ରାତିରେ ହୋଟେଲରେ, ସନ୍ଧ୍ୟାରେ ଖଟିରେ ହେବ ଚଢାଉ: ଡିସିପି ପ୍ରତୀକ ସିଂହ

The Sakala Picture
Published On

ଭୁବନେଶ୍ବର: ରାତିରେ ହୋଟେଲରେ ଚଢ଼ାଉ, ସନ୍ଧ୍ୟାରେ ଖଟିରେ। ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି। ପ୍ରତ୍ୟେକ ଥାନାର ବଛାବଛା ଅଫିସର, ପିଓପିଡି ଓ ଟୀମ-୬୦ର ମିଳିତ ପ୍ରୟାସରେ ତଥା ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ […]

ଭୁବନେଶ୍ବର: ରାତିରେ ହୋଟେଲରେ ଚଢ଼ାଉ, ସନ୍ଧ୍ୟାରେ ଖଟିରେ। ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି। ପ୍ରତ୍ୟେକ ଥାନାର ବଛାବଛା ଅଫିସର, ପିଓପିଡି ଓ ଟୀମ-୬୦ର ମିଳିତ ପ୍ରୟାସରେ ତଥା ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି,ଆଡା ତଥା ଯାନବାହାନ ଯାଞ୍ଚ କରାଯାଇଛି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା, ମଞ୍ଚେଶ୍ୱର ଥାନା, ନୟାପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ବଡଗଡ ଥାନା, ନନ୍ଦନକାନନ ଥାନା, ଚନ୍ଦ୍ରଶେଖରପୁର ଥାନା, ଇନ୍ଫୋସିଟି ଥାନା ଏବଂ ଏୟାରପୋର୍ଟ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଏହି ଧରପଗଡ ଅଭିଯାନ ସମୟରେ ମୋଟ ୧୦୫ ଜଣ ନିୟମ ଖିଲାଫ କାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଓ କୋଟପା ଆଇନ ଅନୁଯାଇ ମୋଟ ୫୧,୭୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି। ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

27 Jun 2024 By The Sakala

ରାତିରେ ହୋଟେଲରେ, ସନ୍ଧ୍ୟାରେ ଖଟିରେ ହେବ ଚଢାଉ: ଡିସିପି ପ୍ରତୀକ ସିଂହ

ଭୁବନେଶ୍ବର: ରାତିରେ ହୋଟେଲରେ ଚଢ଼ାଉ, ସନ୍ଧ୍ୟାରେ ଖଟିରେ। ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି। ପ୍ରତ୍ୟେକ ଥାନାର ବଛାବଛା ଅଫିସର, ପିଓପିଡି ଓ ଟୀମ-୬୦ର ମିଳିତ ପ୍ରୟାସରେ ତଥା ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି,ଆଡା ତଥା ଯାନବାହାନ ଯାଞ୍ଚ କରାଯାଇଛି।

ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା, ମଞ୍ଚେଶ୍ୱର ଥାନା, ନୟାପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ବଡଗଡ ଥାନା, ନନ୍ଦନକାନନ ଥାନା, ଚନ୍ଦ୍ରଶେଖରପୁର ଥାନା, ଇନ୍ଫୋସିଟି ଥାନା ଏବଂ ଏୟାରପୋର୍ଟ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା ।

ଏହି ଧରପଗଡ ଅଭିଯାନ ସମୟରେ ମୋଟ ୧୦୫ ଜଣ ନିୟମ ଖିଲାଫ କାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଓ କୋଟପା ଆଇନ ଅନୁଯାଇ ମୋଟ ୫୧,୭୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି। ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର