ନାଳ ଡେଇଁ ଲୋକଙ୍କ ସେବାରେ ଯାଉଛନ୍ତି ଲଳିତା

The Sakala Picture
Published On

ଭୁବନେଶ୍ୱର: କେତେବେଳେ ବଣ, ପାହାଡ଼ ଘେରା ରାସ୍ତାରେ ତ ଆଉ କେତେବେଳେ ନାଳ ଡେଇଁ ସେ ପହଞ୍ଚୁଛନ୍ତି ଲୋକଙ୍କ ପାଖରେ। ଆଉ ବାଣ୍ଟୁଛନ୍ତି କରୋନା ସଚେତନତାର ଅମୋଘ ମନ୍ତ୍ର। ଲୋକଙ୍କ ଜୀବନ ତାଙ୍କ ପାଇଁ ଅମୂଲ୍ୟ। ତା’ ଆଗରେ ନିଜ ଜୀବନ ଓ ପାରିପାର୍ଶ୍ବକ ପରିସ୍ଥିତି ତୁଚ୍ଛ । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଲାଠିଆଗୁଡ଼ାର ଲଳିତା ନାୟକଙ୍କୁ କରୋନାର ଦ୍ୱିତୀୟ ଲହର ବେଳେ ଯିଏ ଦେଖୁଛି, ସେ ଏକଥା କହିଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏବେ ରାଜ୍ୟର […]

ଭୁବନେଶ୍ୱର: କେତେବେଳେ ବଣ, ପାହାଡ଼ ଘେରା ରାସ୍ତାରେ ତ ଆଉ କେତେବେଳେ ନାଳ ଡେଇଁ ସେ ପହଞ୍ଚୁଛନ୍ତି ଲୋକଙ୍କ ପାଖରେ। ଆଉ ବାଣ୍ଟୁଛନ୍ତି କରୋନା ସଚେତନତାର ଅମୋଘ ମନ୍ତ୍ର। ଲୋକଙ୍କ ଜୀବନ ତାଙ୍କ ପାଇଁ ଅମୂଲ୍ୟ। ତା’ ଆଗରେ ନିଜ ଜୀବନ ଓ ପାରିପାର୍ଶ୍ବକ ପରିସ୍ଥିତି ତୁଚ୍ଛ । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଲାଠିଆଗୁଡ଼ାର ଲଳିତା ନାୟକଙ୍କୁ କରୋନାର ଦ୍ୱିତୀୟ ଲହର ବେଳେ ଯିଏ ଦେଖୁଛି, ସେ ଏକଥା କହିଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏବେ ରାଜ୍ୟର ସବୁ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦି ଏକାଠି | କରୋନା ଯୁଦ୍ଧରେ ଢାଲ ହୋଇ ଛିଡ଼ା ହୋଇଛନ୍ତି ନିଜ ନିଜ ଅଞ୍ଚଳ ପାଇଁ। ଏମିତି ଲଳିତା ବି ଜଣେ। ହେଲେ ଅନ୍ୟମାନଙ୍କଠାରୁ ସେ ନିଶ୍ଚିତ ଭାବେ ସାମାନ୍ୟ ଭିନ୍ନ। ଯାହାକି ତାଙ୍କୁ କରୋନା ଲଢ଼େର ଯୋଦ୍ଧା ଭାବେ ପରିଚିତି ଦେଉଛି | ବେଶୀ ପାଠ ପଢ଼ି ନ ଥିବା ଲଳିତାଙ୍କ ପାଇଁ କରୋନା ଯେତିକି ବଡ଼ ଆହ୍ବାନପୂର୍ଣ୍ଣ, ଡିଜିଟାଲ୍ ଗ୍ୟାଜେଟ୍ ବି ସେତିକି କଷ୍ଟଦାୟକ; ତଥାପି ସେ ହାରି ନାହାଁନ୍ତି। ନିଜ ଦାୟିତ୍ବରେ ଥିବା ଲାଠିଆଗୁଡା ଅଙ୍ଗନବାଡ଼ି କେନ୍ଦ୍ର ସହ ସେଣ୍ଟରଠାରୁ ଦୁଇ କିଲୋମିଟର ଦୂରରେ ଥିବା ଡେଙ୍ଗଫାଶୀ ସବ୍‌ସେଣ୍ଟରର ଦାୟିତ୍ୱ ବି ମୁଣ୍ଡାଇଛନ୍ତି। ପ୍ରତିଦିନ ଲୋକଙ୍କ ଘରକୁ ଘର ଯାଇ ଥର୍ମାଲ୍ ସ୍କାନିଂ କରିବା ସହ ଅମ୍ଳଜାନ ସ୍ତର ମାପୁଛନ୍ତି । ସାମାନ୍ୟ ଥଣ୍ଡାହର ହେଲେ ଲୋକେ କିପରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ ସେକଥା ବି ବୁଝୁଛନ୍ତି । ତାଙ୍କ ସଚେତନତା ଯୋଗୁଁ ଏବେଯାଏଁ କରୋନା ଛୁଇଁପାରିନି କେନ୍ଦ୍ର ଅଧୀନରେ ଥିବା ୮୦ ପରିବାରର ୪୦୦ରୁ ଅଧିକ ଲୋକଙ୍କୁ । କରୋନାର ହିତୀୟ ଲହର ଆରମ୍ଭରୁ ପ୍ରତିଦିନ କେନ୍ଦ୍ର ଅଧୀନରେ ଥିବା ଗାଁଲୋକଙ୍କ ଘରକୁ ଘର ଯାଇ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଦୁଇ କିଲୋମିଟର କଢା ରାସ୍ତାରେ ଯାଆନ୍ତି ସବ୍‌ସେଣ୍ଟରକୁ। ଚାଲି ଚାଲି ଗଲା ବେଳେ ପଣପାହାଡ଼ ଘେରା ରାସ୍ତା ସହ ନାଳକୁ ପରି ହେବାକୁ ପଡ଼େ ଲଳିତାଙ୍କୁ। କରୋନା କାମ ସହ ସେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଠିକ୍ ସମୟରେ ଶୁଖୁଲା ଖାଦ୍ୟ ଓ ଔଷଧ ଦେବା କାମ ବି କରିଥାନ୍ତି। ଅଙ୍ଗନବାଡି କେନ୍ଦ୍ରରୁ ଫେରି କୁନି କୁନି ପିଲାମାନେ କିପରି ଘରେ ଘରେ ଅରୁଣିମା ପାଠପଢ଼ା ସହ ଜଡ଼ିତ ହୋଇ ରହିପାରିବେ ସେଥପାଇଁ ଅଭିଭାବକମାନଙ୍କୁ ବୁଝାଇଥା’ନ୍ତି। କିଶୋରୀମାନଙ୍କ ପାଇଁ ଅବୈକା କାର୍ଯ୍ୟକ୍ରମ ସହ ବାଳିକା ଦିବସ ପାଳିଥା’ନ୍ତି। ଏହାସହ ସେ ପ୍ରତିଦିନ ୧୦ କିଲୋମିଟର ପାହାଡ଼ ଚଢ଼ି ମୋବାଇଲ୍ ପଏଣ୍ଟକୁ ଯାଇ ନିଜ କାମର ରିପୋର୍ଟ କରନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଲଳିତା କହନ୍ତି, ଏଠାରେ ଅଧିକାଂଶ ଲୋକ କନ୍ଧ ସମ୍ପ୍ରଦାୟର ହୋଇଥିବା ବେଳେ ପାରମ୍ପରିକ ଝଡ଼ାପୁଙ୍ଖାରେ ବିଶ୍ବାସ କରନ୍ତି । ଏମାନଙ୍କୁ ଟିକା ପାଇଁ ବୁଝାଇବା ଓ ଥଣ୍ଡା ଜ୍ବର ହେଲେ ଡାକ୍ତରଙ୍କ ପାଖକୁ ପଠାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ | ପାହାଡ଼ ଉପରେ ରହୁଥିବା କନ୍ଧ ସମ୍ପ୍ରଦାୟର ଲୋକମାନଙ୍କୁ ସିଧାସଳଖ ଝଡ଼ାପୁଙ୍କା ନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କହିଲେ ସେମାନେ ବିଦ୍ରୋହ କରିବେ । ତେଣୁ ସେମାନଙ୍କୁ ଟିକାକରଣ ପାଇଁ ବୁଝାଇବାକୁ ହେଲେ ଯାନୀ ଓ ଗାଁ ମୁରବୀମାନଙ୍କର ସହାୟତା ଲୋଡ଼ା ହେଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଲଳିତାଙ୍କ ବଡ଼ ଦୁଇ ପିଲା ଏବେ ନେଟ୍ୱର୍କ ସମସ୍ୟା ଯୋଗୁଁ ଭବାନୀପାଟଣାରେ ରହି ଅନ୍‌ଲାଇନ୍ କ୍ଲାସ୍ କରୁଥିବା ବେଳେ ପାଖରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା କୁନି ପୁଅ ଓ ସ୍ବାମୀ | ଏସବୁ ଭିତରେ ଲଳିତା ଉଭୟ ପରିବାର ଓ ସମାଜ ପାଇଁ ନିଜ ଦାୟିତ୍ୱ ସମ୍ପନ୍ନ କରି ପାରୁଥିବାରୁ ଆତ୍ମସନ୍ତୋଷ ମିଳୁଥିବା କହନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର