ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ଯକାଳ

The Sakala Picture
Published On

ଭୁବନେଶ୍ବର: ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ଯକାଳ । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ କାର୍ଯ୍ୟକାଳ ବଢାଯାଇଛି । ସୂଚନାଯୋଗ୍ୟ ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ […]

ଭୁବନେଶ୍ବର: ବଢିଲା ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ଯକାଳ । ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇଛନ୍ତି ରାଜ୍ୟ ସରକାର । ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ କାର୍ଯ୍ୟକାଳ ବଢାଯାଇଛି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ସୂଚନାଯୋଗ୍ୟ ଗତ ମାସରେ ପୁଲିସ ମହାନିର୍ଦ୍ଦେଶକ ଭାବେ ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଉଲ୍ଳେଖଯୋଗ୍ୟ, ହରିଆଣା କୈଥଲ ଜିଲା ବାସିନ୍ଦା ଯୋଗେଶ ବାହାଦୁର ଖୁରାନିଆ ୧୯୯୦ ମସିହାରେ ଆଇପିଏସ ପାଇଥିଲେ । ଓଡିଶା କ୍ୟାଡର ଚୟନ କରିଥିବା ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା , ମୟୂରଭଞ୍ଜ, ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ଡିଆଇଜି ପଦକୁ ପଦୋନ୍ନତି ପାଇ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ଯ୍ୟ କରିଥିଲେ। ଏହା ସହ ସେ ବିଜୁ ପଟ୍ଟନାୟକ ପେୁଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ କାର୍ଯ୍ୟ କରିଥିଲେ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ପୁଲିସ ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ହେଉଥିବା ଓ୍ବାଇ ବି ଖୁରାନିଆ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ବିଶେଷ କରି ମୟୁରଭଞ୍ଜ ଏସପି ଭାବେ କାର୍ଯ୍ୟକରୁଥିବା ସମୟରେ ସେ ବହୁଚର୍ଚ୍ଚିତ ଅଷ୍ଟ୍ରେଲିୟ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଧରିବାରେ ପ୍ରମୁଖ ଭୁମିକା ନେଇଥିଲେ । ସେହିଭଳି ଭାବେ ପୁଲିସ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ସେ ଟୁଇନ ସିଟିକୁ ଅପରାଧି ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ଏହି କ୍ରମରେ ଡି ବ୍ରଦର୍ସ , ଟିଟୋ, ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କ ଗ୍ୟାଙ୍ଗକୁ ସମୁଳେ ବିନାଶ ମଧ୍ୟ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର