ସଂସଦରେ ୱାକଫ ବିଲକୁ ଦୃଢ ବିରୋଧ କରିବ ବିଜେଡି: ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ୱାକଫ ବିଲକୁ ସଂସଦରେ ଦୃଢ ବିରୋଧ କରିବ ବିଜେଡି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଯୋଗଦେଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି- ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପ୍ରଥମ କାମ ବୋଲି କହିଛନ୍ତି ନବୀନ । ସେପଟେ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ […]

ଭୁବନେଶ୍ବର: ୱାକଫ ବିଲକୁ ସଂସଦରେ ଦୃଢ ବିରୋଧ କରିବ ବିଜେଡି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଯୋଗଦେଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି- ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପ୍ରଥମ କାମ ବୋଲି କହିଛନ୍ତି ନବୀନ । ସେପଟେ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ୱାକଫ ବିଲ ଆଣିବାକୁ ଏନଡିଏ ସରକାର ଉଦ୍ୟମ କରୁଛନ୍ତି । ହେଲେ ସଂସଦରେ ବିଲକୁ ବିଜେଡି କରିବ ବିରୋଧ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି । ବିଜେଡି ସଂଖ୍ୟଲଘୁ ସେଲ ବୈଠକରେ ଯୋଗଦେଇ ନବୀନ କହିଛନ୍ତି, ଏ ଦେଶ ଆମର, ଏ ମାଟି ଆମର । ଏ ଭାବନା ନେଇ ଗୌରବ ବୃଦ୍ଧି ପାଇଁ କାମ କରିବାକୁ ହେବ । ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ପଡିବ । କାର୍ଯ୍ୟକ୍ରମରେ ବୌଦ୍ଧ, ଶିଖ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ମିଛ କହି ଲୋକଙ୍କୁ ଭୁଆଁ ବୁଲାଇ ବିଜେପି ସରକାରକୁ ଆସିଛି । ବିଜେଡି ସବୁବେଳେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି । ବର୍ତ୍ତମାନର ସରକାର ଯେଉଁଭଳି ମନୋଭାବ ରଖୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଭାରତରେ ସବୁ ଧର୍ମର ଲୋକଙ୍କ ଅଧିକାର ରହିଥିବା ବେଳେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ସେ କହିଛନ୍ତି, ପ୍ରାର୍ଥନା ବେଳେ ଭଙ୍ଗାରୁଜା ହେଉଛି । ନମାଜ ପଢିବାକୁ ଦିଆଯାଉ ନାହିଁ। ଏହା କି ପ୍ରକାର ମାନସିକତା ? ବିଜୁ ବାବୁଙ୍କ ସମୟରୁ ଧର୍ମ ନିରପେକ୍ଷତାକୁ ବିଜେଡି ସମର୍ଥନ କରିଆସିଛି । ଓଡ଼ିଶାରେ ଶାନ୍ତିର ବାତାବରଣକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ସଂଖ୍ୟାଲଘୁ ସେଲର ସଦସ୍ଯମାନେ ଭାଇଚାରା ରକ୍ଷା କରିବାକୁ ପ୍ରସ୍ତାବ ପାସ୍ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଦଳର ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା, ସାଙ୍ଗଠନିକ ପ୍ରସଙ୍ଗ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କହିବା ସହ ଆଗକୁ ଲୋକଙ୍କ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

05 Sep 2024 By The Sakala

ସଂସଦରେ ୱାକଫ ବିଲକୁ ଦୃଢ ବିରୋଧ କରିବ ବିଜେଡି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ୱାକଫ ବିଲକୁ ସଂସଦରେ ଦୃଢ ବିରୋଧ କରିବ ବିଜେଡି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଯୋଗଦେଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି- ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପ୍ରଥମ କାମ ବୋଲି କହିଛନ୍ତି ନବୀନ । ସେପଟେ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ୱାକଫ ବିଲ ଆଣିବାକୁ ଏନଡିଏ ସରକାର ଉଦ୍ୟମ କରୁଛନ୍ତି । ହେଲେ ସଂସଦରେ ବିଲକୁ ବିଜେଡି କରିବ ବିରୋଧ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି । ବିଜେଡି ସଂଖ୍ୟଲଘୁ ସେଲ ବୈଠକରେ ଯୋଗଦେଇ ନବୀନ କହିଛନ୍ତି, ଏ ଦେଶ ଆମର, ଏ ମାଟି ଆମର । ଏ ଭାବନା ନେଇ ଗୌରବ ବୃଦ୍ଧି ପାଇଁ କାମ କରିବାକୁ ହେବ । ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ପଡିବ । କାର୍ଯ୍ୟକ୍ରମରେ ବୌଦ୍ଧ, ଶିଖ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ମିଛ କହି ଲୋକଙ୍କୁ ଭୁଆଁ ବୁଲାଇ ବିଜେପି ସରକାରକୁ ଆସିଛି । ବିଜେଡି ସବୁବେଳେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି । ବର୍ତ୍ତମାନର ସରକାର ଯେଉଁଭଳି ମନୋଭାବ ରଖୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଭାରତରେ ସବୁ ଧର୍ମର ଲୋକଙ୍କ ଅଧିକାର ରହିଥିବା ବେଳେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ସେ କହିଛନ୍ତି, ପ୍ରାର୍ଥନା ବେଳେ ଭଙ୍ଗାରୁଜା ହେଉଛି । ନମାଜ ପଢିବାକୁ ଦିଆଯାଉ ନାହିଁ। ଏହା କି ପ୍ରକାର ମାନସିକତା ? ବିଜୁ ବାବୁଙ୍କ ସମୟରୁ ଧର୍ମ ନିରପେକ୍ଷତାକୁ ବିଜେଡି ସମର୍ଥନ କରିଆସିଛି । ଓଡ଼ିଶାରେ ଶାନ୍ତିର ବାତାବରଣକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ସଂଖ୍ୟାଲଘୁ ସେଲର ସଦସ୍ଯମାନେ ଭାଇଚାରା ରକ୍ଷା କରିବାକୁ ପ୍ରସ୍ତାବ ପାସ୍ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଦଳର ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା, ସାଙ୍ଗଠନିକ ପ୍ରସଙ୍ଗ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କହିବା ସହ ଆଗକୁ ଲୋକଙ୍କ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର