ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଉତ୍ସୁକତା ଯେତିକି ଦ୍ୱନ୍ଦ୍ୱ ବି ସେତିକି

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ହେବ। ଆସନ୍ତା ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ ଜନସାଧାରଣଙ୍କ ମଧ୍ୟରେ ଏକପ୍ରକାର ଉତ୍ସୁକତା ପ୍ରକାଶ ପାଇଛି। ରତ୍ନଭଣ୍ଡାର ଭିତରେ କି କି ରତ୍ନ ଅଳଙ୍କାର ରହିଛି, କେତେ ପରିମାଣର ରହିଛି ଏ ସବୁ ଜାଣିବା ପାଇଁ ଅନେକ ଚାହିଁ ରହିଛନ୍ତି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏବେ ବି ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏତେ କମ୍‌‌ ସମୟ […]

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ହେବ। ଆସନ୍ତା ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ ଜନସାଧାରଣଙ୍କ ମଧ୍ୟରେ ଏକପ୍ରକାର ଉତ୍ସୁକତା ପ୍ରକାଶ ପାଇଛି। ରତ୍ନଭଣ୍ଡାର ଭିତରେ କି କି ରତ୍ନ ଅଳଙ୍କାର ରହିଛି, କେତେ ପରିମାଣର ରହିଛି ଏ ସବୁ ଜାଣିବା ପାଇଁ ଅନେକ ଚାହିଁ ରହିଛନ୍ତି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏବେ ବି ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏତେ କମ୍‌‌ ସମୟ ମଧ୍ୟରେ ଖୋଲିବ କିପରି? ଯଦି ଖୋଲାଯିବ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କର ଦୁର୍ମୁଲ୍ୟ ରତ୍ନଅଳଙ୍କାରକୁ କେଉଁଠାକୁ ସ୍ଥାନାନ୍ତର କରାଯିବ? ତାହାର ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ଏମିତି ନାନା ପ୍ରକାର ଦ୍ୱନ୍ଦ୍ୱ ବି ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଧାର୍ଯ୍ୟ ତାରିଖରେ ହିଁ ଖୋଲିବ ରତ୍ନଭଣ୍ଡାର। ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ପରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସ୍ପଷ୍ଟ ବୋଲି କୁହାଯାଉଛି। ନୀତିକାନ୍ତି ସହ ଖାପଖୁଆଇ ନିଆଯିବ ନିଷ୍ପତ୍ତି। ଧାର୍ଯ୍ୟ ତାରିଖରେ ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ଚାବି କାମ କରୁ କି ନ କରୁ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ତଦାରଖ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌‌ ବିଶ୍ୱନାଥ ରଥ। ଅପରପକ୍ଷେ ରତ୍ନଅଳଙ୍କାରର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ। ନୀତିକାନ୍ତିରେ ବ୍ୟାଘାତ ନ କରି ରତ୍ନ ଅଳଙ୍କାରକୁ ସୁରକ୍ଷିତ ରଖି ରତ୍ନଭଣ୍ଡାର ଖୋଲିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷା ଆଗ। ଏହି ରତ୍ନ ଅଳଙ୍କାରକୁ ବାହାରକୁ ନ କାଢି ଭିତରକାଠ ପାଖରେ ଥିବା ଚାଙ୍ଗଡ଼ା ଘରେ ରଖାଯାଉ। ଯଦି ସେଠାରେ ନ ରଖି ବାହାରକୁ ଆସେ ତେବେ ଏହାର ପ୍ରତିବାଦ କରିବୁ। ଏମାର ମଠରୁ ବାହାରିଥିବା ରୁପା ଇଟା ଇଟା ଭଳି ମହାପ୍ରଭୁଙ୍କ ରତ୍ନଅଳଙ୍କାର ନେଇ ଯଦି କେଉଁଠି ରଖିଲେ ଏବଂ ଏହାକୁ ନେଇ କେହି ଜନସ୍ୱାର୍ଥ ମାମଲା ରୁଜୁ କରେ ତେବେ ଏହାର ଫେରିବା ଅନିଶ୍ଚିତ ହୋଇଯିବ। ଚାଙ୍ଗଡା ଘରେ ରହିଲେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ରହିବ ବୋଲି କହିଛନ୍ତି ଶ୍ରୀ ଦାସ ମହାପାତ୍ର।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର