ଟିକାକରଣକୁ ଗୁରୁତ୍ୱ ଦେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ନିଷ୍ପତ୍ତି: ଟିକା ନେଇ ନଥିଲ ଦୋକାନ ଖୋଲିବା ମନା

The Sakala Picture
Published On

ବ୍ରହ୍ମପୁର: ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଜିଲ୍ଲାର ସମସ୍ତ ଦୋକାନ, ଭେଣ୍ଡର ଏବଂ ଅନ୍ୟାନ୍ୟ ସମସ୍ତ ବୄତ୍ତିଧାରୀଙ୍କୁ ଅନୁରାଧ କରାଯାଉଛି ଯେ ଦୋକାନରୁ ସାମଗ୍ରୀ ଆଣିବା ସମୟରେ କୋଭିଡ ଭ୍ୟାକସିନେସନ ସାର୍ଟିଫିକେଟ ( […]

ବ୍ରହ୍ମପୁର: ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ


ସେ କହିଛନ୍ତି ଯେ, ଜିଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟକା ଦିଆଯିବ। ଏଥିସହିତ ବୃହତ ବଜାର ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥବା ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକାକରଣ କରାଯିବ। ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ ଦୋକାନରେ କାର୍ୟ୍ୟରତ କର୍ମଚାରୀଙ୍କୁ ଟିକା ଦେଇ ସେ ସମ୍ପର୍କି ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ, ଯଦ୍ଦ୍ୱାରା ଗ୍ରାହକମାନେ ଉକ୍ତ ଦୋକାନୀ ଟିକା ନେଇଥିବା ଜାଣିପାରିବେ। ଯଦି ଦୋକାନ ଟିକା ନେଇନଥିବେ ଏବଂ ତତ୍‍ ସମ୍ପର୍କିତ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ପ୍ରଦର୍ଶନ ନକରିବେ ତେବେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଜିଲାରେ ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବାକୁ ଜିଲାପାଳ ସୋମବାର ଅନୁଷ୍ଠିତ କୋଭିଡ ପରିଚାଳନା ଭିଡିଓ କନଫରେନ୍ସିଂରେ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର