ସାବାଡ଼ ହେବେ ଟ୍ରାଫିକ୍ ଉଲ୍ଲଂଘନକାରୀ; ୩ ଥର ଜରିମାନା ନ ଭରିଲେ ବାତିଲ୍ ହେବ ଲାଇସେନ୍ସ
ଭୁବନେଶ୍ୱର: ଅମାନିଆ ଚାଳକଙ୍କୁ ନିସ୍ତାର ମିଳିବନି। ଟ୍ରାଫିକ୍ ନିୟମକୁ ଭାଙ୍ଗୁଥିବା ବେଫିକର ଚାଳକଙ୍କ ଉପରେ ପଡ଼ିବ ଆଇନ୍ ଛାଟ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ନାଲିଆଖି ଦେଖାଇବା ସହ ସତର୍କବାଣୀ ଶୁଣାଇଛି କମିସନରେଟ୍ ପୁଲିସ। ଟ୍ରାଫିକ୍କୁ ବ୍ୟବସ୍ଥିତ ଓ ସୁଧାର ଆଣିବା ଲାଗି କଠୋର ହୋଇଛି ଟ୍ରାଫିକ୍ ପୁଲିସ। ଟ୍ରାଫିକ୍ ନିୟମ ବାରମ୍ବାର ଭାଙ୍ଗିବା ପରେ ଜରିମାନା ପୈଠ କରୁନଥିବା ଅମାନିଆଙ୍କୁ ଟାର୍ଗେଟ୍ କରାଯାଇଛି। ଏଣିକି ୩ଥର ଜରିମାନା ରାଶି ନ ଭରିଲେ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍ […]
ଭୁବନେଶ୍ୱର: ଅମାନିଆ ଚାଳକଙ୍କୁ ନିସ୍ତାର ମିଳିବନି। ଟ୍ରାଫିକ୍ ନିୟମକୁ ଭାଙ୍ଗୁଥିବା ବେଫିକର ଚାଳକଙ୍କ ଉପରେ ପଡ଼ିବ ଆଇନ୍ ଛାଟ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ନାଲିଆଖି ଦେଖାଇବା ସହ ସତର୍କବାଣୀ ଶୁଣାଇଛି କମିସନରେଟ୍ ପୁଲିସ। ଟ୍ରାଫିକ୍କୁ ବ୍ୟବସ୍ଥିତ ଓ ସୁଧାର ଆଣିବା ଲାଗି କଠୋର ହୋଇଛି ଟ୍ରାଫିକ୍ ପୁଲିସ। ଟ୍ରାଫିକ୍ ନିୟମ ବାରମ୍ବାର ଭାଙ୍ଗିବା ପରେ ଜରିମାନା ପୈଠ କରୁନଥିବା ଅମାନିଆଙ୍କୁ ଟାର୍ଗେଟ୍ କରାଯାଇଛି। ଏଣିକି ୩ଥର ଜରିମାନା ରାଶି ନ ଭରିଲେ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ କିଛି ଅମାନିଆ ଚାଳକଙ୍କ ଲାଇସେନ୍ସ ରଦ୍ଦ ଲାଗି ପରିବହନ ବିଭାଗକୁ ଅବଗତ କରିଛି କମିସନରଟ୍ ପୁଲିସ।
ଅନୁରୂପ ଭାବେ ଅନେକ ଚାଳକ ଟ୍ରାଫିକ୍ ନିୟମ ଭାଙ୍ଗି ଧରାପଡୁଛନ୍ତି। ସିସିଟିଭି ଦ୍ୱାରା ଚାଳକଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କ ନାମରେ ଇ-ଚାଲାଣ କଟାଯାଉଛି। କିନ୍ତୁ ଟଙ୍କା ଭରଣା କରୁନାହାନ୍ତି। ତେଣୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ନ ହୋଇ ରାଜକୋଷରେ ଗଡ଼଼ୁଛି। ତେଣୁ ଚାଳକଙ୍କୁ ଧରିବାକୁ ଏଣିକି ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି। ଅମାନିଆ ଚାଳକଙ୍କଠାରୁ ‘ଅନ୍ ଦି ସ୍ପଟ୍’ ଚାଲାଣ କାଟି ଟଙ୍କା ଆଦାୟ ଭଳି ବ୍ୟବସ୍ଥା କରାଯାଉଛି। ଫଳରେ ଇ-ଚାଲାଣ କାଟି ଖସି ପଳାଉଥିବା ଚାଳକ ଫସିବା ସହ ଘଟଣାସ୍ଥଳରେ ହିଁ ଜରିମାନା ରାଶି ଭରିବେ। ଫଳରେ ଇ-ଚାଲାଣ ସଂଖ୍ୟା କମିବା ସହ ସାବାଡ଼ ହେବେ ଅମାନିଆ ଚାଳକ। ଇ-ଚାଲାଣ କଟୁଥିବାବେଳେ ଅନେକ ଚାଳକ ଟଙ୍କା ଭରୁନାହାନ୍ତି। ଜରିମାନା ରାଶି ଭରଣା କରୁନଥିବାରୁ ଚାଳକଙ୍କ ଉପରେ ପ୍ରଭାବ ପଡୁନି। ତେଣୁ ଅନ୍ ଦି ସ୍ପଟ୍ ଚାଲାଣ କଟିଲେ, ଚାଳକ ଜରିମାନା ରାଶି ଭରିଲେ ପ୍ରଭାବ ପଡ଼ିବା ସହ ଚାଳକଙ୍କ ମନରେ ଭୟ ଆସିବ ବୋଲି କମିସନରେଟ୍ ପୁଲିସ ଆଶା ରଖିଛି। ସେହିପରି ଜଣେ ଲେଖାଏଁ ଚାଳକ ନାଁରେ ୨୦ରୁ ୨୫ ଥର ଟ୍ରାଫିକ୍ ଉଲ୍ଲଂଘନ ନିୟମ ଭାଙ୍ଗିଥିବାରୁ ଚାଲାଣ ପଠାଯାଇଛି। କିନ୍ତୁ ସେମାନେ ଟଙ୍କା ଭରଣା କରୁନାହାନ୍ତି। ପୂର୍ବରୁ ୫ଥର ଟ୍ରାଫିକ୍ ନିୟମ ଭାଙ୍ଗି ଟଙ୍କା ଭରୁ ନ ଥିବା ଚାଳକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉଥିଲା। ଜରିମାନା ରାଶି ଜମା ନ କଲେ ପୁଲିସ କୋର୍ଟକୁ ପ୍ରସିକ୍ୟୁସନ ରିପୋର୍ଟ ପଠାଯିବ। ଉକ୍ତ ରିପୋର୍ଟକୁ ଆଧାର କରି କୋର୍ଟରୁ ବେପରୁଆ ଚାଳକଙ୍କ ଠିକଣାରେ ସମନ୍ ପହଞ୍ଚିବ। ଏହାକୁ ଅମାନ୍ୟ କରି ଟଙ୍କା ନ ଦେଲେ ଅମାନିଆଙ୍କ ବିରୋଧରେ ଗିରଫ ପରୱାନା (ୱାରେଣ୍ଟ୍) ଜାରି ହୋଇଥିଲା। କିନ୍ତୁ ଅଧିକାରୀ ବଦଳିବା ପରେ ବଦଳି ଯାଇଥିଲା ଏହି ନିୟମ କାନୁନ୍।
ସୂଚନାଯୋଗ୍ୟ ଯେ, ୨୦୧୯ ଡିସେମ୍ବର ମାସରୁ ରାଜଧାନୀରେ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ୫ବର୍ଷରେ ଭୁବନେଶ୍ୱରରେ ୭ ଲକ୍ଷରୁ ଅଧିକ ଇ-ଚାଲାଣ କଟାଯାଇଛି। ସେଥିରୁ ଦେଢ଼ଲକ୍ଷ ଇ-ଚାଲାଣ ଟଙ୍କା ଅମାନିଆ ଚାଳକ ଭରଣା କରିଛନ୍ତି। ଅବଶିଷ୍ଟ ଇ-ଚାଲାଣ ସେମିତ ଉଲ୍ଲଂଘନକାରୀଙ୍କ ଉପରେ ଗଡ଼଼ୁଛି। ବକେୟା ପଡ଼ିଥିବା ଇ-ଚାଲାଣ ଟଙ୍କା ପୈଠ କରିନଥିବା ଅମାନିଆଙ୍କ ଘରକୁ କୋର୍ଟ ଜରିଆରେ ସମନ୍ ପହଞ୍ଚିଯିବ। ଇ-ଚାଲାଣ କଟିବାର ମାସେ ଭିତରେ ଜରିମାନା ଟଙ୍କା ପୈଠ ନ କଲେ ନୂଆ କରି କଟକରେ ଖୋଲିଥିବା ଜେଏମ୍ଏଫ୍ସି(ପରିବହନ) ଭର୍ଚୁଆଲ କୋର୍ଟ ଜରିଆରେ ଘରେ ସମନ୍ ପହଞ୍ଚିଯିବ। ଜରିମାନା ପୈଠ କରିବା ଲାଗି ମାସେ ମହଲତ ଦିଆଯିବା ସହ ବାଧ୍ୟତାମୂଳକ କରାଯାଇଛି। ନଚେତ୍ ଗାଡ଼ି ମାଲିକଙ୍କ ବିରୋଧରେ ୱାରେଣ୍ଟ୍ ଜାରି କରାଯିବ। ସେହିପରି ଇ-ଚାଲାଣର ଏକ ତୃତୀୟାଂଶ ଉଲ୍ଲଂଘନକାରୀ ଟଙ୍କା ଭରୁନାହାନ୍ତି।
ଟ୍ରାଫିକ୍ ସମ୍ଭାଳୁଛନ୍ତି ଏସିପି ଓ ଅପରାଧଙ୍କୁ ଜଗୁଛନ୍ତି ଇନ୍ସପେକ୍ଟର
ସ୍ମାର୍ଟ ସିଟି ପକ୍ଷରୁ କାର୍ଯ୍ୟ କରୁଥିବା ସମନ୍ୱିତ ନିୟନ୍ତ୍ରିତ କକ୍ଷ(ବିଏସ୍ସିଏଲ୍)କୁ ଆହୁରି ସୁଦୃଢ଼ କରାଯାଇଛି। ସିସିଟିଭିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଅପରାଧୀ ଉପରେ ତୀକ୍ଷ୍ଣ ନଜର ଓ ଅନ୍ୟପଟେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି। ଟ୍ରାଫିକ୍ ଉପରେ ନଜର ରଖିବା ଲାଗି ଜଣେ ଏସିପି ପାହ୍ୟାର ଅଧିକାରୀ ଓ ଅପରାଧୀଙ୍କ ଗତିବିଧି ଉପରେ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି। ସହରର ୨୫୮ଟି ସ୍ଥାନରେ ୧୧୦୦ କ୍ୟାମେରା ଲାଗିଛି। ଏଗୁଡ଼ିକୁ ସେଠାରୁ ମନିଟରିଂ କରାଯାଉଛି। ସିସିଟିଭି ସଂଖ୍ୟା ବଢ଼଼ାଇବାକୁ ଯୋଜନା ହୋଇଛି। ସହରର ଅପରାଧପ୍ରବଣ ଅଞ୍ଚଳ ଓ ଉପକଣ୍ଠରେ ପ୍ରାୟ ୨୫୦ଟି ସ୍ଥାନରେ ୨ହଜାରରୁ ଅଧିକ ଏଆଇ କ୍ୟାମେରା ଲଗାଇବାକୁ ନକ୍ସା ପ୍ରସ୍ତୁତ ହୋଇଛି। ଅନୁରୂପ ଭାବେ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କ ଏଏନ୍ପିଆର୍ କ୍ୟାମେରା ଲଗାଯାଇଛି। ସହରର ୩୨ଟି ଛକରେ ୫୨୧ଟି ଟ୍ରାଫିକ୍ ଟିଭିଡିଏସ୍ କ୍ୟାମେରା ଏହି ସମସ୍ତ ଅମାନିଆଙ୍କୁ ଚିହ୍ନଟ କରୁଛି।