କୋଭିଡ କଟକଣାକୁ ଫୁ; କଲେଜରେ ପରୀକ୍ଷା ଚାଲିଥିବା ବେଳେ ପ୍ରଶାସନର ଚଢ଼ାଉ, ୨୦ ହଜାର ଟଙ୍କା ଜୋରିମାନା

The Sakala Picture
Published On

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଝାଡେଶ୍ବର ଏଜୁକେଶନାଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଝାଡେଶ୍ବର ଯୁକ୍ତ ଦୁଇ କଲେଜରେ ଆଜି ଦୁଇଶହ ପାଖାପାଖି ଛାତ୍ରଛାତ୍ରୀ ଙ୍କୁ ନେଇ ପରୀକ୍ଷା ସହ ପ୍ରାକ୍ଟିକାଲ ଚାଲିଥିବା ବେଳେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗକୁ ଏପରି କୋଭିଡ ଆଇନ ଉଲଙ୍ଘନ କଲେ ଅନୁଷ୍ଠାନକୁ ସିଲ୍ କରାଯିବ ବୋଲି ତାଗିଦ କରାଯାଇଛି। ପ୍ରକାଶଯୋଗ୍ୟ […]

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଝାଡେଶ୍ବର ଏଜୁକେଶନାଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଝାଡେଶ୍ବର ଯୁକ୍ତ ଦୁଇ କଲେଜରେ ଆଜି ଦୁଇଶହ ପାଖାପାଖି ଛାତ୍ରଛାତ୍ରୀ ଙ୍କୁ ନେଇ ପରୀକ୍ଷା ସହ ପ୍ରାକ୍ଟିକାଲ ଚାଲିଥିବା ବେଳେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗକୁ ଏପରି କୋଭିଡ ଆଇନ ଉଲଙ୍ଘନ କଲେ ଅନୁଷ୍ଠାନକୁ ସିଲ୍ କରାଯିବ ବୋଲି ତାଗିଦ କରାଯାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ପ୍ରକାଶଯୋଗ୍ୟ ଯେ ଏହି କଲେଜରେ କୋଭିଡ ନିୟମକୁ ଉଲ୍ଲଂଘନ ପୂର୍ବକ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ନେଇ ରେମୁଣା ତହସିଲଦାର ମନୋଜ କୁମାର ସେନାପତିଙ୍କୁ ଖବର ମିଳିଥିଲା।ଖବର ପାଇବା ପରେ ପୁଲିସ ଉପସ୍ଥିତିରେ ତହସିଲଦାର ଶ୍ରୀ ସେନାପତି କଲେଜ ଉପରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ କଲେଜ ଭିତରେ ପରୀକ୍ଷା,ପ୍ରାକ୍ଟିକାଲ ଓ ଛାତ୍ରଛାତ୍ରୀଙ୍କ ରେକର୍ଡ ଜମା କାର୍ଯ୍ୟ ଚାଲୁଥିବାର ତହସିଲଦାର ଦେଖିବାକୁ ପାଇଥିଲେ। ଏହାପରେ ତହସିଲଦାରଙ୍କ ନିର୍ଦ୍ଦେଶରେ କଲେଜ ଭିତରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ବାହାରକୁ ପଠାଇ ଦିଆଯିବା ସହ କଲେଜ କର୍ତୁପକ୍ଷଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ଏଥି ସହ ଆଗକୁ ଏପରି କୋଭିଡ ଆଇନ ଉଲଙ୍ଘନ କଲେ କଲେଜକୁ ସିଲ୍ କରି ଦିଆଯିବ ବୋଲି ତାଗିଦ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

30 Jun 2021 By The Sakala

କୋଭିଡ କଟକଣାକୁ ଫୁ; କଲେଜରେ ପରୀକ୍ଷା ଚାଲିଥିବା ବେଳେ ପ୍ରଶାସନର ଚଢ଼ାଉ, ୨୦ ହଜାର ଟଙ୍କା ଜୋରିମାନା

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ଝାଡେଶ୍ବର ଏଜୁକେଶନାଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଝାଡେଶ୍ବର ଯୁକ୍ତ ଦୁଇ କଲେଜରେ ଆଜି ଦୁଇଶହ ପାଖାପାଖି ଛାତ୍ରଛାତ୍ରୀ ଙ୍କୁ ନେଇ ପରୀକ୍ଷା ସହ ପ୍ରାକ୍ଟିକାଲ ଚାଲିଥିବା ବେଳେ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଗକୁ ଏପରି କୋଭିଡ ଆଇନ ଉଲଙ୍ଘନ କଲେ ଅନୁଷ୍ଠାନକୁ ସିଲ୍ କରାଯିବ ବୋଲି ତାଗିଦ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି କଲେଜରେ କୋଭିଡ ନିୟମକୁ ଉଲ୍ଲଂଘନ ପୂର୍ବକ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ନେଇ ରେମୁଣା ତହସିଲଦାର ମନୋଜ କୁମାର ସେନାପତିଙ୍କୁ ଖବର ମିଳିଥିଲା।ଖବର ପାଇବା ପରେ ପୁଲିସ ଉପସ୍ଥିତିରେ ତହସିଲଦାର ଶ୍ରୀ ସେନାପତି କଲେଜ ଉପରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ କଲେଜ ଭିତରେ ପରୀକ୍ଷା,ପ୍ରାକ୍ଟିକାଲ ଓ ଛାତ୍ରଛାତ୍ରୀଙ୍କ ରେକର୍ଡ ଜମା କାର୍ଯ୍ୟ ଚାଲୁଥିବାର ତହସିଲଦାର ଦେଖିବାକୁ ପାଇଥିଲେ। ଏହାପରେ ତହସିଲଦାରଙ୍କ ନିର୍ଦ୍ଦେଶରେ କଲେଜ ଭିତରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ବାହାରକୁ ପଠାଇ ଦିଆଯିବା ସହ କଲେଜ କର୍ତୁପକ୍ଷଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ଏଥି ସହ ଆଗକୁ ଏପରି କୋଭିଡ ଆଇନ ଉଲଙ୍ଘନ କଲେ କଲେଜକୁ ସିଲ୍ କରି ଦିଆଯିବ ବୋଲି ତାଗିଦ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର