ନୂଆ ଉତ୍କର୍ଷ ଛୁଇଁବ ଓଡ଼ିଶାର କଳା, ସଂସ୍କୃତି, ଭାଷା ଓ ପରମ୍ପରା, ପ୍ରଦାନ କରାଯିବ କଳିଙ୍ଗଶ୍ରୀ ଓ କଳିଙ୍ଗଭୂଷଣ ପୁରସ୍କାର

The Sakala Picture
Published On

ଭୁବନେଶ୍ବର : ଗତକାଲି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ବିଜେଡିର ଏହି ଇସ୍ତାହାର ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଏଥି ସହିତ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି […]

ଭୁବନେଶ୍ବର : ଗତକାଲି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ବିଜେଡିର ଏହି ଇସ୍ତାହାର ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଏଥି ସହିତ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ଆହୁରି ଆଗକୁ ନେବାକୁ ପ୍ରାଧ୍ୟାନ୍ୟ ଦିଆଯିବ। ଯାହାକୁ ନେଇ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ବିସୃତ ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି  ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର କଳା, ସଂସ୍କୃତି, ଭାଷା ଓ ପରମ୍ପରା ନୂଆ ଉତ୍କର୍ଷ ଛୁଇଁବ। ଓଡ଼ିଶାର ଐତିହ୍ୟ ଆହୁରି ସମୃଦ୍ଧ ହେବ। ଓଡ଼ିଶାର ଯୁବତୀମାନେ ନିଜର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବେ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢ଼଼ିବା ପାଇଁ ସକ୍ଷମ ହେବେ। ଏଥିପାଇଁ ବିଜେଡି ଘୋଷଣାପତ୍ରରେ ଦିଆଯାଇଛି ନିର୍ଭର ପ୍ରତିଶ୍ରୁତି। ଓଡ଼ିଶାର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନ ଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍‌‌ ବିକାଶ ପାଣ୍ଠି ଭାବେ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର କର୍ପସ୍‌‌ ପାଣ୍ଠି ଗଠନ କରାଯିବ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସେହିପରି ଶାସ୍ତ୍ରୀୟ ଭାଷା ଭାବେ ଓଡ଼ିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ହେବ। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆର ପ୍ରଚାର, ପ୍ରସାର ଓ ଗବେଷଣା ପାଇଁ ଟଙ୍କାଟିଏ ବି ମିଳି ନାହିଁ। ଆମେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଉ। ହୋ, ମୁଣ୍ଡାରୀ, ଭୂମିଜଙ୍କୁ ସମ୍ବିଧାନର ୮ମ କାର୍ଯ୍ୟସୂଚୀରେ ସ୍ଥାନ ଦେବା ପାଇଁ କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରିବ ବିଜେଡି ସରକାର।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଅନୁରୂପ ଭାବରେ ପଶ୍ଚିମ ଓଡ଼ିଶା ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍‌‌ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ଓଡ଼ିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ।

ଏଥି ସହିତ ଦେଶରେ ଯେପରି ପଦ୍ମଶ୍ରୀ, ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି, ସେହିପରି ରାଜ୍ୟରେ ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗ ଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇ ଦିଆଯିବ। ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର