ଭାରତର ବିଶ୍ୱକପ ବିଜୟରେ ସମସ୍ତେ ଖୁସ୍‌, ରୋହିତ ବାହିନୀକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ବାର୍ବାଡୋସ: ୱେଷ୍ଟଇଣ୍ଡିଜ୍‌ର ବାର୍ବାଡୋସ ଦ୍ୱୀପପୁଞ୍ଜ ଅନ୍ତର୍ଗତ ବ୍ରିଜ୍‌ଟାଉନର କେନିସଙ୍ଗଟନ ଓଭାଲରେ ଶନିବାର ଅନୁଷ୍ଠିତ ୨୦୨୪ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଭାରତ ଚାମ୍ପିଅନ ହୋଇଛି। ଭାରତର ଏହି ଟାଇଟଲ ବିଜୟରେ ସମସ୍ତେ ଖୁସି ହୋଇଛନ୍ତି। ଏହି ବିଶ୍ୱକପ୍‌ର ଆୟୋଜକ, ପ୍ରାୟୋଜକ, ବିଜ୍ଞାପନଦାତା, ବିସିସିଆଇ ଓ ଆଇସିସିର କର୍ମକର୍ତ୍ତା, ସମର୍ଥକ, ପ୍ରଶଂସକ ଓ କ୍ରିକେଟ ଖେଳକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିବିଶେଷ ଖୁସି ହୋଇଛନ୍ତି। ଟି-୨୦ ବିଶ୍ୱକପ ବିଜୟ ପରେ ଟିମ୍ […]

ବାର୍ବାଡୋସ: ୱେଷ୍ଟଇଣ୍ଡିଜ୍‌ର ବାର୍ବାଡୋସ ଦ୍ୱୀପପୁଞ୍ଜ ଅନ୍ତର୍ଗତ ବ୍ରିଜ୍‌ଟାଉନର କେନିସଙ୍ଗଟନ ଓଭାଲରେ ଶନିବାର ଅନୁଷ୍ଠିତ ୨୦୨୪ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଭାରତ ଚାମ୍ପିଅନ ହୋଇଛି। ଭାରତର ଏହି ଟାଇଟଲ ବିଜୟରେ ସମସ୍ତେ ଖୁସି ହୋଇଛନ୍ତି। ଏହି ବିଶ୍ୱକପ୍‌ର ଆୟୋଜକ, ପ୍ରାୟୋଜକ, ବିଜ୍ଞାପନଦାତା, ବିସିସିଆଇ ଓ ଆଇସିସିର କର୍ମକର୍ତ୍ତା, ସମର୍ଥକ, ପ୍ରଶଂସକ ଓ କ୍ରିକେଟ ଖେଳକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିବିଶେଷ ଖୁସି ହୋଇଛନ୍ତି। ଟି-୨୦ ବିଶ୍ୱକପ ବିଜୟ ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ବିଭିନ୍ନ ନେତାମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋହିତ ବାହିନୀକୁ ଶୁଭେଛା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଭାରତୀୟ କ୍ରିକେଟ ଦଳ ଦେଶକୁ ଗର୍ବିତ କରିଛି: ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଚାମ୍ପିଅନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ‘କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ। ଭାରତୀୟ ଦଳ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରି ଆଜି ସମଗ୍ର ଦେଶକୁ ଗର୍ବିତ କରିଛି। ସାବାସ୍‌ ଚାମ୍ପିଅନ।’

30 Jun 2024 By The Sakala

ଭାରତର ବିଶ୍ୱକପ ବିଜୟରେ ସମସ୍ତେ ଖୁସ୍‌, ରୋହିତ ବାହିନୀକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାର୍ବାଡୋସ: ୱେଷ୍ଟଇଣ୍ଡିଜ୍‌ର ବାର୍ବାଡୋସ ଦ୍ୱୀପପୁଞ୍ଜ ଅନ୍ତର୍ଗତ ବ୍ରିଜ୍‌ଟାଉନର କେନିସଙ୍ଗଟନ ଓଭାଲରେ ଶନିବାର ଅନୁଷ୍ଠିତ ୨୦୨୪ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଭାରତ ଚାମ୍ପିଅନ ହୋଇଛି। ଭାରତର ଏହି ଟାଇଟଲ ବିଜୟରେ ସମସ୍ତେ ଖୁସି ହୋଇଛନ୍ତି। ଏହି ବିଶ୍ୱକପ୍‌ର ଆୟୋଜକ, ପ୍ରାୟୋଜକ, ବିଜ୍ଞାପନଦାତା, ବିସିସିଆଇ ଓ ଆଇସିସିର କର୍ମକର୍ତ୍ତା, ସମର୍ଥକ, ପ୍ରଶଂସକ ଓ କ୍ରିକେଟ ଖେଳକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିବିଶେଷ ଖୁସି ହୋଇଛନ୍ତି। ଟି-୨୦ ବିଶ୍ୱକପ ବିଜୟ ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ବିଭିନ୍ନ ନେତାମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋହିତ ବାହିନୀକୁ ଶୁଭେଛା ଜଣାଇଛନ୍ତି ।

ଭାରତୀୟ କ୍ରିକେଟ ଦଳ ଦେଶକୁ ଗର୍ବିତ କରିଛି: ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଚାମ୍ପିଅନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ‘କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ। ଭାରତୀୟ ଦଳ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରି ଆଜି ସମଗ୍ର ଦେଶକୁ ଗର୍ବିତ କରିଛି। ସାବାସ୍‌ ଚାମ୍ପିଅନ।’

https://www.thesakala.in/latest-odisha-news/pm-modi-and-ex-cm-naveen-patnaik-greets-team-india-for-win-t20-world-cup/article-33282
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର