ବଢ଼ି ଚାଲିଛି ପିଆଜ ପାରଦ, କିଲୋ ପିଛା ୨୦ରୁ ଯାଇ ୭୫ଟଙ୍କାରେ ପହଞ୍ଚିଲାଣି

The Sakala Picture
Published On

ଭୁବନେଶ୍ୱର: ଖରା ତାତି ଭଳି ଦିନକୁ ଦିନ ବଢ଼଼ିଚାଲିଛି ପିଆଜର ପାରଦ। ଏବେ ପିଆଜ କାଟିଲେ ନୁହେଁ; କିଣିଲେ ଲୁହ ଗଡ଼଼ୁଛି। କାରଣ ଦୀର୍ଘ ଦିନ ଧରି ବେଲଗାମ୍‌‌ ଥିବା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ବଢ଼଼ି ବଢ଼଼ି ୭୫ ଟଙ୍କା ପର୍ଯ୍ୟନ୍ତ ପହଁଚିଲାଣି। ସହରରେ ଥିବା ଖୁଚୁରା ଦୋକାନୀ ପିଆଜ କିଲୋ ପିଛା ୬୫ରୁ ୭୫ଟଙ୍କା ମଧ୍ୟରେ ବିକ୍ରି କରୁଥିଲା ବେଳେ ଗାଁ ଗହଳିରେ ୭୫ ଟଙ୍କାରୁ ଟଙ୍କାଟିଏ ବି କମ୍‌‌ କରୁ […]

ଭୁବନେଶ୍ୱର: ଖରା ତାତି ଭଳି ଦିନକୁ ଦିନ ବଢ଼଼ିଚାଲିଛି ପିଆଜର ପାରଦ। ଏବେ ପିଆଜ କାଟିଲେ ନୁହେଁ; କିଣିଲେ ଲୁହ ଗଡ଼଼ୁଛି। କାରଣ ଦୀର୍ଘ ଦିନ ଧରି ବେଲଗାମ୍‌‌ ଥିବା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ବଢ଼଼ି ବଢ଼଼ି ୭୫ ଟଙ୍କା ପର୍ଯ୍ୟନ୍ତ ପହଁଚିଲାଣି। ସହରରେ ଥିବା ଖୁଚୁରା ଦୋକାନୀ ପିଆଜ କିଲୋ ପିଛା ୬୫ରୁ ୭୫ଟଙ୍କା ମଧ୍ୟରେ ବିକ୍ରି କରୁଥିଲା ବେଳେ ଗାଁ ଗହଳିରେ ୭୫ ଟଙ୍କାରୁ ଟଙ୍କାଟିଏ ବି କମ୍‌‌ କରୁ ନାହାନ୍ତି। ଆଳୁ ଭଳି ପିଆଳ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ସାଧାରଣଲୋକ ବର୍ଦ୍ଧିତ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ବେଲଗାମ୍‌‌ ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ଯୋଗାଣ ବିଭାଗ କେବଳ ଭୁବନେଶ୍ୱର ଓ କଟକ ଭଳି କିଛି ସହରରେ ଲୋକଙ୍କୁ ନାଫେଡ୍‌‌ ଜରିଆରେ କିଲୋ ପିଛା ୩୫ଟଙ୍କା ଦରରେ ୨ କିଲୋ ପିଆଜ ଧରାଇଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ବସିଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଆଳୁ ବେଳେ ମଧ୍ୟ ରାଜ୍ୟ ସରକାର ହାତକୁ ହାତ ବାନ୍ଧି ବସି ରହିଥିଲା ବେଳେ ଗଣାମାଧ୍ୟମ ସାମ୍ନାରେ ବୟାନବାଜି କରୁଥିଲେ। ପଶ୍ଚିମବଙ୍ଗ ଆଳୁ ନ ଦେବାରୁ ଆଳୁ ଦର ଆକାଶ ଛୁଅାଁ ହୋଇଗଲା। ସରକାର ରାଜ୍ୟକୁ ଆଳୁ ଆମଦାନି ବୃଦ୍ଧି ଓ ଦରଦାମ୍‌‌ ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶରୁ ଆରମ୍ଭ କରି ହିମାଞ୍ଚଳ ପ୍ରଦେଶ, ପଞ୍ଜାବରୁ ପର୍ଯ୍ୟନ୍ତ ବୁଲି ଆସିଲେ। ସବୁଦିନେ ନୂଆ ନୂଆ ବାହାନା ବନାଇଲେ। କ୍ୟାମେରା ସାମ୍ନାରେ ମାର୍କେଟ ବୁଲିବା ସହ ନାଫେଡ୍‌‌ କମ୍‌‌ ଟଙ୍କାରେ ଆଳୁ ଯୋଗାଇବ ବୋଲି ପ୍ରଚାର କରାଗଲା। ଶେଷକୁ ଟ୍ରେନ୍‌‌ରେ ୱାଗନ୍‌‌ ୱାଗନ୍‌‌ ଆଳୁ ଅଣାଯାଇ ଓଡ଼ିଶାକୁ ଆଳୁ ବଳକା ରାଜ୍ୟ କରାଯିବ। ଆମ ଲୋକଙ୍କ କେଜି ୨୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ ଏବଂ ପଡ଼ୋଶୀ ରାଜ୍ୟକୁ ବି ଆଳୁ ବିକ୍ରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଲେ। ହେଲେ ସରକାରଙ୍କ ସବୁ ପଦକ୍ଷେପ ଫେଲ୍‌‌ ମାରିବାରୁ ଦୀର୍ଘ ଦିନ ଧରି ଲୋକେ ଚଢ଼ା ଦରରେ ଆଳୁ କିଣିଲେ। କେଜି ୨୦ ଟଙ୍କାରେ ମିଳୁଥିବା ଆଳୁ ଶେଷକୁ ଯାଇ ୩୫ ଟଙ୍କାରେ ଅଟକିଗଲା। ଲୋକେ ଆଳୁ କଷ୍ଟ ଭୁଲି ନ ଥିଲା ବେଳେ ଏବେ ପିଆଜର ମହଙ୍ଗାମାଡ଼ ଗ୍ରାହକଙ୍କୁ ଆକ୍ତାମାତା କରି ଦେଲାଣି। ରାଜ୍ୟର ଦୈନିକ ପିଆଜ ଆବଶ୍ୟକତା ୧୫ଶହରୁ ୧୬ଶହ ଟନ୍‌‌ ମଧ୍ୟରେ ରହିଥାଏ। ଘରୋଇ ଉତ୍ପାଦନ ସହ ପିଆଜ ମୁଖ୍ୟତଃ ବେଙ୍ଗାଲୁରୁ, ନାସିକ ଏବଂ କର୍ଣ୍ଣୁଲରୁ ଆସିଥାଏ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ସେପଟେ ଆକାଶଛୁଆଁ ପିଆଜ ଦରକୁ ଲଗାମ୍‌‌ କଷିବା ପାଇଁ ସାମ୍ନାକୁ ଆସିଥିବା ସରକାରଙ୍କ ସଂକଟମୋଚକ ସଂସ୍ଥା ନାଫେଡ୍‌‌ ସହରଗୁଡ଼ିକରୁ ଏକ ପ୍ରକାର ଉଭାନ୍‌‌ ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଲୋକ ଦେଖାଣିଆ ଭ୍ୟାନ୍‌‌ ଛିଡ଼ା କରି ୩୫ ଟଙ୍କାରେ ପିଆଜ ବିକ୍ରି କରୁଛି। ପିଆଜ ଦର ତଳକୁ ଖସାଇବାକୁ ନାଫେଡ୍‌‌ର ଏହି ପଦକ୍ଷେପ କାମ କରୁନି। ପିଆଜ ଦର ତଳକୁ ଯିବା ବଦଳରେ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟ ସରକାର ଏବଂ ନାଫେଡ୍‌‌ର ଏଭଳି କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟ ମହାସଂଘ। ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବର୍ଷା ଯୋଗୁଁଁ ଅମଳ କମିଛି। ହେଲେ ଦର ନିୟନ୍ତ୍ରଣ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର ବାକ୍ୟବୀର ନ ହୋଇ କର୍ମବୀର ହୁଅନ୍ତୁ। ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ବେଳେ ନାଫେଡ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଅମଳ କମିଲେ, ଦର ବଢ଼଼ିଲେ, ନାଫେଡ୍‌‌ କମ୍‌‌ ଦରରେ ପିଆଜ ଯୋଗାଇବା କଥା; ହେଲେ ସେମିତି କିଛି ହେଉନାହିଁ। ଆମେ ବାରମ୍ୱାର ମନ୍ତ୍ରୀଙ୍କୁ ଭେଟି ସମସ୍ୟା କଥା କହିଲୁଣି; ହେଲେ ସରକାର ଆମ ପ୍ରତି ଧ୍ୟାନ ଦେବା ଭଳି ଲାଗୁନାହିଁ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ଅନ୍ୟପକ୍ଷରେ ବେଲଗାମ୍‌‌ ପିଆଜ ଦରକୁ ନେଇ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଅନବରତ ବର୍ଷା କାରଣରୁ ଫସଲ ହାନି ହୋଇଛି। ତେଣୁ ମାର୍କେଟକୁ କମ୍‌‌ ପିଆଜ ଆସୁଛି। ଖୁବ୍‌‌କମ୍‌‌ ଦିନ ଏଭଳି ସ୍ଥିତି ରହିବ

15 Oct 2024 By The Sakala

ବଢ଼ି ଚାଲିଛି ପିଆଜ ପାରଦ, କିଲୋ ପିଛା ୨୦ରୁ ଯାଇ ୭୫ଟଙ୍କାରେ ପହଞ୍ଚିଲାଣି

ଭୁବନେଶ୍ୱର: ଖରା ତାତି ଭଳି ଦିନକୁ ଦିନ ବଢ଼଼ିଚାଲିଛି ପିଆଜର ପାରଦ। ଏବେ ପିଆଜ କାଟିଲେ ନୁହେଁ; କିଣିଲେ ଲୁହ ଗଡ଼଼ୁଛି। କାରଣ ଦୀର୍ଘ ଦିନ ଧରି ବେଲଗାମ୍‌‌ ଥିବା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ବଢ଼଼ି ବଢ଼଼ି ୭୫ ଟଙ୍କା ପର୍ଯ୍ୟନ୍ତ ପହଁଚିଲାଣି। ସହରରେ ଥିବା ଖୁଚୁରା ଦୋକାନୀ ପିଆଜ କିଲୋ ପିଛା ୬୫ରୁ ୭୫ଟଙ୍କା ମଧ୍ୟରେ ବିକ୍ରି କରୁଥିଲା ବେଳେ ଗାଁ ଗହଳିରେ ୭୫ ଟଙ୍କାରୁ ଟଙ୍କାଟିଏ ବି କମ୍‌‌ କରୁ ନାହାନ୍ତି। ଆଳୁ ଭଳି ପିଆଳ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ସାଧାରଣଲୋକ ବର୍ଦ୍ଧିତ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ବେଲଗାମ୍‌‌ ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ଯୋଗାଣ ବିଭାଗ କେବଳ ଭୁବନେଶ୍ୱର ଓ କଟକ ଭଳି କିଛି ସହରରେ ଲୋକଙ୍କୁ ନାଫେଡ୍‌‌ ଜରିଆରେ କିଲୋ ପିଛା ୩୫ଟଙ୍କା ଦରରେ ୨ କିଲୋ ପିଆଜ ଧରାଇଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ବସିଯାଇଛି।

ଆଳୁ ବେଳେ ମଧ୍ୟ ରାଜ୍ୟ ସରକାର ହାତକୁ ହାତ ବାନ୍ଧି ବସି ରହିଥିଲା ବେଳେ ଗଣାମାଧ୍ୟମ ସାମ୍ନାରେ ବୟାନବାଜି କରୁଥିଲେ। ପଶ୍ଚିମବଙ୍ଗ ଆଳୁ ନ ଦେବାରୁ ଆଳୁ ଦର ଆକାଶ ଛୁଅାଁ ହୋଇଗଲା। ସରକାର ରାଜ୍ୟକୁ ଆଳୁ ଆମଦାନି ବୃଦ୍ଧି ଓ ଦରଦାମ୍‌‌ ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶରୁ ଆରମ୍ଭ କରି ହିମାଞ୍ଚଳ ପ୍ରଦେଶ, ପଞ୍ଜାବରୁ ପର୍ଯ୍ୟନ୍ତ ବୁଲି ଆସିଲେ। ସବୁଦିନେ ନୂଆ ନୂଆ ବାହାନା ବନାଇଲେ। କ୍ୟାମେରା ସାମ୍ନାରେ ମାର୍କେଟ ବୁଲିବା ସହ ନାଫେଡ୍‌‌ କମ୍‌‌ ଟଙ୍କାରେ ଆଳୁ ଯୋଗାଇବ ବୋଲି ପ୍ରଚାର କରାଗଲା। ଶେଷକୁ ଟ୍ରେନ୍‌‌ରେ ୱାଗନ୍‌‌ ୱାଗନ୍‌‌ ଆଳୁ ଅଣାଯାଇ ଓଡ଼ିଶାକୁ ଆଳୁ ବଳକା ରାଜ୍ୟ କରାଯିବ। ଆମ ଲୋକଙ୍କ କେଜି ୨୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ ଏବଂ ପଡ଼ୋଶୀ ରାଜ୍ୟକୁ ବି ଆଳୁ ବିକ୍ରି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଲେ। ହେଲେ ସରକାରଙ୍କ ସବୁ ପଦକ୍ଷେପ ଫେଲ୍‌‌ ମାରିବାରୁ ଦୀର୍ଘ ଦିନ ଧରି ଲୋକେ ଚଢ଼ା ଦରରେ ଆଳୁ କିଣିଲେ। କେଜି ୨୦ ଟଙ୍କାରେ ମିଳୁଥିବା ଆଳୁ ଶେଷକୁ ଯାଇ ୩୫ ଟଙ୍କାରେ ଅଟକିଗଲା। ଲୋକେ ଆଳୁ କଷ୍ଟ ଭୁଲି ନ ଥିଲା ବେଳେ ଏବେ ପିଆଜର ମହଙ୍ଗାମାଡ଼ ଗ୍ରାହକଙ୍କୁ ଆକ୍ତାମାତା କରି ଦେଲାଣି। ରାଜ୍ୟର ଦୈନିକ ପିଆଜ ଆବଶ୍ୟକତା ୧୫ଶହରୁ ୧୬ଶହ ଟନ୍‌‌ ମଧ୍ୟରେ ରହିଥାଏ। ଘରୋଇ ଉତ୍ପାଦନ ସହ ପିଆଜ ମୁଖ୍ୟତଃ ବେଙ୍ଗାଲୁରୁ, ନାସିକ ଏବଂ କର୍ଣ୍ଣୁଲରୁ ଆସିଥାଏ।

ସେପଟେ ଆକାଶଛୁଆଁ ପିଆଜ ଦରକୁ ଲଗାମ୍‌‌ କଷିବା ପାଇଁ ସାମ୍ନାକୁ ଆସିଥିବା ସରକାରଙ୍କ ସଂକଟମୋଚକ ସଂସ୍ଥା ନାଫେଡ୍‌‌ ସହରଗୁଡ଼ିକରୁ ଏକ ପ୍ରକାର ଉଭାନ୍‌‌ ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଲୋକ ଦେଖାଣିଆ ଭ୍ୟାନ୍‌‌ ଛିଡ଼ା କରି ୩୫ ଟଙ୍କାରେ ପିଆଜ ବିକ୍ରି କରୁଛି। ପିଆଜ ଦର ତଳକୁ ଖସାଇବାକୁ ନାଫେଡ୍‌‌ର ଏହି ପଦକ୍ଷେପ କାମ କରୁନି। ପିଆଜ ଦର ତଳକୁ ଯିବା ବଦଳରେ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟ ସରକାର ଏବଂ ନାଫେଡ୍‌‌ର ଏଭଳି କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟ ମହାସଂଘ। ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବର୍ଷା ଯୋଗୁଁଁ ଅମଳ କମିଛି। ହେଲେ ଦର ନିୟନ୍ତ୍ରଣ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ସରକାର ବାକ୍ୟବୀର ନ ହୋଇ କର୍ମବୀର ହୁଅନ୍ତୁ। ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ବେଳେ ନାଫେଡ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଅମଳ କମିଲେ, ଦର ବଢ଼଼ିଲେ, ନାଫେଡ୍‌‌ କମ୍‌‌ ଦରରେ ପିଆଜ ଯୋଗାଇବା କଥା; ହେଲେ ସେମିତି କିଛି ହେଉନାହିଁ। ଆମେ ବାରମ୍ୱାର ମନ୍ତ୍ରୀଙ୍କୁ ଭେଟି ସମସ୍ୟା କଥା କହିଲୁଣି; ହେଲେ ସରକାର ଆମ ପ୍ରତି ଧ୍ୟାନ ଦେବା ଭଳି ଲାଗୁନାହିଁ।

ଅନ୍ୟପକ୍ଷରେ ବେଲଗାମ୍‌‌ ପିଆଜ ଦରକୁ ନେଇ ପ୍ରତିକ୍ରିୟା ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଅନବରତ ବର୍ଷା କାରଣରୁ ଫସଲ ହାନି ହୋଇଛି। ତେଣୁ ମାର୍କେଟକୁ କମ୍‌‌ ପିଆଜ ଆସୁଛି। ଖୁବ୍‌‌କମ୍‌‌ ଦିନ ଏଭଳି ସ୍ଥିତି ରହିବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର