ଛତିଶଗଡ ବିଜାପୁରରେ ବଡ଼ଧରଣର ଏନକାଉଣ୍ଟର, ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ

The Sakala Picture
Published On

ମାଲକାନଗିରି: ବିଜାପୁର ପୋଲିସ ଏବଂ ସିଆର୍‌ପିଏଫ୍ କୋବ୍ରା ଯବାନଙ୍କୁ ବଡ଼ ସଫଳତା । ଛତିଶଗଡ ବିଜାପୁରରେ ଯବାନଙ୍କ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ । ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛି ଏହି ଏନ୍‌କାଉଣ୍ଟର। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଏହି ଅପେରସନରେ ପ୍ରାୟ ୧୨ଶହ ଯବାନ ସାମିଲ ହୋଇଥିବା ସୂଚନା ମିଳିଛି । ପିଡ଼ିଆ […]

ମାଲକାନଗିରି: ବିଜାପୁର ପୋଲିସ ଏବଂ ସିଆର୍‌ପିଏଫ୍ କୋବ୍ରା ଯବାନଙ୍କୁ ବଡ଼ ସଫଳତା । ଛତିଶଗଡ ବିଜାପୁରରେ ଯବାନଙ୍କ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ । ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛି ଏହି ଏନ୍‌କାଉଣ୍ଟର। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଏହି ଅପେରସନରେ ପ୍ରାୟ ୧୨ଶହ ଯବାନ ସାମିଲ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ପିଡ଼ିଆ ଜଙ୍ଗଲରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ। ବିଶେଷ ସୂତ୍ରରୁ ଖବର ପାଇବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁର ଆଦି ତିନି ଜିଲ୍ଲାର ପୁଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ। ବସ୍ତର ପୁଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ସେହିଭଳି ତିନି ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏହି ଅପରେସନ ଉପରେ ନଜର ରଖିଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସୂଚନାଯୋଗ୍ୟ, ଗତମାସ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା କରିଥିବା ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ସୁରକ୍ଷା ବାହିନୀ। ଏନ୍‌କାଉଣ୍ଟରରେ କାଙ୍କେର ଜିଲ୍ଲା ଛୋଟେବେଠିଆ ଥାନା ଅନ୍ତର୍ଗତ ହାପା‌ଟୋଲା ଜଙ୍ଗଲରେ ୨୯ ମାଓବାଦୀ ପ୍ରାଣ ହରାଇଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର