ଠାକୁରଙ୍କ ପ୍ରସାଦରେ ଅପମିଶ୍ରଣ: ବଳଦେବଜୀଉଙ୍କ ଘିଅର ମାନ ଯାଞ୍ଚ, ମା’ଶାରଳାଙ୍କ ପ୍ରସାଦରେ ନକଲି ଘିଅ !
କେନ୍ଦ୍ରାପଡ଼ା/ ଜଗତସିଂହପୁର: ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ହେଉଥିବା ପ୍ରସାଦରେ ନକଲି ଘିଅ ବ୍ୟବହାର ହେଉଥିବା ନେଇ ଅଭିଯୋଗ ଉଠିଛି। କେବଳ ପ୍ରସାଦରେ ବ୍ୟବହାର ହେଉଛି ତାହା ନୁହେଁ, ମନ୍ଦିର ଆଳତିଠାରୁ ଆରମ୍ଭ କରି ଭୋଗ ପର୍ଯ୍ୟନ୍ତ ଏହି ନକଲି ଘିଅ ବ୍ୟବହୃତ ହେଉଥିବା ନେଇ ଅଭିଯୋଗ ଉଠିବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଘିଅ ଯୋଗାଉଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। […]
କେନ୍ଦ୍ରାପଡ଼ା/ ଜଗତସିଂହପୁର: ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ହେଉଥିବା ପ୍ରସାଦରେ ନକଲି ଘିଅ ବ୍ୟବହାର ହେଉଥିବା ନେଇ ଅଭିଯୋଗ ଉଠିଛି। କେବଳ ପ୍ରସାଦରେ ବ୍ୟବହାର ହେଉଛି ତାହା ନୁହେଁ, ମନ୍ଦିର ଆଳତିଠାରୁ ଆରମ୍ଭ କରି ଭୋଗ ପର୍ଯ୍ୟନ୍ତ ଏହି ନକଲି ଘିଅ ବ୍ୟବହୃତ ହେଉଥିବା ନେଇ ଅଭିଯୋଗ ଉଠିବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ଘିଅ ଯୋଗାଉଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ଏମିତିକି ମନ୍ଦିରରେ ବ୍ୟବହୃତ ଘିଅର ମାନ ନେଇ ସେବାୟତ ନୃସିଂହ ପ୍ରସାଦ ପତ୍ରି ପ୍ରଶ୍ନ ଉଠାଇଛନ୍ତି। ଗୁରୁବାର ଦିନ ଦ୍ୱିପ୍ରହର ଧୂପ ପାଇଁ ପ୍ରସ୍ତୁତ ପ୍ରସାଦରେ ବ୍ୟବହାର ହୋଇଥିବା ଘିଅରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ନେଇ ସେ ଦେବୋତ୍ତର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଘିଅ ଟିଣରେ ପ୍ରସ୍ତୁତି ଏବଂ ଏକ୍ସପାରି ତାରିଖ ମଧ୍ୟ ଲେଖା ନଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ପାଇବା ପରେ ତୁରନ୍ତ ମହଜୁଦ ଥିବା ଘିଅ ମନ୍ଦିର କର୍ତ୍ତୃପକ୍ଷ ଫେରାଇ ନେଇଥିଲେ। ପରେ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ନୂଆ ଘିଅ ଯୋଗାଇ ଦିଆଯାଇଥିଲା। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସେବାୟତ ନୃସିଂହ ପ୍ରସାଦ ପତ୍ରି ଏବଂ ନିତ୍ୟାନନ୍ଦ ମହାନ୍ତି ତୁରନ୍ତ ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଅପରପକ୍ଷେ କଟକ ଦୁଗ୍ଧ ସଂଘ ପକ୍ଷରୁ ମନ୍ଦିର ପରିସରରେ ଗଚ୍ଛିତ ଥିବା ଘିଅ ଟିଣଗୁଡ଼ିକୁ ଯାଞ୍ଚ କରାଯାଇଛି। ଘିଅରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସେମାନେ ଅନୁଭବ କରିଥିଲେ। ଏହାକୁ ପରୀକ୍ଷା କରାଯିବା ପରେ ଘିଅରେ ଆଦ୍ରତା ଭାଗ ରହିଥିବାରୁ ଦୁର୍ଗନ୍ଧ ବାହାରୁଥିବା କଟକ ଦୁଗ୍ଧ ସଂଘର ମାର୍କେଟିଂ ଇନ୍ଚାର୍ଜ ଲିଙ୍ଗରାଜ ପରିଡ଼ା ଏକ ପ୍ରେସ୍ ବିବୃତିରେ କହିଛନ୍ତି।
ସେହପରି, ମା’ ଶାରଳାଙ୍କ ମନ୍ଦିରରେ ନକଲି ଓ ଅପମିଶ୍ରିତ ଘିଅର ବ୍ୟବହାର ନେଇ କିଛି ସେବାୟତ ଅଭିଯୋଗ କରିଥିଲେ। ରୋଷଶାଳାରେ ବ୍ୟବହୃତ ଘିଅର ମାନ ଠିକ୍ ନଥିବା ସେମାନେ ଲିଖିତ ଅଭିଯୋଗ ହେବା ପରେ ଆଜି ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜିଲ୍ଲା ଫୁଡ୍ ଇନ୍ସପେକ୍ଟର ମନ୍ଦିର ଗୋଦାମ ଗୃହ ଓ ରୋଷଶାଳା ଯାଞ୍ଚ କରି ଘିଅର ଦୁଇଟି ସାମ୍ପୁଲ ସଂଗ୍ରହ କରିବା ସହିତ ଅଭିଯୋଗକାରୀ ସୂପକାର ଓ ମନ୍ଦିର ଏକକ୍ଜିକ୍ୟୁଟିଭ୍ ଅଫିସରଙ୍କୁ ଏ ସମ୍ପର୍କ ପଚରାଉଚରା କରିଥିବା ଜଣାପଡ଼ିଛି। ଓମଫେଡ୍ ଲିଖିତ ୧୫ ଲିଟର ଘିଅ ଡବା ଉପରେ ସରକାରୀ ନିର୍ଦ୍ଧାରିତ ସୂଚନା ନଥିବା ବେଳେ କିପରି ବର୍ଷବର୍ଷ ଧରି ଏହା ବ୍ୟବହାର ହେଉଥିଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଫୁଡ୍ ଇନ୍ସପେକ୍ଟର ସମିତା ଦାସ କହିଛନ୍ତି ଯେ ଚଳିତ ମାସରେ ମା’ ଶାରଳାଙ୍କ ମନ୍ଦିରକୁ ୭ଟିଣ ଘିଅ ଆସିଥିଲା। ପ୍ରତି ଘିଅ ଡବା ୧୫ଲିଟର ଥିଲା। ଏବେ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଚାଲିଥିବା ସମୟରେ ଭୋଗ ପ୍ରସ୍ତୁତ ହେଉଛି। କଡ଼େଇରେ ଥିବା ଘିଅରୁ ରୋଷଘର ଧୂଆଁରେ ଭରିଯାଇଥିଲା। ବ୍ୟବହୃତ ଘିଅର ଗନ୍ଧ ଓ ରଙ୍ଗ ଭିନ୍ନ ଥିବା ଅଭିଯୋଗ ହୋଇଥିବାରୁ ରୋଷଘରେ ଖୋଲା ଥିବା ଟିଣରୁ ଏକ ସାମ୍ପୁଲ ଓ ଗୋଦାମ ଗୃହରେ ସିଲ ଥିବା ୧୫ଲିଟର ଘିଅ ଟିଣରୁ ଅନ୍ୟ ଏକ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ତେବେ ଯାଞ୍ଚ ସମୟରେ ଓମଫେଡ୍ ଘିଅ ଡବା ଉପରେ ବ୍ୟାଚ୍ ଓ ଲଟ୍ ନମ୍ୱର ନଥିଲା। ସେହିପରି ନିର୍ମାଣ ତାରିଖ ଓ ବ୍ୟବହାର ତାରିଖ ମଧ୍ୟ ଉଲ୍ଲେଖ ନଥିଲା। ଏ ସମ୍ପର୍କରେ ମନ୍ଦିର ପ୍ରଶାସକଙ୍କୁ ପଚାରିବାରୁ ସେ ଏହା ଜାଣି ନାହାନ୍ତି ବୋଲି କହିଥିଲେ। ସେହିପରି ଉକ୍ତ ଘିଅକୁ ତିର୍ତ୍ତୋଲ ଓମଫେଡରୁ କିଣାଯାଇଥିବା ମନ୍ଦିର ପ୍ରଶାସକ କହିଥିବା ବେଳେ ଯାଞ୍ଚ ରସିଦରୁ ଏହା କଟକ ମିଲ୍କ ୟୁନିୟନ ଲିମିଟେଡ୍, ମହାନଦୀ ବିହାର, କଟକରୁ ରସିଦ ପ୍ରାପ୍ତ ହୋଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ଘିଅ ନମୁନା ରିପୋର୍ଟ ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବୋରେ୍ଟୋରୀରୁ ଆସିବା ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି।