ଆସନ୍ତା ୧୯ ତାରିଖରେ ଝାରସୁଗୁଡ଼ାରେ ହେବ ଏଣ୍ଟରପ୍ରାଇଜ ଓଡ଼ିଶା ରୋଡ ଶୋ’, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

The Sakala Picture
Published On

ରାଉରକେଲା: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସହଯୋଗରେ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ହୋଇଛି । ପଶ୍ଚିମ ଓଡିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗକୁ କରାଯାଉଛି ଉତ୍ସାହିତ । ଏଥିପାଇଁ ଝାରସୁଗୁଡ଼ାରେ ପ୍ରଥମ ଥର ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’ । ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ବହୁ ଉଦ୍ୟୋଗୀ ସାମିଲ ହୋଇଥିବାବେଳେ ଆସନ୍ତା ୧୯ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। […]

ରାଉରକେଲା: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସହଯୋଗରେ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ହୋଇଛି । ପଶ୍ଚିମ ଓଡିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗକୁ କରାଯାଉଛି ଉତ୍ସାହିତ । ଏଥିପାଇଁ ଝାରସୁଗୁଡ଼ାରେ ପ୍ରଥମ ଥର ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’ । ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ବହୁ ଉଦ୍ୟୋଗୀ ସାମିଲ ହୋଇଥିବାବେଳେ ଆସନ୍ତା ୧୯ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ବଢୁଛି ନିଯୁକ୍ତି ସୁଯୋଗ, ବଢୁଛି ରୋଜଗାର । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରୁ ଓଡ଼ିଶା ମୁହାଁ ଉଦ୍ୟୋଗୀ । ଯୁବଗୋଷ୍ଠୀଙ୍କୁ ଆଗକୁ ଆଣିବାକୁ ପ୍ରୟାସ । ଏମିତି ଏକ ଲକ୍ଷ୍ୟ ନେଇ ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡ଼ିଶା ରୋଡ଼ ଶୋ’ । ଆସନ୍ତା ୧୯ରୁ ୨୧ ତାରିଖ ଯାଏଁ ୩ ଦିନ ବ୍ୟାପୀ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାକୁ ଥିବାବେଳେ ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହକି ଭିଲେଜରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବହୁ ଶିଳ୍ପପତି ଓ ଯୁବ ଉଦ୍ୟୋଗୀ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଶିଳ୍ପପତି, ଉଦ୍ୟୋଗୀ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବା ସହ ବିଜୁ ଇକୋନୋମିକ କରିଡର ନିର୍ମାଣ କରାଯାଇଛି । ଏହାସହ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ କଳ କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ରାଉରକେଲା ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ କୋଟି ଟଙ୍କା ବ୍ୟୟରେ ୧୧ ମହଲାର ଆଇଟି ଟାଓ୍ବାର ନିର୍ମାଣ ହେଉଛି । ଏହାଦ୍ବାରା ନିଯୁକ୍ତି ସୁଯୋଗ ବଢୁଥିବାରୁ ଯୁବ ଉଦ୍ୟୋଗୀ ବି ବେଶ ଉତ୍ସାହିତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ହେବା ସହ ୧୩ଟି ସ୍ଥାନରେ ଆଇଟି ଟାୱାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବାରୁ ଉଦ୍ୟୋଗୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

06 Jan 2024 By The Sakala

ଆସନ୍ତା ୧୯ ତାରିଖରେ ଝାରସୁଗୁଡ଼ାରେ ହେବ ଏଣ୍ଟରପ୍ରାଇଜ ଓଡ଼ିଶା ରୋଡ ଶୋ’, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ରାଉରକେଲା: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସହଯୋଗରେ ଓଡିଶାରେ ଶିଳ୍ପର ଅଭିବୃଦ୍ଧି ହୋଇଛି । ପଶ୍ଚିମ ଓଡିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗକୁ କରାଯାଉଛି ଉତ୍ସାହିତ । ଏଥିପାଇଁ ଝାରସୁଗୁଡ଼ାରେ ପ୍ରଥମ ଥର ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡିଶା ରୋଡ ଶୋ’ । ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ବହୁ ଉଦ୍ୟୋଗୀ ସାମିଲ ହୋଇଥିବାବେଳେ ଆସନ୍ତା ୧୯ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ବଢୁଛି ନିଯୁକ୍ତି ସୁଯୋଗ, ବଢୁଛି ରୋଜଗାର । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରୁ ଓଡ଼ିଶା ମୁହାଁ ଉଦ୍ୟୋଗୀ । ଯୁବଗୋଷ୍ଠୀଙ୍କୁ ଆଗକୁ ଆଣିବାକୁ ପ୍ରୟାସ । ଏମିତି ଏକ ଲକ୍ଷ୍ୟ ନେଇ ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏଣ୍ଟରପ୍ରାଇଜ ଓଡ଼ିଶା ରୋଡ଼ ଶୋ’ । ଆସନ୍ତା ୧୯ରୁ ୨୧ ତାରିଖ ଯାଏଁ ୩ ଦିନ ବ୍ୟାପୀ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାକୁ ଥିବାବେଳେ ରାଉରକେଲାରେ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହକି ଭିଲେଜରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବହୁ ଶିଳ୍ପପତି ଓ ଯୁବ ଉଦ୍ୟୋଗୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଶିଳ୍ପପତି, ଉଦ୍ୟୋଗୀ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମ ଓଡିଶାରେ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବା ସହ ବିଜୁ ଇକୋନୋମିକ କରିଡର ନିର୍ମାଣ କରାଯାଇଛି । ଏହାସହ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେଇଥିବାରୁ କଳ କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ରାଉରକେଲା ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ କୋଟି ଟଙ୍କା ବ୍ୟୟରେ ୧୧ ମହଲାର ଆଇଟି ଟାଓ୍ବାର ନିର୍ମାଣ ହେଉଛି । ଏହାଦ୍ବାରା ନିଯୁକ୍ତି ସୁଯୋଗ ବଢୁଥିବାରୁ ଯୁବ ଉଦ୍ୟୋଗୀ ବି ବେଶ ଉତ୍ସାହିତ ଅଛନ୍ତି ।

ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ହେବା ସହ ୧୩ଟି ସ୍ଥାନରେ ଆଇଟି ଟାୱାର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବାରୁ ଉଦ୍ୟୋଗୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର