନୀର ଧର୍ମକୁ ନେଇ ଭାରତ ବିରୋଧରେ ବିଷୋଦଗାର କରିବାର କିଛି ଦିନ ମଧ୍ୟରେ ଆତଙ୍କବାଦୀ ଏଭଳି ତାଣ୍ଡବ ରଚାଇଲେ, ଯାହା ଜମ୍ମୁ-କଶ୍ମୀରର ୩୬ ବର୍ଷର ଆତଙ୍କବାଦୀ ଇତିହାସରେ କେବେ ଘଟିନଥିଲା। ଏହାକୁ ନେଇ ଦେଶବ୍ୟାପୀ କ୍ରୋଧର […]

ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଲେ। ଧର୍ମ ନାମରେ ଆତଙ୍କବାଦୀମାନେ ପହଲଗାମରେ ଯେଉଁ ତାଣ୍ଡବ ରଚାଇଲେ, ତାହା ମାନବିକତାର ଆତ୍ମାକୁ ଦୋହଲାଇ ଦେଇଛି। ପାକିସ୍ତାନର ସେନା ଅଧ୍ୟକ୍ଷ ଜେନେରାଲ ଅସୀମ ମୁନୀର ଧର୍ମକୁ ନେଇ ଭାରତ ବିରୋଧରେ ବିଷୋଦଗାର କରିବାର କିଛି ଦିନ ମଧ୍ୟରେ ଆତଙ୍କବାଦୀ ଏଭଳି ତାଣ୍ଡବ ରଚାଇଲେ, ଯାହା ଜମ୍ମୁ-କଶ୍ମୀରର ୩୬ ବର୍ଷର ଆତଙ୍କବାଦୀ ଇତିହାସରେ କେବେ ଘଟିନଥିଲା। ଏହାକୁ ନେଇ ଦେଶବ୍ୟାପୀ କ୍ରୋଧର ନିଆଁ ଜଳୁଛି। ଆତଙ୍କବାଦୀଙ୍କୁ ଖୋଲାଖୋଲି ସମର୍ଥନ କରୁଥିବା ପାକିସ୍ତାନ ବିରୋଧରେ ଦୃଷ୍ଟାନ୍ତମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଉପରେ ପ୍ରବଳ ଚାପ ପଡ଼ୁଛି। ଆମେରିକା, ବ୍ରିଟେନ ସମେତ ଶତାଧିକ ଦେଶ ମଧ୍ୟ ଏହି ଆକ୍ରମଣର ନିନ୍ଦା କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ ପାକିସ୍ତାନ ଅନୁତାପ କରିବା ଅପେକ୍ଷା ଓଲଟା ଭାରତକୁ ଧsମକ ଦେବାରେ ଲାଗିଛି। ପାକିସ୍ତାନର ଅନେକ ନେତା ଏବଂ ଏପରିକିି ସେଠାର ମନ୍ତ୍ରୀ ଭାରତ ଉପରେ ପରମାଣୁ ଆକ୍ରମଣ ପାଇଁ ଧମକ ମଧ୍ୟ ଦେଉଛନ୍ତି। କେବଳ ସେତିକି ନୁହେଁ, ବିନା କାରଣରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଲଂଘନ କରି ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତିକ ସୀମାରେ ଗୁଳିବର୍ଷା ଜାରି ରଖିଛନ୍ତି। ଭାରତକୁ ଏପରି ଧମକ ଦେବାଲାଗି ପାକିସ୍ତାନକୁ ସାହସ ଦଉଛି କିଏ? ଏହି ପ୍ରଶ୍ନ ଏବେ ସମଗ୍ର ଦେଶବାସୀଙ୍କୁ ଆନ୍ଦୋଳିତ କରିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ରଙ୍କର ଦୋମୁହାଁ ନୀତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲରେ ହମାସ ଏଭଳି ଆକ୍ରମଣ କରିଥିଲେ, ଗାଜା ଆଜି ନିଶ୍ଚିହ୍ନ ହୋଇଯାଇ ଥାଆନ୍ତା। ୨୦୨୩ ଅକ୍ଟୋବରରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପଶି ଆକ୍ରମଣ କରିବାରୁ ଇସ୍ରାଏଲ ରକ୍ତମୁଖା ହୋଇ ପାଲେଷ୍ଟାଇନରେ ମୃତ୍ୟୁର ତାଣ୍ଡବ ରଚାଇଲା। ଇସ୍ରାଏଲର ପ୍ରତି ଆକ୍ରମଣରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେ। ଏଥିରେ ଇସ୍ରାଏଲକୁ ଆମେରିକା ସମେତ ସମସ୍ତ ୟୁରୋପୀୟ ରାଷ୍ଟ୍ର ଖୋଲାଖୋଲି ସମର୍ଥନ କଲେ। କିନ୍ତୁ ଯେତେବେଳେ ଭାରତ କଥା ଆସୁଛି ସେମାନେ ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ରହିବା ଲାଗି ଧର୍ମବାଣୀ ଶୁଣାଉଛନ୍ତି। ଏଥିରେ ଆମେରିକା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଆମେରିକା ନିନ୍ଦା କରିବା ସହିତ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହା ଭାରତ ସହିତ ଠିଆ ହୋଇଛି ବୋଲି କହିଲା। କିନ୍ତୁ ଯେତେବେଳେ ଆକ୍ରମଣର ପ୍ରତିଶୋଧ କଥା ଉଠୁଛି ସେତେବେଳେ ଏହାର ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଆକ୍ରମଣରୁ ବିରତ ରହିବା ଲାଗି ପରାମର୍ଶ ଦେଉଛନ୍ତି। ସମଗ୍ର ଘଟଣାବଳୀରେ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ମନ୍ତବ୍ୟ ସବୁଠାରୁ ହାସ୍ୟାସ୍ପଦ ଥିଲା। ସେ କହିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀର ବିବାଦ ନୂଆ ନୁହେଁ। ଏହି ବିବାଦ ଏକ ହଜାରରୁ ୧୫୦୦ ବର୍ଷ ଧରି ଲାଗି ରହିଛି। ଭାରତ ଓ ପାକିସ୍ତାନ ଇତିହାସ ସଂପର୍କରେ ଟ୍ରମ୍ପ ଅଜ୍ଞ ବୋଲି ଅନେକ ଭାବୁଥାଇ ପାରନ୍ତି। କିନ୍ତୁ ଏହା ସତ ନୁହେଁ।  କଶ୍ମୀର ଇତିହାସ ସଂପର୍କରେ ତାଙ୍କୁ ଜଣା, କିନ୍ତୁ ଏହି ବିବାଦକୁ ସେ ବିଶେଷ ଗୁରୁତ୍ବ ଦିଅନ୍ତି ନାହିଁ ବୋଲି ତାଙ୍କ ଭାଷାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। କେବଳ ଏତିକି ନୁହେଁ, ଆଉ ପାଦେ ଆଗକୁ ଯାଇ ସେ ଉଭୟ ଭାରତ ଓ ପାକିସ୍ତାନକୁ ନିଜର ବନ୍ଧୁ ଭାବେ ବର୍ଣ୍ଣନା କରି କହିଥିଲେ ଯେ ସେମାନଙ୍କ ମଧ୍ୟ॥େର ଯୁଦ୍ଧ ହେବନାହିଁ। କୂଟନୈତିକ ମହଲରେ ବିଶ୍ବାସ କରାଯାଉଛି ଯେ ଟ୍ରମ୍ପ ଭାରତକୁ ସମର୍ଥନ କରିବା ଅପେକ୍ଷା ପାକିସ୍ତାନ ସପକ୍ଷରେ ତାଙ୍କର ନୈତିକ ସମର୍ଥନ ଘୋଷଣା କରିଥିଲେ। ସେମାନଙ୍କ ମତରେ ଯୁଦ୍ଧ ହେଲେ ପାକିସ୍ତାନ ହାତରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଏଫ-୧୬ ବିମାନ। ଏହି ବିମାନ ଆମେରିକା ଯୋଗାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ଆମେରିକା ହାତରେ। ଯେଉଁ ଟ୍ରମ୍ପ ଅର୍ଥ କାଟ୍ ବାହାନା ଦେଖାଇ ବିଶ୍ବର ଅନେକ ସ୍ଥାନରେ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି, ସେହି ଟ୍ରମ୍ପ ଚଳିତ ବର୍ଷ ପାକିସ୍ତାନକୁ ୪୦୦ ନିୟୁତ ଡଲାରର ସାମରିକ ସହାୟତା ଦେଇଛନ୍ତି। ଭାରତ ପାଇଁ ଏହାଠାରୁ ବଡ଼ ଉପହାସ ଆଉ କଣ ହୋଇପାରେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ପୁଣି ଚୀନ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରୁଛି। ପହଲଗାମ ଆକ୍ରମଣକୁ ଚୀନ ନିନ୍ଦା କରିଥିଲେ ମଧ୍ୟ ଭାରତ ଆକ୍ରମଣ କଲେ ଏହାକୁ ବିରୋଧ କରିବ ବୋଲି ଏହାର ବୈଦେଶିକ ମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପାକିସ୍ତାନ ଏହାର ମିତ୍ର ରାଷ୍ଟ୍ର ହୋଇଥିବାରୁ ଏହାର ସାର୍ବଭୌମତ୍ବ ଏବଂ ଅଖଣ୍ଡତାର ସୁରକ୍ଷା ପ୍ରତି ଏହା ସଂକଳ୍ପବଦ୍ଧ। ପରୋକ୍ଷରେ ସେ ସୂଚନାଇଦେଲେ ଯେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ଚୀନ ଚୁପ୍ ହୋଇ ବସିବନାହିଁ ଏବଂ ଏହାର ସୁରକ୍ଷା ପାଇଁ ଆଗେଇ ଆସିବ। ସେହିଭଳି ଭାରତର ପରମ ମିତ୍ର ରୁଷ ବୈଦେଶିକ ମନ୍ତ୍ରୀ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ବିରୋଧ କରିଛନ୍ତି। ଏହାକୁ ଯଥାସମ୍ଭବ ଏଡ଼ାଇବା ଲାଗି ପରାମର୍ଶ ଦେଇଛନ୍ତି। ଅନ୍ୟ ୟୁରୋପୀୟ ରାଷ୍ଟ୍ର ମଧ୍ୟ ଏଭଳି ପରାମର୍ଶ ଦେଇ ନିଜର ଦୋମୁହାଁ ନୀତିକୁ ପଦାରେ ପକାଛନ୍ତି। ତେବେ ସବୁଠାରୁ ଉଦ୍‌ବେଗଜନକ ଘଟଣାଟି ହେଲା ଯେ ଏହିସବୁ ଦେଶ ଭାରତକୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ବିରତ ରହିବା ଲାଗି କହୁଛନ୍ତି। କିନ୍ତୁ ପାକିସ୍ତାନୀ ନେତାଙ୍କ ପରମାଣୁ ଧମକ ସଂପର୍କରେ ପଦଟିଏ କହୁ ନାହାନ୍ତି। ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣାଟି ହେଉଛି େଯ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ଲାଗି ଜାତିସଂଘ ନିରାପତ୍ତା ପରିଷଦରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ସେଥିରୁ ଆତଙ୍କବାଦୀ ସଂଗଠନ ଟିଆର୍‌ଏଫ୍ ନାମକୁ ଅନ୍ତିମ ମୁହୂର୍ତ୍ତରେ ବାଦ ଦିଆଯାଇଥିଲା । ଏହି ସଂଗଠନ ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଏହାର ନିନ୍ଦା କରିବାକୁ ସୁରକ୍ଷା ପରିଷଦ ଉଚିତ ମନେ କଲାନାହିଁ। ପାକିସ୍ତାନ ଓ ଚୀନର ଚାପରେ ପ୍ରସ୍ତାବ ବଦଳିଯାଇଥିଲା ଏବଂ ଆମେରିକାର ଏହାର ପ୍ରତିବାଦ ବି କଲାନାହିଁ। ଏହି ଦେଶମାନଙ୍କ ଯୋଗୁଁ ପାକିସ୍ତାନ ଆଜି ଭାରତକୁ ନାଲି ଆଖି ଦେଖାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

06 May 2025 By The Sakala

https://www.thesakala.in/latest-odisha-news/americas-double-faced-policy-support-india-on-one-hand-arms-supply-to-pakistan-on-the-other/article-40390
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର