ଏମଭିଆଇ ପରିଚୟ ଦେଇ ଗାଡିଚାଳକଙ୍କୁ ମାରପିଟ ଓ ଛିନତାଇ, ଦିନ ଦ୍ବିପହରରେ ଚାଲିଛି ଚାନ୍ଦା ଆଦାୟ

The Sakala Picture
Published On

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ସୀମାନ୍ତ ଲକ୍ଷ୍ମଣନାଥ ଏବେ ଚାନ୍ଦା ଆଦାୟକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜପଥରେ ଯାଉଥିବା ହଜାର ହଜାର ଗାଡି ଚାଳକଙ୍କୁ ଧମକ ଚମକ ସହ ମାରପିଟ କରି ଚାନ୍ଦା ଆଦାୟ କରିବା ନିତିଦିନିଆ ହୋଇଯାଇଛି। ଗତକାଲି ବିହାର ପ୍ରଦେଶର ଜଣେ ଗାଡି ଚାଳକଙ୍କୁ ସ୍ଥାନୀୟ କିଛି ଅସାମାଜିକ ଯୁବକ ନିଜକୁ ଏମଭିଆଇ ବୋଲି ପରିଚୟ ଦେଇ ତାଙ୍କୁ ପିଟାମାରା କରିବା ସହ […]

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ସୀମାନ୍ତ ଲକ୍ଷ୍ମଣନାଥ ଏବେ ଚାନ୍ଦା ଆଦାୟକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜପଥରେ ଯାଉଥିବା ହଜାର ହଜାର ଗାଡି ଚାଳକଙ୍କୁ ଧମକ ଚମକ ସହ ମାରପିଟ କରି ଚାନ୍ଦା ଆଦାୟ କରିବା ନିତିଦିନିଆ ହୋଇଯାଇଛି। ଗତକାଲି ବିହାର ପ୍ରଦେଶର ଜଣେ ଗାଡି ଚାଳକଙ୍କୁ ସ୍ଥାନୀୟ କିଛି ଅସାମାଜିକ ଯୁବକ ନିଜକୁ ଏମଭିଆଇ ବୋଲି ପରିଚୟ ଦେଇ ତାଙ୍କୁ ପିଟାମାରା କରିବା ସହ ଛିନତାଇ କରିଥିବାର ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗତ ଦେଢ଼ମାସ ମଧ୍ୟରେ ଜଳେଶ୍ଵର ପୁଲିସ ପାଇଁ ଏହା ତୃତୀୟ ଘଟଣା ବୋଲି କୁହାଯାଇଛି। ଏହାପୂର୍ବରୁ ଜଳେଶ୍ଵର ସନ୍ନିକଟ ନନ୍ଦୀକା ପୋଲ ଓ ସେହି ଲକ୍ଷ୍ମଣନାଥ ନିକଟରେ ମଧ୍ୟ ସମାନ ଧରଣର ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ବିହାର ପ୍ରଦେଶର ସଇପୁକୁନାଇ ଥାନା ଶିଉପୁର,ମହୁରାହୀ ଗାଁର ଶିବ କୁମାର ପୁନେରୀଙ୍କ ଅଭିଯୋଗ ଅନୁଯାୟୀ ଓଡି୦୫ଭି୬୩୪୧ ନମ୍ବରର ଟ୍ରକରେ ସେ ପାରାଦ୍ଵୀପ ରୁ ଡିଏପି ସାର ନେଇ ଝୁଲାଗଡ ଅଭିମୁଖେ ଗତ ୮ ତାରିଖ ରାତିରେ ବାହାରିଥିଲେ। ତେବେ ଜଳେଶ୍ଵର ସ୍ଥିତ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ କିଛି ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଗାଡ଼ିକୁ ଅଟକାଇବା ସହ ନିଜକୁ ଏମଭିଆଇ ବୋଲି ପରିଚୟ ଦେଇ ଗାଡିର କାଗଜପତ୍ର ମାଗିଥିଲେ।୨୭୦୦ ଟଙ୍କା ଚାଲାଣ କାଟିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଶିବ କୁମାର ଏତେ ଟଙ୍କା ପାଖରେ ନାହିଁ ବୋଲି କହିବା ପରେ ଉପରୋକ୍ତ ଯୁବକ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଗାଡିରୁ ତଳକୁ ଘୋଷାରି ଆଣି ନିସ୍ତୁକ ମାଡ଼ ମାରିଥିଲେ।ଶିବଙ୍କ ପକେଟରୁ ଜୋର କରି ୩୦୦ ଟଙ୍କାକୁ ଛଡାଇ ନେଇଥିଲେ।ଏହି ସମୟରେ ପାଟିତୁଣ୍ଡ ଶୁଣି ସେଠାରେ ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଉପରୋକ୍ତ ଅସାମାଜିକ ଯୁବକ ମାନେ ସେଠାରୁ ପଳାଇଥିଲେ। ତେବେ ଶିବକୁମାର ଏହାପରେ ଟ୍ରକ ନେଇ ଝୁଲାଗଡ ଚାଲିଯାଇଥିବା ବେଳେ ଗତକାଲି ଫେରି ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇବା ପରେ ଜଳେଶ୍ଵର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯୋଗ୍ୟ ଯେ ଜଳେଶ୍ଵରର ନନ୍ଦୀକା ଠାରୁ ସୀମାନ୍ତ ଲକ୍ଷ୍ମଣନାଥ ମଧ୍ୟରେ ସ୍ଥାନୀୟ କିଛି ଯୁବକ ମେଳି କରି ଦିନରାତି ଚାନ୍ଦା ଆଦାୟ କରୁଛନ୍ତି। ଏହି ଘଟଣାରେ ପୁଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଚାନ୍ଦା ଆଦାୟକାରୀଙ୍କୁ ଏହା ସୁହାଉଛି।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

13 Jul 2021 By The Sakala

ଏମଭିଆଇ ପରିଚୟ ଦେଇ ଗାଡିଚାଳକଙ୍କୁ ମାରପିଟ ଓ ଛିନତାଇ, ଦିନ ଦ୍ବିପହରରେ ଚାଲିଛି ଚାନ୍ଦା ଆଦାୟ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ସୀମାନ୍ତ ଲକ୍ଷ୍ମଣନାଥ ଏବେ ଚାନ୍ଦା ଆଦାୟକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ରାଜପଥରେ ଯାଉଥିବା ହଜାର ହଜାର ଗାଡି ଚାଳକଙ୍କୁ ଧମକ ଚମକ ସହ ମାରପିଟ କରି ଚାନ୍ଦା ଆଦାୟ କରିବା ନିତିଦିନିଆ ହୋଇଯାଇଛି। ଗତକାଲି ବିହାର ପ୍ରଦେଶର ଜଣେ ଗାଡି ଚାଳକଙ୍କୁ ସ୍ଥାନୀୟ କିଛି ଅସାମାଜିକ ଯୁବକ ନିଜକୁ ଏମଭିଆଇ ବୋଲି ପରିଚୟ ଦେଇ ତାଙ୍କୁ ପିଟାମାରା କରିବା ସହ ଛିନତାଇ କରିଥିବାର ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗତ ଦେଢ଼ମାସ ମଧ୍ୟରେ ଜଳେଶ୍ଵର ପୁଲିସ ପାଇଁ ଏହା ତୃତୀୟ ଘଟଣା ବୋଲି କୁହାଯାଇଛି। ଏହାପୂର୍ବରୁ ଜଳେଶ୍ଵର ସନ୍ନିକଟ ନନ୍ଦୀକା ପୋଲ ଓ ସେହି ଲକ୍ଷ୍ମଣନାଥ ନିକଟରେ ମଧ୍ୟ ସମାନ ଧରଣର ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା।

ବିହାର ପ୍ରଦେଶର ସଇପୁକୁନାଇ ଥାନା ଶିଉପୁର,ମହୁରାହୀ ଗାଁର ଶିବ କୁମାର ପୁନେରୀଙ୍କ ଅଭିଯୋଗ ଅନୁଯାୟୀ ଓଡି୦୫ଭି୬୩୪୧ ନମ୍ବରର ଟ୍ରକରେ ସେ ପାରାଦ୍ଵୀପ ରୁ ଡିଏପି ସାର ନେଇ ଝୁଲାଗଡ ଅଭିମୁଖେ ଗତ ୮ ତାରିଖ ରାତିରେ ବାହାରିଥିଲେ। ତେବେ ଜଳେଶ୍ଵର ସ୍ଥିତ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ କିଛି ଯୁବକ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଗାଡ଼ିକୁ ଅଟକାଇବା ସହ ନିଜକୁ ଏମଭିଆଇ ବୋଲି ପରିଚୟ ଦେଇ ଗାଡିର କାଗଜପତ୍ର ମାଗିଥିଲେ।୨୭୦୦ ଟଙ୍କା ଚାଲାଣ କାଟିବାକୁ ପଡ଼ିବ ବୋଲି କହିଥିଲେ। ତେବେ ଶିବ କୁମାର ଏତେ ଟଙ୍କା ପାଖରେ ନାହିଁ ବୋଲି କହିବା ପରେ ଉପରୋକ୍ତ ଯୁବକ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଗାଡିରୁ ତଳକୁ ଘୋଷାରି ଆଣି ନିସ୍ତୁକ ମାଡ଼ ମାରିଥିଲେ।ଶିବଙ୍କ ପକେଟରୁ ଜୋର କରି ୩୦୦ ଟଙ୍କାକୁ ଛଡାଇ ନେଇଥିଲେ।ଏହି ସମୟରେ ପାଟିତୁଣ୍ଡ ଶୁଣି ସେଠାରେ ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଉପରୋକ୍ତ ଅସାମାଜିକ ଯୁବକ ମାନେ ସେଠାରୁ ପଳାଇଥିଲେ। ତେବେ ଶିବକୁମାର ଏହାପରେ ଟ୍ରକ ନେଇ ଝୁଲାଗଡ ଚାଲିଯାଇଥିବା ବେଳେ ଗତକାଲି ଫେରି ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇବା ପରେ ଜଳେଶ୍ଵର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯୋଗ୍ୟ ଯେ ଜଳେଶ୍ଵରର ନନ୍ଦୀକା ଠାରୁ ସୀମାନ୍ତ ଲକ୍ଷ୍ମଣନାଥ ମଧ୍ୟରେ ସ୍ଥାନୀୟ କିଛି ଯୁବକ ମେଳି କରି ଦିନରାତି ଚାନ୍ଦା ଆଦାୟ କରୁଛନ୍ତି। ଏହି ଘଟଣାରେ ପୁଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଚାନ୍ଦା ଆଦାୟକାରୀଙ୍କୁ ଏହା ସୁହାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର