କୋଭିଡ୍‌ ଭ୍ୟାକ୍ସିନ କାମ ଦେଉଛି କି ନାହିଁ କରାଯିବ ତର୍ଜମା

The Sakala Picture
Published On

ଭୁବନେଶ୍ୱର: ଆନାଲିସିସ ନ ସରିବା ଯାଏଁ ଭ୍ୟାକ୍ସିନ କେତେ କାମ କରୁଛି, ତାହା କୁହାଯାଇ ପାରିବ ନାହିଁ। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଶରୀରରେ କରୋନା ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ । ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏହି […]

ଭୁବନେଶ୍ୱର: ଆନାଲିସିସ ନ ସରିବା ଯାଏଁ ଭ୍ୟାକ୍ସିନ କେତେ କାମ କରୁଛି, ତାହା କୁହାଯାଇ ପାରିବ ନାହିଁ। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଶରୀରରେ କରୋନା ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ । ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ତେବେ ସବୁ ଟିକାର ପ୍ରୋଟେକ୍ସନ ୭୧ରୁ ୯୧% ରହୁଛି । ସେପଟେ ଯେଉଁ ଜିଲ୍ଲାରେ ଏବେ ଅଧିକ ସଂକ୍ରମଣ ରହିଛି ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେଜି ।

ଆହୁରି ପଢ଼ନ୍ତୁ: ରଥାରୁଢ଼ ମହାପ୍ରଭୁଙ୍କୁ ଦେଖିବାକୁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଜାମ୍, ଟ୍ରାଫିକ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ

ସର୍ଭେଲାନ୍ସ କରି ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଅଧିକ ସଂକ୍ରମିତ ହେଉଥିବା ସ୍ଥାନକୁ କଣ୍ଟେନମେଣ୍ଟ କରାଯିବ । ସରକାର ବହୁତ ଚେଷ୍ଟା କରୁଛନ୍ତି । ଲୋକଙ୍କ ସହଯୋଗ ଦରକାର । ଅନଲକ ହୋଇଗଲା ଭାବି ଲୋକ ଢିଲା ନହେବା ଉଚିତ । କୋଭିଡ ନିୟମ ସଠିକ ଭାବେ ଅନୁପାଲନ ନ କଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବନି । ପଶ୍ଚିମ ଓଡ଼ିଶାରେ ଆଗ ଆରମ୍ଭ ହୋଇଥିବାରୁ ସେଠାରେ ଆଗ କମିଛି । ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ଭଲ ସ୍ଥିତି ଆସିବ ।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

ଆସିସିୟୁରେ ଏବେ ବି ୫୪ ପ୍ରତିଶତ ଓ ଭେଣ୍ଟିଲେଟରରେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ଅଧିକ ଦିନର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଏବେ ନୂଆ ରୋଗୀ ଆଇସିୟୁରେ ଆଡମିସନ ସଂଖ୍ୟା ବହୁତ କମ । ମେଡିକାଲ କଲେଜରେ ଏକ୍‌ମୋ ମେସିନ ଲଗାଇବା ନେଇ ପ୍ରକ୍ରିୟା ଚାଲିଛି । ଏମ୍ସରେ ଏହି ମାସ ଶେଷ ସୁଦ୍ଧା ଲାଗିପାରେ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

17 Jun 2021 By The Sakala

କୋଭିଡ୍‌ ଭ୍ୟାକ୍ସିନ କାମ ଦେଉଛି କି ନାହିଁ କରାଯିବ ତର୍ଜମା

ଭୁବନେଶ୍ୱର: ଆନାଲିସିସ ନ ସରିବା ଯାଏଁ ଭ୍ୟାକ୍ସିନ କେତେ କାମ କରୁଛି, ତାହା କୁହାଯାଇ ପାରିବ ନାହିଁ। ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି, କେତେ ସୁସ୍ଥ ହେଉଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଶରୀରରେ କରୋନା ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ । ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ତେବେ ସବୁ ଟିକାର ପ୍ରୋଟେକ୍ସନ ୭୧ରୁ ୯୧% ରହୁଛି । ସେପଟେ ଯେଉଁ ଜିଲ୍ଲାରେ ଏବେ ଅଧିକ ସଂକ୍ରମଣ ରହିଛି ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେଜି ।

ସର୍ଭେଲାନ୍ସ କରି ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଅଧିକ ସଂକ୍ରମିତ ହେଉଥିବା ସ୍ଥାନକୁ କଣ୍ଟେନମେଣ୍ଟ କରାଯିବ । ସରକାର ବହୁତ ଚେଷ୍ଟା କରୁଛନ୍ତି । ଲୋକଙ୍କ ସହଯୋଗ ଦରକାର । ଅନଲକ ହୋଇଗଲା ଭାବି ଲୋକ ଢିଲା ନହେବା ଉଚିତ । କୋଭିଡ ନିୟମ ସଠିକ ଭାବେ ଅନୁପାଲନ ନ କଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବନି । ପଶ୍ଚିମ ଓଡ଼ିଶାରେ ଆଗ ଆରମ୍ଭ ହୋଇଥିବାରୁ ସେଠାରେ ଆଗ କମିଛି । ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ଭଲ ସ୍ଥିତି ଆସିବ ।

ଆସିସିୟୁରେ ଏବେ ବି ୫୪ ପ୍ରତିଶତ ଓ ଭେଣ୍ଟିଲେଟରରେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ଅଧିକ ଦିନର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଏବେ ନୂଆ ରୋଗୀ ଆଇସିୟୁରେ ଆଡମିସନ ସଂଖ୍ୟା ବହୁତ କମ । ମେଡିକାଲ କଲେଜରେ ଏକ୍‌ମୋ ମେସିନ ଲଗାଇବା ନେଇ ପ୍ରକ୍ରିୟା ଚାଲିଛି । ଏମ୍ସରେ ଏହି ମାସ ଶେଷ ସୁଦ୍ଧା ଲାଗିପାରେ ବୋଲି କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ବଡ ଖବର

ସମ୍ବନ୍ଧିତ ଖବର