ଓଡିଆରେ ପଢ଼ାହେବ ଡାକ୍ତରୀ ପାଠ, ଗଠନ ହେଲା ୨୨ ଜଣିଆ ସ୍ୱତନ୍ତ୍ର କମିଟି

The Sakala Picture
Published On

ଭୁବନେଶ୍ୱର: ଓଡିଆ ଭାଷାରେ ପଢ଼଼ା ହେବ ଡାକ୍ତରୀ ପାଠ। ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକର ଓଡିଆ ଅନୁବାଦ କରାଯିବ। ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି। ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]

ଭୁବନେଶ୍ୱର: ଓଡିଆ ଭାଷାରେ ପଢ଼଼ା ହେବ ଡାକ୍ତରୀ ପାଠ। ଏଥିପାଇଁ ଡାକ୍ତରୀ ପାଠ୍ୟ ପୁସ୍ତକର ଓଡିଆ ଅନୁବାଦ କରାଯିବ। ଏହା ସହିତ ଅନ୍ୟାନ୍ୟ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ପାଇଁ ଆଜି ରାଜ୍ୟ ସରକାର ୨୨ ଜଣିଆ କମିଟି ଗଠନ କରିଛନ୍ତି। ଏହି କାମ ପାଇଁ କେତେ ପାଣ୍ଠି ଆବଶ୍ୟକ ଏବଂ କେତେଦିନ ଭିତରେ ଏମ୍‌‌ବିବିଏସ୍‌‌ ପାଠ୍ୟ ପୁସ୍ତକର ଅନୁବାଦ କାର୍ଯ୍ୟ ଶେଷ ହେବ ତାହା ଉକ୍ତ କମିଟି ଧାର୍ଯ୍ୟ କରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଓୟୁଏଚ୍‌‌ଏସ୍‌‌)ର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ। ଏହି କମିଟିରେ ଏମ୍‌‌ସ ଭୁବନେଶ୍ୱର, ଏସ୍‌‌ସିବି ମେଡିକାଲ କଲେଜ ସମେତ ବିଭିନ୍ନ ମେଡିକାଲ କଲେଜର ପ୍ରାଧ୍ୟାପକଙ୍କ ସମେତ ଓଡ଼ିଶା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ସଦସ୍ୟ ରହିଛନ୍ତି। ଆଗାମୀ ୧୫ ଦିନ ଭିତରେ ଏହି କମିଟି ସ୍ୱାସ୍ଥ୍ୟ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଜାତୀୟ ଶିକ୍ଷା ନୀତି ବିରୋଧରେ ଯାଇ ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି ୨୦୨୧ ସେପ୍ଟେମ୍ବର ମାସରେ ନ୍ୟାସନାଲ ମେଡିକାଲ କାଉନସିଲ (ଏନ୍‌‌ଏମ୍‌‌ସି) ସ୍ପଷ୍ଟ କରିଥିଲା। ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଶିକ୍ଷାଦାନ ପାଇଁ ନିୟମରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଏନ୍‌‌ଏମ୍‌‌ସି କହିଥିଲା। ଡାକ୍ତରୀ ଓ ପାରାମେଡିକାଲ ପାଠ୍ୟକ୍ରମରେ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସରକାର ଘୋଷଣା କରିବା ପରିପ୍ରେକ୍ଷୀରେ ଏନ୍‌‌ଏମ୍‌‌ସି ଏହି ସ୍ପଷ୍ଟିକରଣ ଜାରି କରିଥିଲା। ତେବେ ଚଳିତ ବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଆସିଥିବା ପ୍ରସ୍ତାବ ଅନୁସାରେ ଡାକ୍ତରୀ ଶିକ୍ଷା, ବିଜ୍ଞାନ ଓ ବୈଷୟିକ ପାଠ୍ୟକ୍ରମ ଓଡିଆ ଭାଷାରେ ପ୍ରଚଳନ ପାଇଁ ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। ଅଭିଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଇଂରାଜୀ ହେଉଛି ଅନ୍ତର୍ଜାତୀୟ ଭାଷା ଏବଂ ଏହି ଭାଷାରେ ଶିକ୍ଷାଗ୍ରହଣ ଜରୁରୀ। କିନ୍ତୁ ଋଷ, ଚୀନ ଭଳି ରାଷ୍ଟ୍ରରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ହେଉଛି ଏବଂ ସେହି ଭାଷାରେ ପାଠ ପଢ଼଼ି ବହୁତ ଭଲ ଡାକ୍ତର ବାହାରୁଛନ୍ତି। ତେଣୁ ଓଡିଆ ଭାଷାରେ ଡାକ୍ତରୀ ଶିକ୍ଷାଦାନ ହେଲେ ସମସ୍ୟା କିଛି ନାହିଁ। ଆମ ଭାଷାର ପ୍ରଚାର ପ୍ରସାର ହେବା ସହିତ ଏହା ଅଧିକ ରୁଦ୍ଧିମନ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର