ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ହେବ ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ
ଭୁବନେଶ୍ୱର: ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଅନ୍ତିମ ଯାତ୍ରା । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ହେବ ଶେଷକୃତ୍ୟ । ରମ୍ଭା ରାଜପ୍ରାସାଦରେ ଚାଲିଛି ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ । କାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯାଇଥିଲା । ପରେ ଏୟାରପୋର୍ଟରୁ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ। ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର। ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ […]
ଭୁବନେଶ୍ୱର: ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଅନ୍ତିମ ଯାତ୍ରା । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ହେବ ଶେଷକୃତ୍ୟ । ରମ୍ଭା ରାଜପ୍ରାସାଦରେ ଚାଲିଛି ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ । କାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯାଇଥିଲା । ପରେ ଏୟାରପୋର୍ଟରୁ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ। ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର। ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଜେଡି ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ବିଧାନସଭା ପରିସରକୁ ନିଆଯାଇ ସେଠାରେ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା । ସେଠାରେ ସବୁ ଦଳର ବିଧାୟକ, ମନ୍ତ୍ରୀ ଉପସ୍ଥିତ ରହି ଖଲ୍ଲିକୋଟ ରାଣୀଙ୍କୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ପିତା ରାଜା ଆର.ଭି.ଏମ ନୀଳାଦ୍ରି ଦେଓଙ୍କ କନ୍ଯା ଭାବେ ସେ ରାଜକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ବି ସମାଜସେବାକୁ କରିଥିଲେ ଜୀବନର ବ୍ରତ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଇହଲୀଳା ସାଂଗ କରିଥିଲେ। ୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ।