କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ, କରୋନାରେ ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର

The Sakala Picture
Published On

ଭୁବନେଶ୍ୱର : କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭  ସାମ୍ବାଦିକ ପରିବାରଙ୍କୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । କରୋନାରେ ୧୭ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଗଞ୍ଜମରୁ ୭, ଭୁବନେଶ୍ୱରରୁ ୪, ବଲାଙ୍ଗିରରୁ ୩, କଳାହାଣ୍ଡିରୁ ଜଣେ, ଯାଜପୁର ଜିଲ୍ଲାର ୨ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ […]

ଭୁବନେଶ୍ୱର : କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭  ସାମ୍ବାଦିକ ପରିବାରଙ୍କୁ ୧୫ ଲକ୍ଷ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । କରୋନାରେ ୧୭ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଗଞ୍ଜମରୁ ୭, ଭୁବନେଶ୍ୱରରୁ ୪, ବଲାଙ୍ଗିରରୁ ୩, କଳାହାଣ୍ଡିରୁ ଜଣେ, ଯାଜପୁର ଜିଲ୍ଲାର ୨ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି ବେଦାନ୍ତ ଆଲୁମିନିୟମ

ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର। କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି। ଆଜି ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

‘ଜି-ଓଡ଼ିଶାର ଭୁବନେଶ୍ୱରରେ କାର୍ୟ୍ୟକରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ‘ଆଜିକାଲି’ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ର ସ୍ୱର୍ଗତ ପ୍ରୀତିମାନ୍‌ ମହାପାତ୍ରଙ୍କ ପରିବାରବର୍ଗ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ। ସେହିପରି ଗଞ୍ଜାମ ଜିଲ୍ଲାର ‘ଟିଭି ନ୍ୟୁଜ୍‌ ୬(ଓ୍ୱେବ୍‌)’ର ସାମ୍ବାଦିକ ଗୋବିନ୍ଦ ବେହେରା, ’ସମ୍ବାଦ’ର ପ୍ରଦୀପ କିଶୋର ସାହୁ, ‘ସମାଜ’ର କିଶୋର ଚନ୍ଦ୍ର ଦାଶ, ‘ଓଡ଼ିଶା ଫାଇଲସ୍‌’ର ନରେଶ କୁମାର ବେହେରା, ‘କଳିଙ୍ଗ ଜ୍ୟୋତି, ନନ୍ଦିନୀ’ର ସାମ୍ବାଦିକ ରନିକର ମହାରଣା, ବ୍ଲକ୍‌ କରେସ୍‌ପଣ୍ଡେଣ୍ଟ ନିଳୟ ରଞ୍ଜନ ପଟ୍ଟନାୟକ, ‘ଅନୁପମ ଭାରତ’ର କରୁଣାକର ସାହୁ, ବଲାଙ୍ଗୀର ଜିଲ୍ଲାର ‘ସମ୍ବାଦ’ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜତୀଶ ଚନ୍ଦ୍ର ଖମାରୀ, ‘ପ୍ରଗତିବାଦୀ’ର କୈଳାଶ ଚନ୍ଦ୍ର ସାହୁ, ‘ନକ୍ଷତ୍ର ଟିଭି’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାନୁପ୍ରକାଶ ରଥ, ଯାଜପୁର ଜିଲ୍ଲାର ‘ମନ୍ଥନ’ର ସାମ୍ବାଦିକ ଅଶୋକ କୁମାର ସାହୁ, ‘ଲୋକସଂପର୍କ’ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ମିଳିବ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର