୫T ଅଧିନରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲର ହେବ ରୂପାନ୍ତରଣ : ୩୩୮୮.୭୩ କୋଟି ବ୍ୟୟବରାଦ

The Sakala Picture
Published On

ଭୁବନେଶ୍ୱର : ଛୋଟ ହେଉ କିମ୍ବା ବଡ଼ ଡାକ୍ତରଖାନା ସବୁଠି ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ମିଳିବ। କେବଳ ଚିକିତ୍ସା ନୁହେଁ ଡାକ୍ତରଖାନାରେ ଉତ୍ତମ ପରିବେଶ ସୃଷ୍ଟି କରାଯିବ। ଏହି ଲକ୍ଷ୍ୟ ନେଇ ‘୫-ଟି’ ଉପକ୍ରମ ଅଧୀନରେ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାର ରୂପାନ୍ତରଣ କରାଯିବ। ନୂଆ ଯୋଜନା ‘ଆମ ହସ୍ପିଟାଲ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ବସିଥିବା ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ରାଜ୍ୟର ସମସ୍ତ […]

ଭୁବନେଶ୍ୱର : ଛୋଟ ହେଉ କିମ୍ବା ବଡ଼ ଡାକ୍ତରଖାନା ସବୁଠି ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ମିଳିବ। କେବଳ ଚିକିତ୍ସା ନୁହେଁ ଡାକ୍ତରଖାନାରେ ଉତ୍ତମ ପରିବେଶ ସୃଷ୍ଟି କରାଯିବ। ଏହି ଲକ୍ଷ୍ୟ ନେଇ ‘୫-ଟି’ ଉପକ୍ରମ ଅଧୀନରେ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାର ରୂପାନ୍ତରଣ କରାଯିବ। ନୂଆ ଯୋଜନା ‘ଆମ ହସ୍ପିଟାଲ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ବସିଥିବା ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ। ପ୍ରଥମ ବର୍ଷରେ ୧୪୯ଟି ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧,୮୫୮ଟି ସରକାରୀ ହସ୍ପିଟାଲର ରୂପାନ୍ତରଣ ହେବ। ଏଥି ପାଇଁ ୩୩୮୮.୭୩ କୋଟି ବ୍ୟୟବରାଦ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ଡାକ୍ତରଖାନାରେ ନବୀକରଣ, ପୁନରୁଦ୍ଧାର, ନୂଆ ନିର୍ମାଣ, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ବିକାଶ ଭଳି କାର୍ଯ୍ୟ କରାଯିବ। ୫ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୪୯ଟି ଡାକ୍ତରଖାନା ରୂପାନ୍ତରଣ ହେବ। ଏଥି ମଧ୍ୟରୁ ୧୪୭ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୂପାନ୍ତର ପାଇଁ ଚୟନ କରାଯାଇଛି। ଡ଼ାକ୍ତରଖାନା ବିଲଡ଼ିଙ୍ଗର ମରାମତି, ଆବଶ୍ୟକ ସ୍ଥଳେ ନୂଆ କୋଠା ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, କ୍ୟାମ୍ପସ ପରିସରରେ ପାର୍କିଂ, ବଗିଚା, ସବୁଠି ଗୋଟିଏ ପ୍ରକାରର ପ୍ରବେଶ ପଥ, ବର୍ଷା ଜଳ ଅମଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବିଜୁଳି ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପାଚେରୀ କାମ କରାଯିବ । ସେହିପରି ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ସଳଚନା ଫଳକ, ହେଲ୍ପ ଡ଼େସ୍କର ବ୍ୟବସ୍ଥା ରହିବ ।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ସରକାରୀ ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନପୂର୍ବକ ଚିକିତ୍ସା ସେବା ଓ ରୋଗୀ ଅନୁକୂଳ ପରିବେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଇବା ଏହି ଯୋଜନାର ଉଦ୍ଦେଶ୍ୟ ।ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ମଧ୍ୟରେ ସନ୍ତୁଷ୍ଟି ଭାବନା ସୃଷ୍ଟି କରିବା ଏବଂ ସେମାନଙ୍କୁ ଆରାମଦାୟକ ପରିବେଶ ଦେବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି।

ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଛି। ୨୦୦୦ ମସିହାରେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ ଓ ଅପହଞ୍ଚ ରହିଥିଲା। ରାଜ୍ୟରେ ସେ ସମୟରେ ଶିଶୁ ଓ ମାତୃ ମୃତ୍ୟୁହାର ସର୍ବାଧିକ ରହିଥିଲା। କିନ୍ତୁ ୨୦୦୫ ମସିହାରୁ ୨୦୨୦ ମଧ୍ୟରେ ଓଡ଼ିଶାରୁ ଶିଶୁ ମୃତ୍ୟୁ ହାର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ହ୍ରାସ ହୋଇଛି । ସେହିପରି ୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଦେଶରେ ସର୍ବକାଳୀନ ଟିକାଦାନ କାର୍ଯ୍ୟକ୍ରମ ୯୦.୫ ପ୍ରତିଶତ ଲକ୍ଷ୍ୟ ହାସଲ କରି ରାଜ୍ୟ ସର୍ବୋଚ୍ଚ ସ୍ଥାନରେ ରହିଛି । ସେହିଭଳି ମାଲେରିଆ ଓ ଯଷ୍ମା ନିକାରଣରେ ରାଜ୍ୟ ଯଥାକ୍ରମରେ ପ୍ରଥମ ଓ ୨ୟ ସ୍ଥାନରେ ରହିଛି । ୯୨.୨ ପ୍ରତିଶତ ଗର୍ଭବତୀ ଆନୁଷ୍ଠାନିକ ପ୍ରସବ ଡାକ୍ତରଖାନାରେ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି ଯାହାର ଏକ ନଗ୍ନ ଉଦାହରଣ ହେଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆଉ ଏବେ ‘ଆମ ହସ୍ପିଟାଲ’ ଯୋଜନାରେ ସବୁ ସରକାରୀ ଡାକ୍ତରଖାନାର ରୂପାନ୍ତରଣ।

14 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର