ଫିକା ପଡ଼ିଲା ନୂଆଦିଲ୍ଲୀ ସମ୍ମେଳନ: ଜୁଏଲଙ୍କ ନାଲିଆଖି, ନିବେଶକ ଜଳକା

The Sakala Picture
Published On

ଭୁବନେଶ୍ୱର: ଅତୀତରେ ନବୀନ ସରକାର ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ ନିବେଶକଙ୍କ ପାଇଁ ବିଛାଉଥିଲେ ‘ରେଡ୍‌ କାର୍ପେଟ’। ସ୍ୱତନ୍ତ୍ର ଶିଳ୍ପ ନୀତି, ଏକକ ବାତାୟନ, ଭୂ-ବ୍ୟାଙ୍କ ସ୍ଥାପନ ଦ୍ୱାରା ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଯାହା ଫଳରେ ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ନିବେଶକ ଆଗ୍ରହ ପ୍ରକାଶ କରୁଥିଲେ। ସେହି ଧାରାକୁ ବଜାୟ ରଖି ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ରାଜ୍ୟର ମୋହନ ସରକାର […]

ଭୁବନେଶ୍ୱର: ଅତୀତରେ ନବୀନ ସରକାର ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ ନିବେଶକଙ୍କ ପାଇଁ ବିଛାଉଥିଲେ ‘ରେଡ୍‌ କାର୍ପେଟ’। ସ୍ୱତନ୍ତ୍ର ଶିଳ୍ପ ନୀତି, ଏକକ ବାତାୟନ, ଭୂ-ବ୍ୟାଙ୍କ ସ୍ଥାପନ ଦ୍ୱାରା ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଯାହା ଫଳରେ ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ନିବେଶକ ଆଗ୍ରହ ପ୍ରକାଶ କରୁଥିଲେ। ସେହି ଧାରାକୁ ବଜାୟ ରଖି ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ରାଜ୍ୟର ମୋହନ ସରକାର ସ୍ୱପ୍ନ ଦେଖୁଛନ୍ତି। ଆସନ୍ତା ଜାନୁଆରୀ ମାସରେ ହେବାକୁଥିବା ‘ମେକ୍‌ ଇନ୍‌ ଓଡ଼ିଶା-ଉତ୍କର୍ଷ ଓଡ଼ିଶା’ ନିବେଶକ ସମ୍ମେଳନ ପାଇଁ ନୂଆଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିଛନ୍ତି। ମାତ୍ର ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଏକ ତାରକା ହୋଟେଲରେ ନିବେଶକ ସମ୍ମେଳନରେ ଘଟିଥିବା ଘଟଣା ଓଡ଼ିଶାରେ ନିବେଶଆଗ୍ରହୀ ନିବେଶକ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ନିରାଶ କରିଛି। ଫଳରେ ‘ମେକ୍‌ ଇନ୍‌ ଓଡ଼ିଶା-ଉତ୍କର୍ଷ ଓଡ଼ିଶା’ର ସାନ୍ଧ୍ୟ ଅଧିବେଶନଟି କେବଳ ନିରୁତ୍ସାହଜନକ ହୋଇନାହିଁ ବରଂ ଏପରି ସ୍ଥିତିରେ ଓଡ଼ିଶାରେ ନିବେଶ କରିବାକୁ କୌଣସି ବୃତ୍ତିଧାରୀ ନିବେଶକ ପସନ୍ଦ କରିବେ ନାହିଁ ବୋଲି କିଛି ନିବେଶକ ଖୋଲାଖୋଲି ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଗତକାଲି ସକାଳେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ପ୍ରଥମ ଅଧିବେଶନ ପରେ ସନ୍ଧ୍ୟାରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଆଲୋଚନା କାର୍ଯ୍ୟକ୍ରମ ରହିଥିଲା। ସମ୍ମେଳନରେ ଶାହୀ ଏକ୍ସପୋର୍ଟର ଅଧ୍ୟକ୍ଷ ହରିଶ ଆହୁଜା, ଡାଲମିଆ ଭାରତ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆଙ୍କ ସହ କିଛି ରାଷ୍ଟ୍ରାୟତ୍ତ ସଂସ୍ଥାର ମୁଖ୍ୟ ଓ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ସମ୍ମେଳନରେ ଯୋଗ ଦେବାପାଇଁ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ତେେବ କୌଣସି କାରଣବଶତଃ ଧର୍ମେନ୍ଦ୍ର ଓ ଅଶ୍ବିନୀ ଏହି ସମ୍ମେଳନରେ ଯୋଗ ଦେଇ ନ ଥିଲେ। ମାତ୍ର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ସମ୍ମେଳନରେ ଯେପରି ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ନିଶାଣ କଲେ ତାହା ରାଜ୍ୟରେ ନିବେଶ ରାସ୍ତାକୁ ବନ୍ଦ କରିଦେଇଥିବା କୁହାଯାଉଛି । ଜୁଏଲ୍‌ କହିଥିଲେ ଯେ, ରାଜ୍ୟକୁ ଶିଳ୍ପ ସ୍ଥାପନ ପ୍ରସ୍ତାବ ନେଇ ଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ କେବଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ ବା ବିଭାଗୀୟ ସଚିବଙ୍କୁ ଭେଟୁଛନ୍ତି। ଆମ ପରି ଜନପ୍ରତିନିଧିମାନଙ୍କୁ ମଧ୍ୟ ସେମାନେ ଭେଟୁ ନାହାନ୍ତି, ଗୁରୁତ୍ୱ ଦେଉ ନାହାନ୍ତି। ଏପରି ଚଳିବ ନାହିଁ। କମ୍ପାନୀମାନେ ନିଜ ଇଚ୍ଛା ଅନୁସାରେ କାରଖାନା ବସାଇବାକୁ ସ୍ଥାନ ବାଛି ପାରିବେ ନାହିଁ। ରାଜ୍ୟର ୫୮ ସବ୍‌ଡିଭିଜନରେ କେଉଁଠି କାରଖାନା ବସାଯିବ ତାହା ଆମେ କହିବୁ। ଆମର ଟର୍ମ କଣ୍ଡିସନ କମ୍ପାନୀମାନଙ୍କୁ ମାନିବାକୁ ପଡ଼ିବ। ତାହା ନ ହେଲେ ଯେତେ ବୁଝାମଣାପତ୍ର ସ୍ୱାକ୍ଷର କଲେ ବି କାରଖାନା ବସି ପାରିବ ନାହିଁ। ଅତୀତରେ ପୋସ୍କୋ କାରଖାନା ସ୍ଥାପନ ପାଇଁ ଓଡ଼ିଶା ସରକାର ବୁଝାମଣା କରିଥିଲେ, ମାତ୍ର ଆମେ ବିରୋଧ କରିବାରୁ କାରଖାନା ବସି ପାରିଲା ନାହିଁ; ତେଣୁ ଏହାକୁ ମନେ ରଖିବା ଆବଶ୍ୟକ। କମ୍ପାନୀଗୁଡ଼ିକ ସିଏସ୍‌ଆର୍‌ ପାଣ୍ଠି କେଉଁଠି ଖର୍ଚ୍ଚ କରିବେ ସେ ସମ୍ପର୍କରେ ଲୋକ ପ୍ରତିନିଧିଙ୍କୁ ଅବଗତ କରିବେ। ମୁଁ ଛଅଥର ସାଂସଦ, କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବରେ ଏଠାରେ ଉପସ୍ଥିତ ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋ’ ଠାରୁ ଯଥେଷ୍ଟ କନିଷ୍ଠ। ଏହା ମନେ ରଖିବା ଉଚିତ୍‌ ବୋଲି ଜୁଏଲ୍‌ ଶିଳ୍ପ ସଂସ୍ଥାଗୁଡ଼ିକୁ ଚେତାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଜୁଏଲଙ୍କ ବକ୍ତବ୍ୟ ପରେ ସମ୍ମେଳନରେ ଉପସ୍ଥିତ ନିବେଶକ, ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ମୁଖ୍ୟମାନେ ନିରାଶ ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଏପରି ମନୋଭାବ ଓଡ଼ିଶାରେ ନିବେଶର ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ଉପସ୍ଥିତ ନିବେଶକମାନେ ଏପରି ଅସ୍ଥିର ପରିବେଶରେ ନିବେଶ କରିବାକୁ ଅନାଗ୍ରହ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ଶିଳ୍ପ ସ୍ଥାପନ କ୍ଷେତ୍ରରେ ଅସ୍ଥିର ପରିବେଶ ସୃଷ୍ଟି କରିପାରେ ବୋଲି ଅନେକ ଶିଳ୍ପ ସଂସ୍ଥା ନିଜନିଜ ମଧ୍ୟରେ ଆଲୋଚନା କରୁଥିବା ମଧ୍ୟ ଦେଖାଯାଇଛି। ଏପରିକି କିଛି ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ରାତ୍ରିଭୋଜନରେ ଯୋଗ ନ ଦେଇ ସମ୍ମେଳନସ୍ଥଳରୁ ଚାଲି ଯାଇଥିଲେ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବକ୍ତବ୍ୟ ଅବସରରେ ପରିସ୍ଥିତିକୁ ସମ୍ଭାଳିନେବାକୁ ଉଦ୍ୟମ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ତାଙ୍କର ବଡ଼ଭାଇ ତୂଲ୍ୟ ଓ ଅତ୍ୟନ୍ତ ସ୍ପଷ୍ଟବାଦୀ ବୋଲି ଉଲ୍ଲେଖ କରି ପରିବେଶକୁ ହାଲୁକା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାଙ୍କର ଏହି ବକ୍ତବ୍ୟ ନିବେଶକଙ୍କ ମନରେ ସୃଷ୍ଟି ହୋଇଥିବା ଭୟକୁ କେତେ ପରିମାଣରେ ଦୂର କରିବାରେ ସମର୍ଥ ହୋଇଛି ତାହା ଜାନୁଆରୀରେ ହେବାକୁଥିବା ମେକ୍‌ ଇନ୍‌ ଓଡ଼ିଶା-ଉକ୍ରର୍ଷ ଓଡ଼ିଶା ସମ୍ମେଳନରେ ହିଁ ସ୍ପଷ୍ଟ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର