ଏଣିକି ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନରେ ମିଳିବ ମାଗଣା ଏମଆରଆଇ, ସିଟି ସ୍କାନ୍ ସେବା

The Sakala Picture
Published On

କଟକ : ଆଜିଠୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ମିଳିବ ମାଗଣା ଏମଆରଆଇ, ସିଟି ସ୍କାନ୍ ସେବା । ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୩୦ରେ ଭିସି ମାଧ୍ୟରେ ଲୋକର୍ପିତ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲୋକମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ସେବା ଯୋଗାଇବା ନେଇ ରାଜ୍ୟର ଚିକିତ୍ସା ବ୍ୟବସ୍ଥାକୁ ଏହା ଆହୁରି ମଜବୁତ କରିବା […]

କଟକ : ଆଜିଠୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ମିଳିବ ମାଗଣା ଏମଆରଆଇ, ସିଟି ସ୍କାନ୍ ସେବା । ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟା ୩୦ରେ ଭିସି ମାଧ୍ୟରେ ଲୋକର୍ପିତ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଲୋକମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ସେବା ଯୋଗାଇବା ନେଇ ରାଜ୍ୟର ଚିକିତ୍ସା ବ୍ୟବସ୍ଥାକୁ ଏହା ଆହୁରି ମଜବୁତ କରିବା ଲକ୍ଷ୍ୟରେ ଏହାର ଶୁଭାରମ୍ଭ ହୋଇଛି । ବିନା ଦେୟରେ ଲୋକମାନେ ରୋଗ ନିରୂପଣ କରିପାରିବେ । ଏହା ବିଶେଷ ଭାବରେ ଗରିବ ଓ ମଧ୍ୟବିତ ଲୋକଙ୍କ ପାଇଁ ବେଶ ଫଳପ୍ରଦ ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବା ନେଇ ସରକାରଙ୍କ ପକ୍ଷରୁ ଏହିପରି ବ୍ୟବସ୍ଥା କରାଯାଉଛି ।କାର୍ଯ୍ଯକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ, କଟକ ଜିଲ୍ଲାପାଳ, ସିଏମସି କମିଶନର, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫ଟି) ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

 

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର